ଜଗମୋହନ କାମ ଶୀଘ୍ର ସାରିବାକୁ ନିର୍ଦ୍ଦେଶ

କଟକ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଜଗମୋହନ ସୌନ୍ଦର୍ଯ୍ୟକରଣ କାମ ଆସନ୍ତା ଫେବ୍ରୁଆରୀ ୨୮ ତାରିଖ ସୁଦ୍ଧା ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ସର୍ବସାଧାରଣଙ୍କ ପାଇଁ ଜଗମୋହନ ଖୋଲା ରହିବ। ଜଗମୋହନ ସୌନ୍ଦର୍ଯ୍ୟକରଣ ପ୍ରସଙ୍ଗରେ ଏଏସ୍‌ଆଇ ଓ ମନ୍ଦିର ପ୍ରଶାସନ ପକ୍ଷରୁ ଦାଖଲ ସତ୍ୟପାଠକୁ ନେଇ କୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ନାଟମଣ୍ଡପ ଅନୁଧ୍ୟାନ ପାଇଁ ଏଏସ୍‌ଆଇ ୩ ଦିନ ସମୟ ମାଗିଛି। ଆସନ୍ତା ୨୧, ୨୨, ୨୩ ତାରିଖରେ ଏଏସ୍‌ଆଇ କୋର […]

Puri

Rakesh Mallick
  • Published: Thursday, 01 February 2018
  • , Updated: 01 February 2018, 05:52 PM IST

କଟକ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଜଗମୋହନ ସୌନ୍ଦର୍ଯ୍ୟକରଣ କାମ ଆସନ୍ତା ଫେବ୍ରୁଆରୀ ୨୮ ତାରିଖ ସୁଦ୍ଧା ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ସର୍ବସାଧାରଣଙ୍କ ପାଇଁ ଜଗମୋହନ ଖୋଲା ରହିବ। ଜଗମୋହନ ସୌନ୍ଦର୍ଯ୍ୟକରଣ ପ୍ରସଙ୍ଗରେ ଏଏସ୍‌ଆଇ ଓ ମନ୍ଦିର ପ୍ରଶାସନ ପକ୍ଷରୁ ଦାଖଲ ସତ୍ୟପାଠକୁ ନେଇ କୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ନାଟମଣ୍ଡପ ଅନୁଧ୍ୟାନ ପାଇଁ ଏଏସ୍‌ଆଇ ୩ ଦିନ ସମୟ ମାଗିଛି। ଆସନ୍ତା ୨୧, ୨୨, ୨୩ ତାରିଖରେ ଏଏସ୍‌ଆଇ କୋର କମିଟି ଓ ଏକ୍ସପର୍ଟ କମିଟିର ସଦସ୍ୟମାନେ ନାଟ ମଣ୍ଡପର ଆବଶ୍ୟକ ହେଉଥିବା ମରାମତି କାମର ଅନୁଧ୍ୟାନ କରିବା ସହ ବଜେଟ୍‌ ପ୍ରସ୍ତୁତ କରିବାକୁ କୋର୍ଟ କହିଛନ୍ତି। ଏହି ରିପୋର୍ଟ ଚୂଡ଼ାନ୍ତ ହେବା ପରେ ମାର୍ଚ୍ଚରୁ ନାଟ ମଣ୍ଡପ ମରାମତି କାମ ଆରମ୍ଭ ହେବ। ଅନ୍ୟପଟେ ଗରୁଡ଼ ସ୍ତମ୍ଭ ନିକଟରେ ନାଟମଣ୍ଡପ ବିମ୍‌ରେ ହୋଇଥିବା ଫାଟର ସୁରକ୍ଷା ପାଇଁ ଅସ୍ଥାୟୀ ବ୍ୟବସ୍ଥା କରାଯାଇଛି। ମରାମତି ଶେଷ ହେବା ପର୍ଯ୍ୟନ୍ତ ଏହି ଅସ୍ଥାୟୀ ଢ଼ାଞ୍ଚ ନାଟ ମଣ୍ଡପ ବିମର ସୁରକ୍ଷା କରିବ ବୋଲି ଏଏସ୍‌ଆଇ ପକ୍ଷରୁ କୁହାଯାଇଛି। ମାର୍ଚ୍ଚ ୬ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି କରାଯିବ।

Related story