ପୁରୁଷୋତ୍ତମପୁର: ପିକ୍ଅପ୍ ଭ୍ୟାନ୍ ଧକ୍କାରେ ଗୋଟିଏ ହାତୀ ଓ ଜଣେ ବ୍ୟକ୍ତି ମୃତ, ୩ ଗୁରୁତର

ପୁରୁଷୋତ୍ତମପୁର: ଗଞ୍ଜ।ମ ଜିଲ୍ଲା ପୁରୁଷୋତ୍ତମପୁରରେ ଏକ ପିକଅପ୍ ଭ୍ୟନ୍ ଧକ୍କାରେ ଏକ ହାତୀର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ପିକ୍ଅପ୍ ଭ୍ୟାନରେ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ଜଣ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଜଣଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ଗତକାଲି ଖଲ୍ଲିକୋଟ ନିକଟ ଡିମ୍ୱିରିଆ ଛକରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାଗ୍ରସ୍ତ ପିକ୍ଅପ୍ ଭ୍ୟାନ ଜଗନ୍ନାଥପ୍ରସାଦ ବ୍ଲକ ତ୍ରିଛଣ ଗାଁର […]

elephant attack

Rakesh Mallick
  • Published: Sunday, 27 September 2015
  • , Updated: 27 September 2015, 12:03 PM IST

ପୁରୁଷୋତ୍ତମପୁର: ଗଞ୍ଜ।ମ ଜିଲ୍ଲା ପୁରୁଷୋତ୍ତମପୁରରେ ଏକ ପିକଅପ୍ ଭ୍ୟନ୍ ଧକ୍କାରେ ଏକ ହାତୀର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ପିକ୍ଅପ୍ ଭ୍ୟାନରେ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ଜଣ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଜଣଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି।

ଗତକାଲି ଖଲ୍ଲିକୋଟ ନିକଟ ଡିମ୍ୱିରିଆ ଛକରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାଗ୍ରସ୍ତ ପିକ୍ଅପ୍ ଭ୍ୟାନ ଜଗନ୍ନାଥପ୍ରସାଦ ବ୍ଲକ ତ୍ରିଛଣ ଗାଁର ବୋଲି ଜଣାପଡିଛି । ଗାଡିଟି ବାଲୁଗାଁରୁ ବରଫ ବୋଝେଇ କରି ଯାଉଥିଲା । ଏହି ସମୟରେ ବ୍ରହ୍ମପୁର ଉପଖଣ୍ଡ ବନବିଭାଗ ପକ୍ଷରୁ ହାତୀ ଘଉଡ଼ା ଯାଉଥିବାରୁ ହାତୀଟି ରାସ୍ତା ଉପରକୁ ଚାଲି ଆସି ପିକଅପ୍ ଭ୍ୟାନ ସହ ଧକ୍କା ହୋଇଯାଇଥିଲା । ଦୁର୍ଘଟଣା ପରେ ସେଠାରେ ବନବିଭାଗ କର୍ମଚାରୀ ଓ ପୋଲିସ ପହଞ୍ଚି ଥିଲେ। ଦୁର୍ଘଟଣାଗ୍ରସ୍ତ ଗାଡ଼ିଟିକୁ ଅଗ୍ନିଶମ ବିଭାଗ ସହାୟତାରେ ଖଲିକୋଟ ଥାନାକୁ ନିଆଯାଇଛି।

Related story