ବୋବାଲ ମଚାଇଛି ପୁରୀର ବଗଲା  

ପୁରୀ(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ଅଧିକ ବିବାଦୀୟ ହେଉଛି ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ଘଟଣା । ଜିଲ୍ଲାପାଳ ଲଜ୍ ମାଲିକଙ୍କୁ ଜମି ବିକ୍ରି କରିବା ସମ୍ପୂର୍ଣ୍ଣ ବେଆଇନ୍ ଓ ୟା ପଛରେ ନେତା ଓ ଅଫିସରଙ୍କ କାରସାଦି ଥିବା ଅଭିଯୋଗ କରି ଆଜି ସିଧାସଳଖ ଟାର୍ଗେଟ୍ କରିଛନ୍ତି ବିଜେପି ନେତା ସମ୍ବିତ ପାତ୍ର । ତାସହ ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିବେ ବୋଲି ବି କହିଛନ୍ତି । ସେପଟେ ଆଜି ଏକ ପ୍ରେସ୍ […]

532

532

Tapas Behera
  • Published: Saturday, 22 August 2020
  • Updated: 22 August 2020, 08:58 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ଅଧିକ ବିବାଦୀୟ ହେଉଛି ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ଘଟଣା । ଜିଲ୍ଲାପାଳ ଲଜ୍ ମାଲିକଙ୍କୁ ଜମି ବିକ୍ରି କରିବା ସମ୍ପୂର୍ଣ୍ଣ ବେଆଇନ୍ ଓ ୟା ପଛରେ ନେତା ଓ ଅଫିସରଙ୍କ କାରସାଦି ଥିବା ଅଭିଯୋଗ କରି ଆଜି ସିଧାସଳଖ ଟାର୍ଗେଟ୍ କରିଛନ୍ତି ବିଜେପି ନେତା ସମ୍ବିତ ପାତ୍ର । ତାସହ ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିବେ ବୋଲି ବି କହିଛନ୍ତି । ସେପଟେ ଆଜି ଏକ ପ୍ରେସ୍ ରିଲିଜ୍ ଜରିଆରେ ପୁରୀ ଜିଲ୍ଲା ପ୍ରଶାସନ, ଧର୍ମଶାଳା ଜମି ବିକ୍ରି ହୋଇନି ବରଂ ମାତ୍ର ୧୨ ପ୍ରତିଶତ ଜମିହରା ସେବାୟତ ପରିବାରଙ୍କୁ ଥଇଥାନ ପାଇଁ ଦିଆଯାଇଥିବା କହିଛି।

କାହିଁକି ବଗଲା ଧର୍ମଶାଳା ଜମିକୁ ଖଣ୍ଡ ଖଣ୍ଡ କରି ଲଜ୍ ମାଲିକଙ୍କୁ ବିକ୍ରି ହେଲା ? ଗରିବ ତୀର୍ଥଯାତ୍ରୀଙ୍କ ସେବା ପାଇଁ ଉଦ୍ଦିଷ୍ଟ ଜାଗାକୁ କାହିଁକି ବେଆଇନ୍ ଭାବେ ପ୍ଲଟିଂ କରି ବିକିଲେ ପୁରୀ ଜିଲ୍ଲାପାଳ ? ତୁରନ୍ତ ସେ ଜମି ଫେରିବା ଓ ଧର୍ମଶାଳା ଆଧୁନିକ ରୂପରେ ଛିଡ଼ା ହେବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେପି  ପୁରୀରେ ପ୍ରତିବାଦ ପରେ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାର ଓ ପୁରୀ ପ୍ରଶାସନଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ସେ କହିଛନ୍ତି, ବଗଲା ଧର୍ମଶାଳାର ବିକାଶ ପାଇଁ କେନ୍ଦ୍ରରୁ ପ୍ରସାଦ ଯୋଜନାରେ ୨୦ କୋଟି ଟଙ୍କା ଆସିଥିଲା । ବିକାଶ ଓ ସର୍ବେକ୍ଷଣ ପାଇଁ ୩ କୋଟି ଖର୍ଚ୍ଚ ପରେ ଏବେ କାହିଁକି ଜମି ବିକ୍ରି ହେଲା ? ହାଇକୋର୍ଟରେ ମାମଲା ଚାଲିଥିବା ବେଳେ କେମିତି ଜମିକୁ ପ୍ଲଟିଂ କରି ଲଜ୍ ମାଲିକଙ୍କୁ ବିକ୍ରି କଲେ ବୋଲି ପ୍ରଶ୍ନ କରିଛନ୍ତି ସମ୍ବିତ୍। ଏମିତିକି ଏ ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିବେ ବୋଲି କହିଛନ୍ତି । ସେପଟେ ଦୁଇ ଦିନ ତଳେ ବଗଲା ଜମି ବିକ୍ରିର ପୁନର୍ବିଚାର ହେଉ ବୋଲି କହିଥିବା ପୁରୀର ପୂର୍ବତନ ବିଧାୟକ ତଥା ଶାସକ ଦଳର ବରିଷ୍ଠ ନେତା ମହେଶ୍ୱର ମହାନ୍ତି ଆଜି ପ୍ରତିକ୍ରିୟା ରଖି କହିଛନ୍ତି ବଗଲା ଧର୍ମଶାଳାକୁ ନେଇ ଚାଲିଥିବା ପ୍ରତିବାଦରେ ଆନ୍ତରିକତା କମ୍ ରାଜନୀତି ବେଶୀ ହେଉଛି। ସରକାର ଏ ନେଇ ଆବଶ୍ୟକ ପଦକ୍ଷେପ ନେବେ । ପୁରୀରେ ୧୦ ହଜାର ଲୋକଙ୍କ ରହଣୀର ବ୍ୟବସ୍ଥା ହେଉଛି ବୋଲି ମହେଶ୍ୱର କହିଛନ୍ତି।

ସେପଟେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପ୍ରେସ ରିଲିଜ୍ ଜରିଆରେ ଧର୍ମଶାଳା ଜମି କାହାକୁ ବିକ୍ରି କରାଯାଇନି ବୋଲି କହିଛି । ସେଥିରେ ଦର୍ଶାଯାଇଛି ଜମି ବିକ୍ରି ହୋଇନି ବରଂ ଶ୍ରୀମନ୍ଦିର ୭୫ ମିଟର ପରିଧିରେ ଜମିହରା କିଛି ସେବାୟତଙ୍କୁ ଥଇଥାନ କରାଯାଇଛି । କୌଣସି ଘରୋଇ ଲଜ୍ ମାଲିକଙ୍କୁ ଜମି ବିକ୍ରି କୁହାଯିବା ମଧ୍ୟ ଭୁଲ୍ । ଏମିତିକି ଧର୍ମଶାଳାର ୨.୭୩୮ ଏକର ଜମିରୁ ମାତ୍ର ୧୨% ଜାଗାରେ ଥଇଥାନ କରାଯାଇଛି । ତାସହ ପୁରୁଣା ବଗଳା ଧର୍ମଶାଳାରେ ପୂର୍ବରୁ ୨ଶହ ଲୋକଙ୍କ ରହିବାର ବ୍ୟବସ୍ଥା ଥିବାବେଳେ ସରକାର ନିର୍ମାଣ କରୁଥିବା ତୀର୍ଥ ଯାତ୍ରୀ କେନ୍ଦ୍ରରେ ୨ ହଜାର ଗରିବ ଯାତ୍ରୀଙ୍କ ରହଣୀ ପାଇଁ ବ୍ୟବସ୍ଥା ହେଉଛି। ପୁରୀରେ ଆହୁରି ୮ ହଜାର ଏପରି ସମୁଦାୟ ୧୦ ହଜାର ଗରିବ ତୀର୍ଥଯାତ୍ରୀ ରହିବାର ବ୍ୟବସ୍ଥା କରୁଛନ୍ତି ସରକାର  । ତେଣେ ହାଇକୋର୍ଟରେ ଏ ସଂପର୍କିତ ମାମଲାର ଆବେଦନକାରୀ ଜଗନ୍ନାଥ ବସ୍ତିଆ  କହିଛନ୍ତି, ଥଇଥାନ ନାଁରେ ଯେଉଁ ୬ଜଣଙ୍କୁ ଜମି ଦିଆଯାଇଛି ସେମାନେ ସମସ୍ତେ ଲଜ୍ ମାଲିକ ନୁହଁନ୍ତି  । ପୂର୍ବରୁ ସେମାନେ କ୍ଷତିପୂରଣ ବାବଦରେ କୋଟି କୋଟି ଟଙ୍କା ନେଇ ସାରିଥିବାବେଳେ ପୁଣି ଜମି ପାଇଛନ୍ତି । ତାସହ ଭିତର ସେବାୟତ ନିଯୋଗକୁ ଯେଉଁଥି ପାଇଁ ଜମି ଦିଆଯାଇଛି । ସେ ଘରେ ପୂର୍ବରୁ ସେଟେଲେଣ୍ଟ ଅଫିସ୍ ଭଡ଼ାରେ ଚାଲିଥିଲା ବୋଲି ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story