ପୁରୀ: ବାଲିଷ୍ଟିକ କ୍ଷେପଣାସ୍ତ୍ର ‘ଧନୁଷ’ର ବ୍ୟାବହାରିକ ପରୀକ୍ଷଣ ସଫଳ

ପୁରୀ: ଆଜି ଦିନ ୧୧ଟା ୨୫ ମିନିଟରେ ଯୁଦ୍ଧ ଯାହାଜ ଆଇଏନ୍ଏସ୍ ସୁଭଦ୍ରାରୁ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ଧନୁଷର ବ୍ୟାବହାରିକ ପରୀକ୍ଷଣ ସଫଳ ହୋଇଛି। ଆଣବିକ କ୍ଷମତା ସମ୍ପର୍ଣ୍ଣ ଧନୁଷ କ୍ଷେପଣାସ୍ତ୍ର ପୃଥ୍ୱୀ-୩ର ନାଭାଲ ଭର୍ସନ। ପୁରୀ ସମୁଦ୍ର ଉପକୂଳ ବଙ୍ଗୋପସାଗରରେ ଏହି ପରୀକ୍ଷା ହୋଇଥିଲା। ପରୀକ୍ଷଣ ବେଳେ ଏହାର ଗତି, ଦିଗ ଓ ଲକ୍ଷ୍ୟଭେଦ କ୍ଷମତା ଆଦି ତଥ୍ୟକୁ ରାଡ଼ାର ମାଧ୍ୟମରେ ଅନୁଧ୍ୟାନ କରାଯାଇଥିଲା। ନୌସେନା ବ୍ୟବହାର ଲାଗି ଉଦ୍ଦିଷ୍ଟ ଧନୁଶ କ୍ଷେପଣାସ୍ତ୍ରକୁ ୨୦୧୨ରେ […]

Dhanush

Rakesh Mallick
  • Published: Tuesday, 24 November 2015
  • , Updated: 24 November 2015, 09:12 AM IST

ପୁରୀ: ଆଜି ଦିନ ୧୧ଟା ୨୫ ମିନିଟରେ ଯୁଦ୍ଧ ଯାହାଜ ଆଇଏନ୍ଏସ୍ ସୁଭଦ୍ରାରୁ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ଧନୁଷର ବ୍ୟାବହାରିକ ପରୀକ୍ଷଣ ସଫଳ ହୋଇଛି। ଆଣବିକ କ୍ଷମତା ସମ୍ପର୍ଣ୍ଣ ଧନୁଷ କ୍ଷେପଣାସ୍ତ୍ର ପୃଥ୍ୱୀ-୩ର ନାଭାଲ ଭର୍ସନ। ପୁରୀ ସମୁଦ୍ର ଉପକୂଳ ବଙ୍ଗୋପସାଗରରେ ଏହି ପରୀକ୍ଷା ହୋଇଥିଲା। ପରୀକ୍ଷଣ ବେଳେ ଏହାର ଗତି, ଦିଗ ଓ ଲକ୍ଷ୍ୟଭେଦ କ୍ଷମତା ଆଦି ତଥ୍ୟକୁ ରାଡ଼ାର ମାଧ୍ୟମରେ ଅନୁଧ୍ୟାନ କରାଯାଇଥିଲା।

ନୌସେନା ବ୍ୟବହାର ଲାଗି ଉଦ୍ଦିଷ୍ଟ ଧନୁଶ କ୍ଷେପଣାସ୍ତ୍ରକୁ ୨୦୧୨ରେ ସଫଳତାର ସହ ପରୀକ୍ଷା କରାଯାଇଥିଲା। ଏହି ବାଲିଷ୍ଟିକ କ୍ଷେପଣାସ୍ତ୍ରରେ ୫ଶହ କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ। ଏହାର ଲମ୍ୱ ୮.୫୩ ମିଟର, ମୋଟେଇ ୦.୯ ମିଟର। କ୍ଷେପଣାସ୍ତ୍ର ଲକ୍ଷ୍ୟଭେଦ କ୍ଷମତା ୩୫୦ କିଲୋମିଟର।

Related story