ଚିଟ୍‌ଫଣ୍ଡ କମ୍ପାନୀଙ୍କୁ ପବ୍ଲିକ୍ ନୋଟିସ୍

ଭୁବନେଶ୍ୱର: ଚିଟ୍‌ଫଣ୍ଡ କେଳେଙ୍କାରୀରେ ସମ୍ପୃକ୍ତ ଥିବା କମ୍ପାନୀମାନଙ୍କୁ ତଦନ୍ତ କମିଶନଙ୍କ ପବ୍ଲିକ୍‌ ନୋଟିସ୍‌। ତଦନ୍ତ କମିଶନଙ୍କ ନିକଟରେ ହାଜର ହେଉ ନ ଥିବା କମ୍ପାନୀମାନଙ୍କୁ ଏହି ନୋଟିସ୍ ଜାରି କରାଯାଇଛି। ଯେଉଁ ଚିଟ୍‌ଫଣ୍ଡ ସଂସ୍ଥାର ଠିକଣା ଅଛି ଏବଂ ଏହାର ମାଲିକଙ୍କ ସମ୍ପର୍କରେ ସୂଚନା ଥାଇ ମଧ୍ୟ ସେମାନେ ହାଜର ହୋଇ ନାହାନ୍ତି, ସେମାନଙ୍କୁ ହାଜର ହେବା ଲାଗି ଗୋଟିଏ ନୋଟିସ୍ ଜାରି ହୋଇଛି। ସେହିପରି ଅନ୍ୟ ଯେଉଁ କମ୍ପାନୀ କିମ୍ବା ଏହାର ପରିଚାଳନା ନିର୍ଦ୍ଦେଶକ, ନିର୍ଦ୍ଦେଶକ […]

mmdas

mmdas

Jitendra Garnayak
  • Published: Saturday, 09 March 2019
  • Updated: 09 March 2019, 02:08 PM IST

Sports

Latest News

ଭୁବନେଶ୍ୱର: ଚିଟ୍‌ଫଣ୍ଡ କେଳେଙ୍କାରୀରେ ସମ୍ପୃକ୍ତ ଥିବା କମ୍ପାନୀମାନଙ୍କୁ ତଦନ୍ତ କମିଶନଙ୍କ ପବ୍ଲିକ୍‌ ନୋଟିସ୍‌। ତଦନ୍ତ କମିଶନଙ୍କ ନିକଟରେ ହାଜର ହେଉ ନ ଥିବା କମ୍ପାନୀମାନଙ୍କୁ ଏହି ନୋଟିସ୍ ଜାରି କରାଯାଇଛି।

ଯେଉଁ ଚିଟ୍‌ଫଣ୍ଡ ସଂସ୍ଥାର ଠିକଣା ଅଛି ଏବଂ ଏହାର ମାଲିକଙ୍କ ସମ୍ପର୍କରେ ସୂଚନା ଥାଇ ମଧ୍ୟ ସେମାନେ ହାଜର ହୋଇ ନାହାନ୍ତି, ସେମାନଙ୍କୁ ହାଜର ହେବା ଲାଗି ଗୋଟିଏ ନୋଟିସ୍ ଜାରି ହୋଇଛି।

ସେହିପରି ଅନ୍ୟ ଯେଉଁ କମ୍ପାନୀ କିମ୍ବା ଏହାର ପରିଚାଳନା ନିର୍ଦ୍ଦେଶକ, ନିର୍ଦ୍ଦେଶକ ଓ ଅଧ୍ୟକ୍ଷଙ୍କ କୌଣସି ଠିକଣା କମିଶନଙ୍କ ନିକଟରେ ନାହିଁ, ସେଭଳି କମ୍ପାନୀଙ୍କ ପାଇଁ କମିଶନ ଆଉ ଏକ ନୋଟିସ୍‌ ଜାରି କରିଛନ୍ତି। ଏଭଳି ମୋଟ୍ ୫୭୬ଟି କମ୍ପାନୀକୁ କମିଶନରେ ହାଜର ହୋଇ ନିଜର ପକ୍ଷ ରଖିବାକୁ ନୋଟିସ୍‌ ପଠାଯାଇଛି।

ସମ୍ପୃକ୍ତ କମ୍ପାନୀମାନଙ୍କୁ ଆସନ୍ତା ଏପ୍ରିଲ ୧୫ ତାରିଖରୁ ସେପ୍ଟେମ୍ବର ୨୪ ତାରିଖ ମଧ୍ୟରେ କମିଶନଙ୍କ ନିକଟରେ ହାଜର ହେବାକୁ ନୋଟିସ୍‌ରେ କୁହାଯାଇଛି। ଏପରିକି ତ୍ରୁଟିପୂର୍ଣ୍ଣ ସତ୍ୟପାଠ ଆଧାରରେ ମଧ୍ୟ କିଛି କମ୍ପାନୀକୁ ଏହି ନୋଟିସ୍‌ରେ ସାମିଲ କରାଯାଇଛି।

୧୦ ହଜାର କିମ୍ବା ଏହାଠାରୁ କମ୍ ଟଙ୍କା ଜମା କରିଥିବା କ୍ଷୁଦ୍ର ଜମାକାରୀଙ୍କ ସତ୍ୟପାଠ ଆଧାରରେ ମାମଲାର ତଦନ୍ତ କରୁଥିବା ଜଷ୍ଟିସ୍‌ ଏମ୍.ଏମ୍. ଦାସ କମିଶନ ସମ୍ପୃକ୍ତ କମ୍ପାନୀଙ୍କୁ ନୋଟିସ୍‌ ଜାରି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos