ବଗଲା ବିବାଦ: ଢୋଲ ଭିତରେ ମୂଷା

ପୁରୀ(ଓଡ଼ିଶା ରିପୋର୍ଟର)ବଗଲା ଜମି ବିବାଦକୁ ନେଇ ଦ୍ୱନ୍ଦ୍ୱ ଯେତିକି ବଢୁଛି ରାଜନୀତି ବି ସେତିକି ତୀବ୍ର ହେଉଛି । ଧର୍ମଶାଳା ପ୍ଲଟିଂ ସ୍କିମରେ କୌଣସି ଜମି ବିକ୍ରି ହୋଇନାହିଁ ବରଂ ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ପାଇଁ ଦାନ ଦେଇଥିବା ଜମି ମାଲିକଙ୍କୁ ଥଇଥାନ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନର ପ୍ରେସ୍ ରିଲିଜ୍‌କୁ ନେଇ ସୃଷ୍ଟି ହେଲାଣି ନୂଆ ପ୍ରଶ୍ନ । କାରଣ ଜମି ପାଇଥିବା ଲଜ୍ ମାଲିକ ଓ ସେବାୟତ ପୂର୍ବରୁ କ୍ଷତିପୂରଣ ଆକାରରେ ନେଇଛନ୍ତି କୋଟି […]

6bnm

6bnm

Tapas Behera
  • Published: Sunday, 23 August 2020
  • Updated: 23 August 2020, 07:49 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର)ବଗଲା ଜମି ବିବାଦକୁ ନେଇ ଦ୍ୱନ୍ଦ୍ୱ ଯେତିକି ବଢୁଛି ରାଜନୀତି ବି ସେତିକି ତୀବ୍ର ହେଉଛି । ଧର୍ମଶାଳା ପ୍ଲଟିଂ ସ୍କିମରେ କୌଣସି ଜମି ବିକ୍ରି ହୋଇନାହିଁ ବରଂ ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ପାଇଁ ଦାନ ଦେଇଥିବା ଜମି ମାଲିକଙ୍କୁ ଥଇଥାନ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନର ପ୍ରେସ୍ ରିଲିଜ୍‌କୁ ନେଇ ସୃଷ୍ଟି ହେଲାଣି ନୂଆ ପ୍ରଶ୍ନ । କାରଣ ଜମି ପାଇଥିବା ଲଜ୍ ମାଲିକ ଓ ସେବାୟତ ପୂର୍ବରୁ କ୍ଷତିପୂରଣ ଆକାରରେ ନେଇଛନ୍ତି କୋଟି କୋଟି ଟଙ୍କା । ଯାହାର ତଥ୍ୟ ସୂଚନା ଅଧିକାର ଆଇନ୍ ବଳରେ ମିଳିଛି।

ଆରଟିଆଇରେ ମିଳିଥିବା ତଥ୍ୟ ଅନୁସାରେ ବଟକୃଷ୍ଣ ମୁଦ୍ରାଙ୍କ, ତାଙ୍କ ସନ୍ଧ୍ୟା ଲଜ୍ ଉଚ୍ଛେଦ ବାବଦରେ ୭୦ ଲକ୍ଷ ୭୯ ହଜାର ୯୪୪ଟଙ୍କା କ୍ଷତିପୂରଣ ପାଇଛନ୍ତି । ତା’ସହ ଗତ ୫ ତାରିଖ ଦିନ ପୁରୀ ଜିଲ୍ଲାପାଳ ତାଙ୍କ ନାଁରେ ବଗଲା ଧର୍ମଶାଳା ଜମିରୁ ଏକ ପ୍ଲଟ୍ ବିକ୍ରି କରିଛନ୍ତି। ଖାଲି ସେତିକି ନୁହେଁ ବଗଲା ପ୍ଲଟରେ ଘର ତୋଳିବାକୁ ବି ଜିଲ୍ଲା ପ୍ରଶାସନ ଆହୁରି ୧୮ ଲକ୍ଷ ଟଙ୍କା ଦେବାକୁ ଚୁକ୍ତି କରିଥିବା କହିଛନ୍ତି ବଟକୃଷ୍ଣ।

ଠିକ୍ ସେମିତି ଭିତର ସେବାୟତ ନିଯୋଗର ଲଜିଂ ଉଚ୍ଛେଦ ବାବଦରେ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷତିପୂରଣ ଆକାରରେ ମିଳିଛି ୭କୋଟି ୪୭ ଲକ୍ଷ ୩୩୬ ହଜାର ଟଙ୍କା । ଏତେ ପରିମାଣର କ୍ଷତିପୂରଣ ପ୍ରଦାନ ପରେ ବି ଗତ ୭ ତାରିଖରେ ପୁରୀ ଜିଲ୍ଲାପାଳ ସେହି ନିଯୋଗର ସଂପାଦକ ରବି ନାରାୟଣ ଦାଶଙ୍କୁ ବିକିଛନ୍ତି ବଗଲା ଧର୍ମଶାଳାର ଆଉ ଏକ ପ୍ଲଟ। ସେହିପରି ଦୀପକ ସାହୁ ନାମକ ଯେଉଁ ଅନ୍ୟ ଜଣେ ଲଜ୍ ମାଲିକଙ୍କୁ ଜିଲ୍ଲାପାଳ ବିକ୍ରୟପତ୍ର ଦଲିଲ କରିଛନ୍ତି ସେ ବି ପୂର୍ବରୁ କ୍ଷତିପୂରଣ ଆକାରରେ ପାଇଛନ୍ତି ୨କୋଟି ୫୬ଲକ୍ଷ ୮୫ ହଜାର ୯୩୬ ଟଙ୍କା।

ଏଠି ପ୍ରଶ୍ନ, ଜମି ହରାଇ ସେ ବାବଦରେ କୋଟି କୋଟି ଟଙ୍କା କ୍ଷତିପୂରଣ ପାଇଥିବା ଲଜିଂ ମାଲିକ ହୁଅନ୍ତୁ କି ସେବାୟତ ? ସେମାନେ ଜମି ଦାନ କଲେ କେମିତି ? ଶହ ଶହ ବର୍ଷ ତଳର ଜମି ଦାନ କରିଥିବାରୁ ସେହି ବିସ୍ଥାପିତଙ୍କୁ ଧର୍ମଶାଳା ଜମିରେ ଥଇଥାନ କରାଯାଇଛି ବୋଲି କେମିତି ଗତକାଲି ପ୍ରେସ୍ ରିଲିଜ୍ ଜରିଆରେ କହିଲା ପୁରୀ ଜିଲ୍ଲା ପ୍ରଶାସନ ? ଗୋଟିଏ ପଟେ ୧୧୫ବର୍ଷ ତଳୁ ଦାନ ଆକାରରେ ମିଳିଥିବା ବଗଲା ଧର୍ମଶାଳା ଜମିକୁ ଜିଲ୍ଲାପାଳ ବେଆଇନ୍ ଭାବେ ବିକୁଥିବା ଅଭିଯୋଗକୁ ନେଇ ବିବାଦ ଥମୁନଥିବାବେଳେ ଏହାକୁ ନେଇ ଉଠିଲାଣି ନୂଆ ପ୍ରଶ୍ନ।

ଏଣେ ପୁରା ଘଟଣାକୁ ନେଇ ପୁରୀରେ ବିଜେପି ଓ ସିପିଏମ୍ ପକ୍ଷରୁ ଆଜି ବିକ୍ଷୋଭ କରାଯାଇ ଥିବାବେଳେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ତେବେ ଗତକାଲି ପୁରୀର ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି କହିଥିଲେ, ବଗଲା ବିବାଦରେ ଆନ୍ତରିକତା କମ୍, ରାଜନୀତି ବେଶୀ ଭଳି ମନେ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story