କେତେ ସୁରକ୍ଷିତ ମହାପ୍ରଭୁ? ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍‌

ପୁରୀ: ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍ କ୍ୟାମେରା। ଆଜି ଏକ ଡ୍ରୋନ୍‌ କ୍ୟାମେରା ଶ୍ରୀମନ୍ଦିର ଆଖପାଖ ଅଞ୍ଚଳରେ ଉଡୁଥିବା ଦେଖିବାକୁ ମିଳିଥିଲା। ଖବର ପାଇବା ମାତ୍ରେ ପୋଲିସ୍‌ ଡ୍ରୋନ୍‌ କ୍ୟାମେରାଟିକୁ ଜବତ କରିଛି। ଏହା ସହିତ ଚାରି ଜଣ ବିଦେଶୀ ନାଗରିକଙ୍କୁ ସିଂହଦ୍ୱାର ଥାନା ପୋଲିସ୍ ଅଟକ ରଖି ପଚରାଉଚରା କରିଛି। ଏହି ଚାରି ଜଣ ଋଷର ନାଗରିକ ବୋଲି ଜଣାପଡ଼ିଛି। ସିଂହଦ୍ୱାର ଥାନା ଆଇଆଇସି କହିଛନ୍ତି,“ଯେଉଁମାନେ ଏହି ଡ୍ରୋନ୍ କ୍ୟାମେରା ଉଡ଼ାଉ ଥିଲେ ସେମାନେ […]

templecopy

Rakesh Mallick
  • Published: Thursday, 14 December 2017
  • , Updated: 14 December 2017, 10:25 PM IST

ପୁରୀ: ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍ କ୍ୟାମେରା। ଆଜି ଏକ ଡ୍ରୋନ୍‌ କ୍ୟାମେରା ଶ୍ରୀମନ୍ଦିର ଆଖପାଖ ଅଞ୍ଚଳରେ ଉଡୁଥିବା ଦେଖିବାକୁ ମିଳିଥିଲା। ଖବର ପାଇବା ମାତ୍ରେ ପୋଲିସ୍‌ ଡ୍ରୋନ୍‌ କ୍ୟାମେରାଟିକୁ ଜବତ କରିଛି। ଏହା ସହିତ ଚାରି ଜଣ ବିଦେଶୀ ନାଗରିକଙ୍କୁ ସିଂହଦ୍ୱାର ଥାନା ପୋଲିସ୍ ଅଟକ ରଖି ପଚରାଉଚରା କରିଛି। ଏହି ଚାରି ଜଣ ଋଷର ନାଗରିକ ବୋଲି ଜଣାପଡ଼ିଛି।

ସିଂହଦ୍ୱାର ଥାନା ଆଇଆଇସି କହିଛନ୍ତି,“ଯେଉଁମାନେ ଏହି ଡ୍ରୋନ୍ କ୍ୟାମେରା ଉଡ଼ାଉ ଥିଲେ ସେମାନେ ଇସ୍କନ ଭକ୍ତ। ସେମାନେ ଗତ ୭ ତାରିଖରୁ ଆସି ପୁରୀରେ ଅଛନ୍ତି। ସେମାନଙ୍କ କହିବା ଅନୁଯାୟୀ ସେମାନଙ୍କର ଆଉ କିଛି ବନ୍ଧୁ ଆଗକୁ ପୁରୀ ଆସିବାର କାର୍ଯ୍ୟକ୍ରମ ରହିଛି। ତେଣୁ ରାସ୍ତାଘାଟ ସଂପର୍କରେ ଜାଣିବା ପାଇଁ ଡ୍ରୋନ୍‌ କ୍ୟାମେରାକୁ ବ୍ୟବହାର କରିଥିଲେ। ଆମେ ଡ୍ରୋନ୍ କ୍ୟାମେରାଟିକୁ ଜବତ କରିଛୁ ଓ ଯାଞ୍ଚ କରିଛୁ। ସେଥିରେ ଏକ ମିନିଟ୍ ୧୨ ସେକେଣ୍ଡର ଭିଜୁଆଲ୍ ଅଛି। ସେଥିରେ ମନ୍ଦିର ଅବା ଏହା ଭିତରର କିଛି ଭିଜୁଆଲ୍ ନାହିଁ। ସେଥିରେ କେବଳ ମନ୍ଦିର ବାହାର ଚିତ୍ର ରହିଛି।”

ପ୍ରାୟ ଏକ ଘଣ୍ଟା ଧରି ଡ୍ରୋନ୍ କ୍ୟାମେରା ଶ୍ରୀମନ୍ଦିର ଆଖପାଖରେ ଉଡିଥିବା ନେଇ ଅଭିଯୋଗ ହୋଇଥିବା ବେଳେ ପୋଲିସ୍ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ସିଂହଦ୍ୱାର ଥାନା ଆଇଆଇସି କହିଛନ୍ତି,“ଆମେ ଘଟଣାସ୍ଥଳରେ ପହଞ୍ଚି ଡ୍ରୋନ୍ କ୍ୟାମେରାଟିକୁ ଜବତ କରିଥିଲୁ। ସେଥିରୁ କିଛି ଚିତ୍ର ଅନ୍‌ଲାଇନ୍‌କୁ ଛଡ଼ା ଯାଇନାହିଁ। ଏହି ଚାରି ଜଣ ବ୍ୟକ୍ତି ରାଧାବଲ୍ଲଭ ମଠ ଛାତ ଉପରୁ ଏହାକୁ ଉଡ଼ାଉ ଥିଲେ। ମଠର ଜଣେ କର୍ମଚାରୀଙ୍କୁ କହି ସେମାନେ ଛାତ ଉପରକୁ ଯାଇଥିଲେ।”

https://www.youtube.com/watch?v=jzEUnbDTYOg

 

 

Related story