ପୁରୀ ମଙ୍ଗୁ ମଠ ଉପରେ ଚଢ଼ି ଖଣ୍ଡା ବୁଲାଇଲେ ଶିଖ ଯୁବକ

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀକ୍ଷେତ୍ରରେ ଶିଖ୍‌ ସମ୍ପ୍ରଦାୟର ମଙ୍ଗୁ ମଠକୁ ଭାଙ୍ଗି ଦିଆଯାଇଛି। ଏ ସମ୍ପର୍କରେ ଇଣ୍ଟରନେଟ୍‌ରେ ଭିଡିଓ ଓ ଫଟୋ ଦେଖି ୫ ଶିଖ୍‌ ସମ୍ପ୍ରଦାୟର ୫ ଜଣ ଯୁବକ ପଞ୍ଜାବରୁ ଆସି ପୁରୀରେ ପହଞ୍ଚିଥିଲେ। ସେମାନେ ମଙ୍ଗୁ ମଠ ଉପରେ ଚଢ଼ି ପୂଜା କରିବା ସହି ଖଣ୍ଡା ବୁଲାଇଥିଲେ। ଯେଉଁଥିପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ପୂରା ଘଟଣାଟି ଏମିତି। ପଞ୍ଜାବରୁ ଆସିଥିବା ୫ ଜଣ ଯୁବକ ଆଜି ଅପରାହ୍ନରେ ସିଡି ପକାଇ ମଙ୍ଗୁ […]

puri1

puri1

Manoranjan Sial
  • Published: Thursday, 02 January 2020
  • Updated: 02 January 2020, 05:22 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀକ୍ଷେତ୍ରରେ ଶିଖ୍‌ ସମ୍ପ୍ରଦାୟର ମଙ୍ଗୁ ମଠକୁ ଭାଙ୍ଗି ଦିଆଯାଇଛି। ଏ ସମ୍ପର୍କରେ ଇଣ୍ଟରନେଟ୍‌ରେ ଭିଡିଓ ଓ ଫଟୋ ଦେଖି ୫ ଶିଖ୍‌ ସମ୍ପ୍ରଦାୟର ୫ ଜଣ ଯୁବକ ପଞ୍ଜାବରୁ ଆସି ପୁରୀରେ ପହଞ୍ଚିଥିଲେ। ସେମାନେ ମଙ୍ଗୁ ମଠ ଉପରେ ଚଢ଼ି ପୂଜା କରିବା ସହି ଖଣ୍ଡା ବୁଲାଇଥିଲେ। ଯେଉଁଥିପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।

ପୂରା ଘଟଣାଟି ଏମିତି। ପଞ୍ଜାବରୁ ଆସିଥିବା ୫ ଜଣ ଯୁବକ ଆଜି ଅପରାହ୍ନରେ ସିଡି ପକାଇ ମଙ୍ଗୁ ମଠ ଉପରକୁ ଚଢ଼ିଯାଇଥିଲେ। ସେମାନେ ସେଠାରେ ଶିଖ୍ ସଂକେତକୁ ପୂଜାର୍ଚ୍ଚନା କରିବା ସହ ଖଣ୍ଡା ବୁଲାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ଆଚମ୍ୱିତ ହୋଇଯାଇଥିଲେ। ପରେ ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଓହ୍ଲାଇବାକୁ କହିଥିଲେ। ମାତ୍ର ସେମାନେ ରାଜି ହୋଇନଥିଲେ। ଏପରିକି ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଦାସ ଓ ଉପଜିଲ୍ଲାପାଳ ଭବତାରଣ ସାହୁ ମଧ୍ୟ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ମାତ୍ର ସଂପୃକ୍ତ ଯୁବକମାନେ ରାଜି ହୋଇନଥିଲେ। ଛାତରୁ ତଳକୁ ଡେଇଁପଡ଼ିବେ ବୋଲି ଯୁବକମାନେ ଚେତାବନୀ ଦେଇଥିଲେ। ପ୍ରାୟ ଘଣ୍ଟାଏ ଧରି ବୁଝାସୁଝା ପରେ ଛାତରୁ ଓହ୍ଲାଇ ପ୍ରଶାସନିକ ଅଧିକାରୀଙ୍କ ସହ ସଂପୃକ୍ତ ଶିଖ ଯୁବକମାନେ ଆଲୋଚନା କରିଥିଲେ। ପରେ ପୁଣି ଛାତ ଉପରକୁ ଯାଇ ପଞ୍ଜାବ ଯୁବକମାନେ ସଂକେତକୁ ପୂଜାର୍ଚ୍ଚନା କରି ପ୍ରତିଷ୍ଠା କରିଥିଲେ।

ଗୁରୁ ନାନକଙ୍କ ଜୟନ୍ତୀ ଅବସରରେ ସଂକେତ ଲଗାଇବାକୁ ଏହି ଶିଖ୍ ଯୁବକମାନେ ପୁରୀ ଆସିଥିଲେ ବୋଲି ଜଣାପଡ଼ିଛି। ତେବେ ଏହି ସଂକେତ ଲଗାଇବା ବେଳେ ମଠର ମଠାଧିଶ ନଥିଲେ। ଏହାପରେ ସେମାନେ ଛାତ ଉପରକୁ ଚଢି ସଂକେତ ଲଗାଉଥିଲେ। ସଂପୃକ୍ତ ଶିଖ୍ ଯୁବକଙ୍କ ସହ ପ୍ରଶାସନର ଆଲୋଚନା ପରେ ଘଟଣାର ସମାଧାନ ହୋଇଥିଲା। ମଠ ଉପରେ ଚଢିଥିବା ଯୁବକଙ୍କୁ ସିଂହଦ୍ୱାର ଥାନାକୁ ନିଆଯାଇ ଅଧିକ ପଚରାଉଚରା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story