ପୂର୍ବାହ୍ନରେ ଉଚ୍ଚଶିକ୍ଷା,ଇସ୍ପାତ ଏବଂ ଖଣି ବିଭାଗର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶନିବାର ପୂର୍ବାହ୍ନରେ ଉଚ୍ଚଶିକ୍ଷା ବିଭାଗର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ସରକାରଙ୍କ ଚତୁର୍ଥ ପାଳିର ପ୍ରଥମ ବର୍ଷରେ ବିଭାଗ କେତେ ସଫଳତା ପାଇଛି ଏବଂ କେଉଁ କେଉଁ କ୍ଷେତ୍ରରେ ବିଫଳ ହୋଇଛି ତା ଉପରେ ବିସ୍ତୃତ ଭାବେ ମୁଖ୍ୟମନ୍ତ୍ରୀ ବିଭାଗୀୟ ମନ୍ତ୍ରୀ ଏବଂ ସଚିବଙ୍କ ଉପସ୍ଥିତିରେ ସମୀକ୍ଷା କରିବେ। ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପାଇଁ ବଡ଼ ସମସ୍ୟା ଭାବେ ମୁଣ୍ଡ ଟେକିଥିଲା ତୃଟିପୂର୍ଣ୍ଣ ରେଜଲ୍ଟ, ଜେଇଇ ମେନ୍, ଓଡ଼ିଶା ଆଇଆଇଏମକୁ ନେଇ […]

cm

Rakesh Mallick
  • Published: Saturday, 06 June 2015
  • , Updated: 06 June 2015, 02:10 AM IST

ଭୁବନେଶ୍ୱର: ଶନିବାର ପୂର୍ବାହ୍ନରେ ଉଚ୍ଚଶିକ୍ଷା ବିଭାଗର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ସରକାରଙ୍କ ଚତୁର୍ଥ ପାଳିର ପ୍ରଥମ ବର୍ଷରେ ବିଭାଗ କେତେ ସଫଳତା ପାଇଛି ଏବଂ କେଉଁ କେଉଁ କ୍ଷେତ୍ରରେ ବିଫଳ ହୋଇଛି ତା ଉପରେ ବିସ୍ତୃତ ଭାବେ ମୁଖ୍ୟମନ୍ତ୍ରୀ ବିଭାଗୀୟ ମନ୍ତ୍ରୀ ଏବଂ ସଚିବଙ୍କ ଉପସ୍ଥିତିରେ ସମୀକ୍ଷା କରିବେ। ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପାଇଁ ବଡ଼ ସମସ୍ୟା ଭାବେ ମୁଣ୍ଡ ଟେକିଥିଲା ତୃଟିପୂର୍ଣ୍ଣ ରେଜଲ୍ଟ, ଜେଇଇ ମେନ୍, ଓଡ଼ିଶା ଆଇଆଇଏମକୁ ନେଇ ବିବାଦ, ନିଯୁକ୍ତି ମେଳା ଏବଂ ବିଭିନ୍ନ ଦାବି ନେଇ ଶିକ୍ଷକଙ୍କ ଆନ୍ଦୋଳନ। ତେବେ ବର୍ଷକ ଭିତରେ ଶିକ୍ଷାର ବିକାଶ ଓ ସଂସ୍କାର ପାଇଁ ମଧ୍ୟ ରାଜ୍ୟ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ। ସେସବୁ ହେଉଛି, ସ୍ୱଚ୍ଛ ଓ ବ୍ୟବସ୍ଥିତ ଭାବେ ମାଟ୍ରିକ ପରୀକ୍ଷା ପରିଚାଳନା, ରାଜ୍ୟରେ ପ୍ରଥମ କରି ଯୁକ୍ତଦୁଇ ବିଜ୍ଞାନ ଖାତା ଅନ୍-ଲାଇନ୍ ମୂଲ୍ୟାୟନ ଏବଂ ଉଚ୍ଚଶିକ୍ଷାରେ ସିଟ୍ ସଂରକ୍ଷଣ ବ୍ୟବସ୍ଥା।

ଅନ୍ୟପକ୍ଷରେ ଆଜି ଉଚ୍ଚଶିକ୍ଷା ସହ ଅପରାହ୍ନରେ ଷ୍ଟିଲ ଆଣ୍ଡ ମାଇନ୍ସ ବିଭାଗର ମଧ୍ୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖଣି ଦୁର୍ନୀତି ନେଇ ସିଇସି ତଦନ୍ତ, ଶାହା କମିଶନଙ୍କ ରିପୋର୍ଟ, ଅସ୍ପଷ୍ଟ ଖଣିନୀତି ନେଇ ସରକାର ଚର୍ଚ୍ଚାରେ ଥିବାରୁ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କଣ ନିଷ୍ପତ୍ତି ନେଉଛନ୍ତି ତା' ଉପରେ ନଜର ରହିବ। ତେବେ ବର୍ଷକ ଭିତରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ଖଣି ଶିଳ୍ପ ପାଇଁ ଆଶ୍ୱସ୍ତି ଆଣି ଦେଇଥିଲେ ରାଜ୍ୟ ସରକାର। ଖଣିଜ ଯୋଗାଣ, ବନ୍ଦ ଖଣି ଖୋଲିବା, ଖଣିଚୋରିକୁ ରୋକିବା ଓ ପରିବହନକୁ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବା, କେନ୍ଦ୍ର ସରକାରଙ୍କ ନିକଟରେ କୋଲ୍ ମାଇନ୍ସ ଦାବି ଆଦି ପ୍ରସଙ୍ଗକୁ ନେଇ ଚଳିତ ବର୍ଷ ଚର୍ଚ୍ଚାରେ ଥିଲେ। ଏହି ଦୁଇ ବିଭାଗର ଅଗ୍ରଗତି ନେଇ ବିସ୍ତୃତଭାବେ  ଦୁଇ ବିଭାଗୀୟ ମନ୍ତ୍ରୀ ଏବଂ ସଚିବଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ।

Related story