ବୈଜୟନ୍ତଙ୍କ ଟ୍ୱିଟ୍‌ ସେମାନେ ଭଲ କରି ପଢ଼ନ୍ତୁ : ପୃଥ୍ୱୀରାଜ

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଟ୍ୱିଟ୍‌  ନେଇ ଦେଖାଦେଇଥିବା ବିବାଦ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ । ଟ୍ୱିଟରେ କୌଣସି ଅପମାନ ସୂଚକ କଥା ନାହିଁ । ଯେଉଁମାନେ ରାଜନୀତି କରୁଛନ୍ତି ସେମାନେ ଶାଳୀନତା ରକ୍ଷା କରିବା କଥା । ଭଲକରି ଟ୍ୱିଟ୍ ପଢ଼ନ୍ତୁ ଓ ସେଥିରେ ଯଦି କିଛି ଅପମାନ ସୂଚକ କଥା ଅଛି ତା ପରେ ରିଆକ୍ଟ କରନ୍ତୁ ବୋଲି କହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ […]

pruthiraj

Tapas Behera
  • Published: Monday, 19 October 2020
  • , Updated: 19 October 2020, 04:29 PM IST

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଟ୍ୱିଟ୍‌  ନେଇ ଦେଖାଦେଇଥିବା ବିବାଦ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ । ଟ୍ୱିଟରେ କୌଣସି ଅପମାନ ସୂଚକ କଥା ନାହିଁ । ଯେଉଁମାନେ ରାଜନୀତି କରୁଛନ୍ତି ସେମାନେ ଶାଳୀନତା ରକ୍ଷା କରିବା କଥା ।

ଭଲକରି ଟ୍ୱିଟ୍ ପଢ଼ନ୍ତୁ ଓ ସେଥିରେ ଯଦି କିଛି ଅପମାନ ସୂଚକ କଥା ଅଛି ତା ପରେ ରିଆକ୍ଟ କରନ୍ତୁ ବୋଲି କହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ ।

ଗତକାଲି ବୈଜୟନ୍ତ ପଣ୍ଡା ଟ୍ୱିଟ କରି କହିଥିଲେ, ଓଡ଼ିଶା ପାକିସ୍ତାନ ଭଳି ବୋଲି ସେ ଆଦୌ କହିନାହାନ୍ତି।  ସେହି ଟ୍ୱିଟରେ ଉଲ୍ଲେଖ କରିଥିଲେ,  ‘ମୁଁ ଯାହା କହିଥିଲି, ତାହାର ଅର୍ଥକୁ ବିକୃତ କରିବାକୁ ବିଜେଡି ଆତୁର। ଯେ କେହି ମୋର ଟ୍ୱିଟ୍ ଓ ସାକ୍ଷାତକାର ପଢ଼ିପାରିବେ। ଓଡ଼ିଶା ପାକିସ୍ତାନ ଭଳି ମୁଁ କହି ନ ଥିଲି। ପ୍ରକ୍ରିୟାକୁ ଅବମାନନା କରି ପାକିସ୍ତାନ ପୋଲିସ ଭଳି ବ୍ୟବହାର କରୁଛି। ବୋଧହୁଏ ନବୀନ ବାବୁ ଏହାକୁ ସହକର୍ମୀଙ୍କ ପାଇଁ ସଠିକ୍ ଅନୁବାଦ କରିପାରିବେ।’

ସୂଚନାଥାଉ କି, ବୈଜୟନ୍ତଙ୍କ ପୋଷ୍ଟରେ ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରାଯାଇଥିବା ଅଭିଯୋଗ କରି ପ୍ରତିକ୍ରିୟା ପ୍ରକାଶ କରିଥିଲେ ବିଜେଡିର ସାଂସଦ ଓ ବିଧାୟକ ବିଧାୟକ ପ୍ରଣବପ୍ରକାଶ ଦାସ। ଟୁଇଟ୍ କରି ନିଜ ରାଜ୍ୟକୁ ବୈଜୟନ୍ତ ପାକିସ୍ତାନ ସହ ତୁଳନା କରିବାଠୁ ବଳି ଲଜ୍ଜାଜନକ ଆଉ କିଛି ହୋଇନପାରେ ବୋଲି ଦର୍ଶାଇଥିଲେ। ସେହିପରି ସାଂସଦ ସସ୍ମିତ ପାତ୍ର ମଧ୍ୟ ଏହାକୁ ଦୁର୍ଭାଗ୍ୟଜନକ ବୋଲି ଦର୍ଶାଇ ଟ୍ୱିଟ୍‌ କରିଥିଲେ।

Related story