ବାପୁଙ୍କ ନାଁ ନେଇ ଫସିଗଲେ ନବୀନ: ଲୋକେ କହିଲେ, ଗାନ୍ଧିଜୀ କ’ଣ କହିଥିଲେ ଗାଁ ଗାଁରେ ଦେଶୀ ମଦଭାଟି ଖୋଲିବାକୁ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫସିଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଟିଭି ବିରୋଧରେ ନିର୍ବାଚନ କମିଶନ୍‌ରେ ବିଜେଡିର ପିଟିସନ୍  ପ୍ରସଙ୍ଗରେ, ଗାନ୍ଧିଜୀଙ୍କ ଉକ୍ତିକୁ ଉଦ୍ଧାର କରି ନବୀନ କରିଥିବା ଟ୍ୱିଟ୍‌, ତାଙ୍କୁ ଅଡ଼ୁଆରେ ପକାଇଛି। ନବୀନ ତାଙ୍କ ଟ୍ୱିଟର ପେଜ୍‌ରେ ଲେଖିଛନ୍ତି ଯେ, ବାପୁଙ୍କ ବାର୍ତ୍ତା ଆଜି ମଧ୍ୟ ପ୍ରାସଙ୍ଗିକ। ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ଗଣମାଧ୍ୟମର କ୍ଷମତା ବହୁତ। କିନ୍ତୁ ଏହି  କ୍ଷମତାର ଦୁରୁପଯୋଗ ଅପରାଧ ବୋଲି, ଗାନ୍ଧୀଙ୍କ ଉକ୍ତିକୁ ଉଦ୍ଧାର କରିଛନ୍ତି ନବୀନ। ଏ […]

Naveen

Rakesh Mallick
  • Published: Monday, 12 February 2018
  • , Updated: 12 February 2018, 10:52 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫସିଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଟିଭି ବିରୋଧରେ ନିର୍ବାଚନ କମିଶନ୍‌ରେ ବିଜେଡିର ପିଟିସନ୍  ପ୍ରସଙ୍ଗରେ, ଗାନ୍ଧିଜୀଙ୍କ ଉକ୍ତିକୁ ଉଦ୍ଧାର କରି ନବୀନ କରିଥିବା ଟ୍ୱିଟ୍‌, ତାଙ୍କୁ ଅଡ଼ୁଆରେ ପକାଇଛି। ନବୀନ ତାଙ୍କ ଟ୍ୱିଟର ପେଜ୍‌ରେ ଲେଖିଛନ୍ତି ଯେ, ବାପୁଙ୍କ ବାର୍ତ୍ତା ଆଜି ମଧ୍ୟ ପ୍ରାସଙ୍ଗିକ। ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ଗଣମାଧ୍ୟମର କ୍ଷମତା ବହୁତ। କିନ୍ତୁ ଏହି  କ୍ଷମତାର ଦୁରୁପଯୋଗ ଅପରାଧ ବୋଲି, ଗାନ୍ଧୀଙ୍କ ଉକ୍ତିକୁ ଉଦ୍ଧାର କରିଛନ୍ତି ନବୀନ। ଏ ସମ୍ପର୍କରେ ବିଜେଡି ଜାରି କରିଥିବା ଦୁଇଟି ପିଟିସନ୍‌କୁ ମଧ୍ୟ ନବୀନ ପୋଷ୍ଟ କରିଛନ୍ତି।

https://twitter.com/Naveen_Odisha/status/963044264027410434

 

ତେବେ ନବୀନଙ୍କ ଏହି ମତ ଉପରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରିଟ୍ୱିଟ୍‌ କରି କେତେକ ନବୀନଙ୍କୁ ସମର୍ଥନ କରିଥିବା ବେଳେ, ଆଉ କେତେକ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ନବୀନଙ୍କ ଟ୍ୱିଟ୍‌କୁ ତାଙ୍କର ବହୁ ଫଲୋଅର୍ ଠିକ୍ ବୋଲି ଲେଖିଛନ୍ତି। କିନ୍ତୁ ଅନେକ ଫଲୋଅର୍ ମୁଖ୍ୟମନ୍ତ୍ରୀ ଗାନ୍ଧିଜୀଙ୍କ ନାଁ ନେବାକୁ ସହଜରେ ହଜମ କରିପାରି ନାହାଁନ୍ତି। ବିରଞ୍ଚି ନାରାୟଣ ନାମକ ଜଣେ ବ୍ୟକ୍ତି ପ୍ରତିକ୍ରିୟାରେ ଲେଖିଛନ୍ତି- ଆପଣ ଯାହା କହିଛନ୍ତି ଠିକ୍‌। କିନ୍ତୁ ବାପୁ କ’ଣ ଗାଁ ଗାଁରେ ଦେଶୀ ମଦ ଦୋକାନ ଖୋଲିବାକୁ କହିଥିଲେ? ଏହା ସମାଜର ଶାନ୍ତି ଭଙ୍ଗ କରୁଛି। ଏସବୁ ମଦ ଦୋକାନ ମହିଳାଙ୍କ ସୁରକ୍ଷା ପାଇଁ ସବୁଠୁ ବଡ଼ ବିପଦ ଭାବେ ଉଭା ହୋଇଛି। ଯାହା କି ମହିଳା-ବିରୋଧୀ ଅପରାଧକୁ ଉତ୍ସାହିତ କରୁଛି। ସେହିପରି ‘ବିଲୁଆ ବିଚାର’ ନାମରେ ଥିବା ଆଉଜଣେ ଆକାଉଣ୍ଟଧାରୀ ଲେଖିଛନ୍ତି- ‘ଏହା ନବୀନ ବାବୁଙ୍କ ଭାଷା ନୁହଁ। ଏହା ଜଣେ ତାମିଲ ବାବୁଙ୍କ କଥାର ଲେଖା। ଏ ଲେଖା ବିଜେଡିର ହାରିବା ଭୟର ସୂଚକ ଅଟେ। ନବୀନ ବାବୁ ଆପଣଙ୍କ ପାଖରେ ତାମିଲ ଭାଷା ଶୋଭା ପାଉନି।’

ସେହିପରି ‘ବିଶ୍ୱବିଜୟ ପାଣିଗ୍ରାହୀ’ ଲେଖିଛନ୍ତି ଯେ- ଯଦି ଆପଣ ବାପୁଙ୍କ କଥାରେ ଏକମତ, ତେବେ କୁଆଡ଼େ ଗଲା ଗାନ୍ଧିଙ୍କ ଅହିଂସା ପରମ ଧର୍ମ? ଯେତେବେଳେ କେନ୍ଦ୍ରମନ୍ତ୍ରୀ ଓଡ଼ିଶାକୁ ଆସୁଛନ୍ତି ସେତେବେଳେ ଆପଣଙ୍କ ଦଳର କର୍ମୀ ଆକ୍ରମଣ କରୁଛନ୍ତି।’ ସେହିପରି ଦେବେନ୍ଦ୍ର ପୃଷ୍ଟି ଲେଖିଛନ୍ତି- ଯେତେବେଳେ ଆପଣଙ୍କ ଭଳି ରାଜନେତାମାନେ ଗଣମାଧ୍ୟମର ଆନୁଗତ୍ୟକୁ କିଣିବା ପାଇଁ ପ୍ରୟାସ କରନ୍ତି, ତାହା ମଧ୍ୟ ଏକ ଅପରାଧ।’ ସେହିପରି ଗଣମାଧ୍ୟମର କଣ୍ଠରୋଧ କରାଯାଉଥିବା ଅନେକ ମତ ଦେଇଛନ୍ତି।

ଅପରପକ୍ଷରେ ଗୀତା ପଟ୍ଟନାୟକ ନବୀନଙ୍କ ଉକ୍ତିକୁ ସମର୍ଥନ କରିଛନ୍ତି। ସେ ଲେଖିଛନ୍ତି ଯେ, ବର୍ତ୍ତମାନ ସମୟରେ ଗଣମାଧ୍ୟମ ତା’ର ଭୂମିକା ଭୁଲିଯାଇଛି। ରତ୍ନାକର ପାଣ୍ଡେ ଲେଖିଛନ୍ତି ଯେ- ପ୍ରେସ୍ ସ୍ୱାଧୀନତାକୁ ଦୁରୁପଯୋଗ କରାଯାଉଛି। ସେହିପରି କେହି କେହି ନବୀନଙ୍କୁ ସମର୍ଥନ କରି ଲେଖିଛନ୍ତି ଯେ, ଆପଣ ଠିକ୍‌ କହିଛନ୍ତି। ସାରା ଓଡ଼ିଶା ଆପଣଙ୍କ ସହିତ ରହିଛି।

ସୂଚନା ଅନୁଯାୟୀ, ବିଜେପୁର ଉପନିର୍ବାଚନ ନେଇ ଓଟିଭିକୁ ଟାର୍ଗେଟ କରିଥିଲା ବିଜେଡି। ଓଟିଭି ବିଜେପୁର ଉପନିର୍ବାଚନରେ ବିଜେପିକୁ ସୁହାଇଲା ଭଳି ଖବର ପରିବେଷଣ କରୁଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି। ଏ ନେଇ ବିଜେଡିର ପ୍ରତିନିଧି ଦଳ ଓଟିଭି ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି।

 

Related story