ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଯାଞ୍ଚ ବେଳେ ଯାହା ଦେଖିବୁ, ବାହାରେ ପ୍ରକାଶ କରିବୁନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୪ ତାରିଖରେ ଖୋଲିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର। ପୂର୍ବ ମନୋନୀତ ସଦସ୍ୟମାନେ ରତ୍ନଭଣ୍ଡାର ଭିତରକୁ ଯାଇ ଯାଞ୍ଚ କରିବେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି-“ପୂର୍ବ ମନୋନୀତ ସଦସ୍ୟମାନେ ହିଁ ଶ୍ରୀମନ୍ଦିର ଭିତରେ ପ୍ରବେଶ କରି ରତ୍ନ ଭଣ୍ଡାରର ଛାତ ଓ କାନ୍ଥ ଯାଞ୍ଚ କରିବେ। ଯାଞ୍ଚ ସମୟରେ ସାଧାରଣ ଭକ୍ତଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଯାଞ୍ଚ ପରେ ତୁରନ୍ତ ମୁଖ୍ୟ […]

lkr

Rakesh Mallick
  • Published: Monday, 02 April 2018
  • , Updated: 02 April 2018, 07:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୪ ତାରିଖରେ ଖୋଲିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର। ପୂର୍ବ ମନୋନୀତ ସଦସ୍ୟମାନେ ରତ୍ନଭଣ୍ଡାର ଭିତରକୁ ଯାଇ ଯାଞ୍ଚ କରିବେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି-“ପୂର୍ବ ମନୋନୀତ ସଦସ୍ୟମାନେ ହିଁ ଶ୍ରୀମନ୍ଦିର ଭିତରେ ପ୍ରବେଶ କରି ରତ୍ନ ଭଣ୍ଡାରର ଛାତ ଓ କାନ୍ଥ ଯାଞ୍ଚ କରିବେ। ଯାଞ୍ଚ ସମୟରେ ସାଧାରଣ ଭକ୍ତଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଯାଞ୍ଚ ପରେ ତୁରନ୍ତ ମୁଖ୍ୟ ପ୍ରଶାସକଙ୍କୁ ଯାଞ୍ଚକାରୀ ରିପୋର୍ଟ ଦେବେ। ଯାଞ୍ଚ ସମୟରେ କଡ଼ାକଡ଼ି ଭାବେ ଏସ୍ଓପି ପାଳନ ହେବ।”

ରତ୍ନଭଣ୍ଡାର ଯାଞ୍ଚ ପାଇଁ ଗଜପତି ମହାରାଜାଙ୍କ ପ୍ରତିନିଧି, ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଡ଼ଉ କରଣ, ଦେଉଳ କରଣ, ASIର ୨ ଜଣ ଯନ୍ତ୍ରୀ, ASI କୋର କମିଟିର ୨ ସଦସ୍ୟ ଜିସି ମିତ୍ର ଓ ଏନସି ପାଲ୍‌ ଏବଂ ହାଇକୋର୍ଟଙ୍କ ପକ୍ଷରୁ ଜଷ୍ଟିସ ଏନ୍.କେ.ମହାନ୍ତି ଯିବା ପାଇଁ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏମାନେ ରତ୍ନଭଣ୍ଡାରରେ ପ୍ରବେଶ ପୂର୍ବରୁ ଶ୍ରୀଲୋକନାଥଙ୍କ ପୂଜାର୍ଚ୍ଚନା କରି ଭିତରେ ଯାହା ଦେଖିବେ ତାହା ପ୍ରକାଶ କରିବେ ନାହିଁ ବୋଲି ଶପଥ ନେବେ।

Related story