ନାଗାପଲୀ ଜଙ୍ଗଲରେ ବୁଲୁଛି କଲରାପତରିଆ ବାଘ

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ବୋଲଗଡ଼ ଥାନା ନାଗାପଲୀ ଜଙ୍ଗଲରେ ବୁଲୁଛି କଲରାପତରିଆ ବାଘ। ଏନେଇ ସୂଚନା ଦେଇଛନ୍ତି ବୋଲଗଡ଼ ଫରେଷ୍ଟର। ନାଗାପଲୀ ରିଜର୍ଭ ଫରେଷ୍ଟ ପାଟବନ୍ଧ କ୍ଷୁଦ୍ରଜଳସେଚନ ପ୍ରକଳ୍ପ ନିକଟରେ ବାଘର ପାଦଚିହ୍ନ ଠାବ ହୋଇଥିବା ସେ କହିଛନ୍ତି। ସପ୍ତାହକ ମଧ୍ୟରେ ଏହି ଅଞ୍ଚଳରେ ୩ଟି ଗୋରୁ ନିଖୋଜ ହୋଇଯାଇ ଥିଲେ। ଖୋଜାଖୋଜି ପରେ ଜଙ୍ଗଲ ମଧ୍ୟରେ ଗୋରୁମାନଙ୍କର ଦେହାବଶେଷ ମିଳିଥିଲା। କୌଣସି ବନ୍ୟଜନ୍ତୁ ଗୋରୁମାନଙ୍କ ଶିକାର କରିଥିବା ସନ୍ଦେହ କରିଥିଲେ ଗ୍ରାମବାସୀ। ଏହାପରେ ବନ ବିଭାଗର […]

kalarapataria

Manoranjan Sial
  • Published: Friday, 18 October 2019
  • , Updated: 18 October 2019, 11:00 PM IST

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ବୋଲଗଡ଼ ଥାନା ନାଗାପଲୀ ଜଙ୍ଗଲରେ ବୁଲୁଛି କଲରାପତରିଆ ବାଘ। ଏନେଇ ସୂଚନା ଦେଇଛନ୍ତି ବୋଲଗଡ଼ ଫରେଷ୍ଟର। ନାଗାପଲୀ ରିଜର୍ଭ ଫରେଷ୍ଟ ପାଟବନ୍ଧ କ୍ଷୁଦ୍ରଜଳସେଚନ ପ୍ରକଳ୍ପ ନିକଟରେ ବାଘର ପାଦଚିହ୍ନ ଠାବ ହୋଇଥିବା ସେ କହିଛନ୍ତି।

ସପ୍ତାହକ ମଧ୍ୟରେ ଏହି ଅଞ୍ଚଳରେ ୩ଟି ଗୋରୁ ନିଖୋଜ ହୋଇଯାଇ ଥିଲେ। ଖୋଜାଖୋଜି ପରେ ଜଙ୍ଗଲ ମଧ୍ୟରେ ଗୋରୁମାନଙ୍କର ଦେହାବଶେଷ ମିଳିଥିଲା। କୌଣସି ବନ୍ୟଜନ୍ତୁ ଗୋରୁମାନଙ୍କ ଶିକାର କରିଥିବା ସନ୍ଦେହ କରିଥିଲେ ଗ୍ରାମବାସୀ। ଏହାପରେ ବନ ବିଭାଗର କର୍ମଚାରୀମାନେ ଖୋଜାଖୋଜି ପରେ ବାଘର ପାଦ ଚିହ୍ନ ଦେଖିବାକୁ ପାଇଥିଲେ।

ଉକ୍ତ ଜଙ୍ଗଲରେ କଲରାପତରିଆ ବାଘ ବୁଲୁଥିବା ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।

Related story