ଆପଣଙ୍କ ଘରେ ଛୋଟ ପିଲା ଅଛନ୍ତି କି ? କେନ୍ଦ୍ର ମନ୍ତ୍ରୀ କହିଲେ ଏହି ନମ୍ବରରେ ଫୋନ୍ କରନ୍ତୁ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଭୂତାଣୁ ପିଲାଙ୍କ ଶରୀର ପାଇଁ କେତେ ମାରାତ୍ମକ ତାହା ତ ଭିନ୍ନ କଥା, ହେଲେ କରୋନା କଟକଣା କିନ୍ତୁ ପିଲାଙ୍କ କଅଁଳ ମନ ଉପରେ ପକାଉଛି ଗଭୀର ପ୍ରଭାବ । ଖରାଛୁଟି ପୂର୍ବରୁ ମାଡ଼ିବସିଥିବା ମହାମାରୀ, ଶୈଶବର ଯେମିତି ସବୁ ସୁଖକୁ ଛଡ଼ାଇନେଇଛି। ନୂଆ ଶିକ୍ଷାବର୍ଷ ଆରମ୍ଭ ହୋଇଥିଲେ ବି ସ୍କୁଲରେ ତାଲା ଝୁଲୁଛି, ପାଠପଢ଼ାରେ ସମସ୍ୟା ଉପୁଜିଛି । ତାହାରି ଭିତରେ ପ୍ରତିଦିନ ଅଦୃଶ୍ୟ ଭୂତାଣୁର ଖବର ପିଲାଙ୍କ ମନକୁ ଆନ୍ଦୋଳିତ […]

6nm

6nm

Tapas Behera
  • Published: Tuesday, 28 July 2020
  • Updated: 28 July 2020, 07:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଭୂତାଣୁ ପିଲାଙ୍କ ଶରୀର ପାଇଁ କେତେ ମାରାତ୍ମକ ତାହା ତ ଭିନ୍ନ କଥା, ହେଲେ କରୋନା କଟକଣା କିନ୍ତୁ ପିଲାଙ୍କ କଅଁଳ ମନ ଉପରେ ପକାଉଛି ଗଭୀର ପ୍ରଭାବ । ଖରାଛୁଟି ପୂର୍ବରୁ ମାଡ଼ିବସିଥିବା ମହାମାରୀ, ଶୈଶବର ଯେମିତି ସବୁ ସୁଖକୁ ଛଡ଼ାଇନେଇଛି। ନୂଆ ଶିକ୍ଷାବର୍ଷ ଆରମ୍ଭ ହୋଇଥିଲେ ବି ସ୍କୁଲରେ ତାଲା ଝୁଲୁଛି, ପାଠପଢ଼ାରେ ସମସ୍ୟା ଉପୁଜିଛି । ତାହାରି ଭିତରେ ପ୍ରତିଦିନ ଅଦୃଶ୍ୟ ଭୂତାଣୁର ଖବର ପିଲାଙ୍କ ମନକୁ ଆନ୍ଦୋଳିତ କରୁଛି । ସତେ ଯେମିତି ଲକ୍‌ଡାଉନ୍ ଭିତରେ ଲକ୍ ହୋଇଯାଇଛି ଶୈଶବ । ଦିନଥିଲା ସ୍କୁଲ୍ ବେଲ୍ ବାଜୁଥିଲା । ବହିବସ୍ତାନି ଧରି ଖୁସିରେ ଦୌଡୁଥିଲେ ପିଲା। ସାଙ୍ଗସାଥୀ ସହ ଖେଳୁଥିଲେ, ବୁଲୁଥିଲେ ଓ ମସ୍ତି କରୁଥିଲେ।

ହେଲେ କରୋନା ପରଠୁ ଫିକା ପଡ଼ିଗଲା କୁନିପିଲାଙ୍କ ସବୁ ମଉଜ । ଚପଳ ମନରେ ସତେଯେମିତି ବେଡ଼ି ପକାଇଦେଲା କରୋନା। ଏବେ କେବଳ ଗୃହାବଦ୍ଧ ଶୈଶବ । ଅଦୃଶ୍ୟ ଭୂତାଣୁର ଭୟ ପରଠୁ ଘରେ ରହି ଟିଭି ଆଉ ମୋବାଇଲ୍ ସହ ଯୋଡ଼ି ହୋଇଯାଇଛି ସେମାନଙ୍କ ଜୀବନ। କିଏ ଅନ୍‌ଲାନ୍‌ରେ ପାଠପଢୁଛନ୍ତି ତ’ ଆଉ କିଏ ବିକଳ୍ପ ଭାବେ ଘରେ ରହି ରଙ୍ଗତୂଳୀ ଧରି ଚିତ୍ର ଆଙ୍କୁଛନ୍ତି । ଆଜିକୁ ୪-୫ ମାସ ହୋଇଗଲା, ଏଭଳି ସୀମିତ କାର୍ଯ୍ୟକଳାପ ସେମାନଙ୍କୁ ବିଚଳିତ କରୁଛି।
କେବଳ ସହର କାହିଁକି ଗ୍ରାମାଞ୍ଚଳ ପିଲାଙ୍କ ଅବସ୍ଥା ବି ସେମିତି। ଲକ୍‌ଡାଉନ୍, ସଟ୍‌ଡାଉନ୍ ଯୋଗଁ ତାଲା ଝୁଲୁଛି ସ୍କୁଲରେ । ଟ୍ୟୁସନ୍ ସାର୍ ବି ମନା କରିଦେଲେ ଆସିବାକୁ । ନା ସାଙ୍ଗସାଥୀ ନା ମେଳା ମଉତ୍ସବ । ସବୁ ବନ୍ଦ ପରେ ନିରାଶ ହୋଇପଡ଼ିଛନ୍ତି ଗାଁ ଗହଳିର କୁନି କୁନି ପିଲା । ତାରି ଭିତରେ ବାଧ୍ୟବାଧକତାରେ ଅନ୍‌ଲାଇନ୍ କ୍ଲାସ ଉପରେ ଭରସା କରି ପାଠପଢୁଛନ୍ତି, କିନ୍ତୁ ମନରେ ଥିବା ଦ୍ୱନ୍ଦ୍ୱର ସମାଧାନ ପାଇଁ ବାଟ ପାଉନାହାଁନ୍ତି ।
ହୁଏତ ଆଗକୁ କରୋନାର ନିଶ୍ଚିତ ମୂଳପୋଛ ହେବ, ସବୁକିଛି ସ୍ୱାଭାବିକ ହେବ ।

କିନ୍ତୁ ବର୍ତ୍ତମାନ ସ୍ଥିତିରେ ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପଡୁଥିବା ପ୍ରଭାବ ସମ୍ପର୍କରେ ଅଭିଭାବକ ସଜାଗ ହେବା ଜରୁରୀ। ଛାତ୍ରଛାତ୍ରୀଙ୍କୁ ମନସ୍ତାତ୍ତ୍ୱିକ ସହାୟତା ପାଇଁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ଆରମ୍ଭ କରିଛନ୍ତି ମନୋଦର୍ପଣ କାର୍ଯ୍ୟକ୍ରମ । ଏଥିରେ ଟୋଲ୍ ଫ୍ରି ନମ୍ବର (୮୪୪ ୮୪୪ ୦୬୩୨) ରହିଛି। ଫୋନ୍ କଲେ ବିଶେଷଜ୍ଞ ପରାମର୍ଶ ଦେବୋ ଏହାଛଡ଼ା ଅନ୍‌ଲାଇନ୍ ଚାଟ୍ କରି ବି ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ମାନସିକ ଓ ମନସ୍ତାତ୍ତ୍ୱିକ ସ୍ୱ‌ସ୍ଥ୍ୟ ସଂପର୍କରେ ପରାମର୍ଶ ପାଇପାରିବେ । ମନ୍ତ୍ରାଳୟ ୱେବସେଇଟ୍‌ରେ ଏକ ସ୍ୱତନ୍ତ୍ର ପେଜ୍ ବି ରହିଛି । ଏହାବ୍ୟତୀତ ଅଭିଭାବକମାନେ ପିଲାଙ୍କୁ ଅଧିକ ସମୟ ଦେବା ଉଚିତ । କରୋନା ସମ୍ପର୍କିତ ପ୍ରତିଟି କଥା ଓ ପ୍ରଶ୍ନକୁ ଶୁଣି ତାଙ୍କୁ ଆଶ୍ୱସ୍ତ କଲାଭଳି ଉତ୍ତର ଦେବା ଆବଶ୍ୟକ । ତାଛଡ଼ା ପିଲାମାନଙ୍କୁ ସେମାନଙ୍କ ମନପସନ୍ଦର କାମରେ ସବୁବେଳେ ନିୟୋଜିତ କରାଇବା ଦରକାର ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos