ରାଲିରେ ଜଳିଗଲା ଅଟୋ

ପୁରୀ: ରାଜସ୍ୱମନ୍ତ୍ରୀ ମେହେଶ୍ୱର ମହାନ୍ତିଙ୍କ ରୋଡ ଶୋ ବେଳେ ବିସ୍ଫୋରଣ ସହ ଜଳିଗଲା ବାଣଭର୍ତ୍ତି ଅଟୋ ରିକ୍ସା। ପୁରୀ ବଡ଼ଶଙ୍ଖ ସ୍ଥିତ ରେଡ୍‌ କ୍ରସ୍‌ ରୋଡ୍‌ରେ ଏହି ଅଘଟଣ ଘଟିଛି। ସୌଭାଗ୍ୟକୁ ଏଥିରେ କାହାରି କୌଣସି କ୍ଷତି ହୋଇ ନାହିଁ। ରେଡ୍‌ କ୍ରସ ରୋଡ୍‌ରେ ବିନାୟକ ସମିତି ପକ୍ଷରୁ ରାଜସ୍ୱମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସମିତିର କର୍ମକର୍ତ୍ତା ମନ୍ତ୍ରୀଙ୍କୁ ବାଜା-ବାଣ ରୋଷଣୀରେ ପାଛୋଟି ନେଉଥିଲେ। ଶୋଭାଯାତ୍ରାଠାରୁ କିଛି ଦୂରରେ ଏହି ବିସ୍ଫୋରଣ ଘଟିଥିଲା। […]

auto fire

Rakesh Mallick
  • Published: Monday, 05 June 2017
  • , Updated: 05 June 2017, 11:05 PM IST

ପୁରୀ: ରାଜସ୍ୱମନ୍ତ୍ରୀ ମେହେଶ୍ୱର ମହାନ୍ତିଙ୍କ ରୋଡ ଶୋ ବେଳେ ବିସ୍ଫୋରଣ ସହ ଜଳିଗଲା ବାଣଭର୍ତ୍ତି ଅଟୋ ରିକ୍ସା। ପୁରୀ ବଡ଼ଶଙ୍ଖ ସ୍ଥିତ ରେଡ୍‌ କ୍ରସ୍‌ ରୋଡ୍‌ରେ ଏହି ଅଘଟଣ ଘଟିଛି। ସୌଭାଗ୍ୟକୁ ଏଥିରେ କାହାରି କୌଣସି କ୍ଷତି ହୋଇ ନାହିଁ।

ରେଡ୍‌ କ୍ରସ ରୋଡ୍‌ରେ ବିନାୟକ ସମିତି ପକ୍ଷରୁ ରାଜସ୍ୱମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସମିତିର କର୍ମକର୍ତ୍ତା ମନ୍ତ୍ରୀଙ୍କୁ ବାଜା-ବାଣ ରୋଷଣୀରେ ପାଛୋଟି ନେଉଥିଲେ। ଶୋଭାଯାତ୍ରାଠାରୁ କିଛି ଦୂରରେ ଏହି ବିସ୍ଫୋରଣ ଘଟିଥିଲା। ରୋଷଣୀ ପାଇଁ ବାଣ ଥିବା ଅଟୋ ରିକ୍ସାରେ ହଠାତ୍ କୌଣସି କାରଣରୁ ନିଆଁ ଲାଗିଯିବାରୁ ବାଣ ସବୁ ଫୁଟିବା ସହ ରାସ୍ତା ଉପରେ ଅଟୋଟି ଜଳି ଯାଇଥିଲା। ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ନିଆଁକୁ ଆୟତ୍ତ କରାଯାଇଥିଲା। ପୋଲିସ ପହଞ୍ଚି ଅଟୋ ଡ୍ରାଇଭରକୁ ପଚରାଉଚରା କରିଛି।

Related story