ଆଜି ଜନ୍ମମାଟିକୁ ଆସିବ ସହିଦ ପ୍ରଦୀପ ପଣ୍ଡାଙ୍କ ମରଶରୀର
ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର):ଜମ୍ମୁ କାଶ୍ମୀରର ପୁଲଓ୍ୱାମାରେ ସହିଦ ଓଡ଼ିଆ ଯବାନ ପ୍ରଦୀପ ପଣ୍ଡାଙ୍କ ମରଶରୀର ଆଜି ଜନ୍ମମାଟି ସୁନ୍ଦରଗଡ଼ର ଲିପଲୋଇରେ ପହଞ୍ଚିବ। ସର୍ଚ୍ଚ ଅପରେସନ ବେଳେ ପ୍ରଦୀପଙ୍କ ମରଶରୀର ଉଦ୍ଧାର କରାଯାଇଥିଲା। ଆତଙ୍କବାଦୀଙ୍କ ଗୁଳିରେ ପ୍ରଦୀପ ସହିଦ ହେବା ଖବର ଆସିବା ପରେ ପୂରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ, ଆତଙ୍କବାଦୀଙ୍କ ଏଭଳି ବର୍ବର ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ । ସେ କହିଛନ୍ତି,“ସହିଦଙ୍କ ବଳିଦାନ ବ୍ୟର୍ଥ ଯିବନି।”
ଅନ୍ୟପକ୍ଷରେ ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ନିହତ ଜଣେ ଆତଙ୍କବାଦୀର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।  ଆକ୍ରମଣ ପୂର୍ବରୁ ଆତଙ୍କବାଦୀ ତାଙ୍କ ଯୋଜନା ବିଷୟରେ ଏଥିରେ କହିବା ସହ ଯୁବକମାନଙ୍କୁ ଜୈସ ଏ ମହମ୍ମଦରେ ସାମିଲ୍ ହେବାକୁ ପ୍ରବର୍ତ୍ତାଇଛି । ଭିଡିଓକୁ ନେଇ ଯାଞ୍ଚ ଚଳାଇଛି ଜାମ୍ମୁ କାଶ୍ମୀର ପୋଲିସ୍ ।
Ordigital Desk
• Published: Tuesday, 02 January 2018
• Updated: 02 January 2018, 09:00 AM IST
Sports
Latest News
ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର):ଜମ୍ମୁ କାଶ୍ମୀରର ପୁଲଓ୍ୱାମାରେ ସହିଦ ଓଡ଼ିଆ ଯବାନ ପ୍ରଦୀପ ପଣ୍ଡାଙ୍କ ମରଶରୀର ଆଜି ଜନ୍ମମାଟି ସୁନ୍ଦରଗଡ଼ର ଲିପଲୋଇରେ ପହଞ୍ଚିବ। ସର୍ଚ୍ଚ ଅପରେସନ ବେଳେ ପ୍ରଦୀପଙ୍କ ମରଶରୀର ଉଦ୍ଧାର କରାଯାଇଥିଲା। ଆତଙ୍କବାଦୀଙ୍କ ଗୁଳିରେ ପ୍ରଦୀପ ସହିଦ ହେବା ଖବର ଆସିବା ପରେ ପୂରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ, ଆତଙ୍କବାଦୀଙ୍କ ଏଭଳି ବର୍ବର ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ । ସେ କହିଛନ୍ତି,“ସହିଦଙ୍କ ବଳିଦାନ ବ୍ୟର୍ଥ ଯିବନି।”
ଅନ୍ୟପକ୍ଷରେ ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ନିହତ ଜଣେ ଆତଙ୍କବାଦୀର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।  ଆକ୍ରମଣ ପୂର୍ବରୁ ଆତଙ୍କବାଦୀ ତାଙ୍କ ଯୋଜନା ବିଷୟରେ ଏଥିରେ କହିବା ସହ ଯୁବକମାନଙ୍କୁ ଜୈସ ଏ ମହମ୍ମଦରେ ସାମିଲ୍ ହେବାକୁ ପ୍ରବର୍ତ୍ତାଇଛି । ଭିଡିଓକୁ ନେଇ ଯାଞ୍ଚ ଚଳାଇଛି ଜାମ୍ମୁ କାଶ୍ମୀର ପୋଲିସ୍ ।
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos