ପୁରୀ: ଛତିଶା ନିଯୋଗ ବୈଠକରେ ସ୍ଥିର ହେଲା ରଥଯାତ୍ରା ନୀତି ନିର୍ଘଣ୍ଟ

ପୁରୀ: ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିସରରେ ଛତିଶା ନିଯୋଗ ବୈଠକ ବସିଥିଲା। ଏଥିରେ ଛତିଶା ନିଯୋଗର ନାୟକ ଜନାର୍ଦ୍ଧନ ପଟ୍ଟଯୋଶୀ ମହାପାତ୍ର, ବିଭିନ୍ନ ନିଯୋଗର ସମ୍ପାଦକ ଓ ସଭାପତି ଏବଂ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ପୁରୀ ଏସ୍.ପି ଆଶିଷ କୁମାର ସିଂ ପ୍ରମୁଖ ଯୋଗ ଦେଇଥିଲେ। ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ସ୍ୱୀକୃତି ପାଇଲା। ବିଶେଷ କରି ଜୁଲାଇ ୧୧ତାରିଖରେ ଚକା ବିଜେ ଓ ତାପରେ ଖଳିଲାଗି, ରାଜପ୍ରସାଦ […]

puri

Rakesh Mallick
  • Published: Tuesday, 30 June 2015
  • , Updated: 30 June 2015, 01:53 AM IST

ପୁରୀ: ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିସରରେ ଛତିଶା ନିଯୋଗ ବୈଠକ ବସିଥିଲା। ଏଥିରେ ଛତିଶା ନିଯୋଗର ନାୟକ ଜନାର୍ଦ୍ଧନ ପଟ୍ଟଯୋଶୀ ମହାପାତ୍ର, ବିଭିନ୍ନ ନିଯୋଗର ସମ୍ପାଦକ ଓ ସଭାପତି ଏବଂ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ପୁରୀ ଏସ୍.ପି ଆଶିଷ କୁମାର ସିଂ ପ୍ରମୁଖ ଯୋଗ ଦେଇଥିଲେ। ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ସ୍ୱୀକୃତି ପାଇଲା। ବିଶେଷ କରି ଜୁଲାଇ ୧୧ତାରିଖରେ ଚକା ବିଜେ ଓ ତାପରେ ଖଳିଲାଗି, ରାଜପ୍ରସାଦ ବିଜେ, ନେତ୍ର ଉତ୍ସବ ଏବଂ ରଥଯାତ୍ରା, ବାହୁଡା ଯାତ୍ରା, ସୁନାବେଶ ପୁଣି ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ନିର୍ଘଣ୍ଟ ନୀତିକୁ ଛତିଶା ନିଯୋଗରେ ସ୍ୱୀକୃତି ମିଳିଛି। ଆସନ୍ତା ୧ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନୁମୋଦନ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ଅନ୍ୟପଟେ ଛତିଶା ନିଯୋଗର ସମସ୍ତ ସେବାୟତ ଚଳିତ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଦୃଢ ନିଷ୍ପତ୍ତି ନେଇଛନ୍ତି। କାରଣ ମହାପ୍ରଭୁଙ୍କ ରଥଯାତ୍ରାକୁ ଶୃଙ୍ଖଳିତ କରିବା ସେବାୟତର ପ୍ରଥମ ଦାୟିତ୍ୱ। ତେଣୁ  କୌଣସି ପ୍ରକାର ଦାବୀ କରାଯାଇନାହିଁ ବୋଲି କହିଛନ୍ତି ଛତିଶା ନିଯୋଗର ମୁଖପାତ୍ର।

Related story