ଶ୍ରୀମନ୍ଦିରରେ ଶୃଙ୍ଖଳା ପାଇଁ ସଂସ୍କାର କମିଶନଙ୍କ ରିପୋର୍ଟ ଦାଖଲ

ଭୁବନେଶ୍ୱର: ଶ୍ରୀମନ୍ଦିର ସଂସ୍କାର କମିଶନ ଆଜି ରାଜ୍ୟ ସରକାରଙ୍କୁ ପ୍ରଥମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି। ଆଇନ୍‌ ମନ୍ତ୍ରୀଙ୍କୁ କମିଶନଙ୍କ ସଚିବ ଏହି ରିପୋର୍ଟ ପ୍ରଦାନ କରିଛନ୍ତି। ସଂସ୍କାର କମିଶନ ଜଷ୍ଟିସ୍‌ ବି.ପି. ଦାସଙ୍କ ସୂଚନା ଅନୁସାରେ ରଥଯାତ୍ରା ବେଳେ ବିଶୃଙ୍ଖଳା ସୃଷ୍ଟି କଲେ କଠୋର କାର୍ଯ୍ୟାନୁଷ୍ଠାନ କରାଯାଇଛି। ତାହା ସହିତ ପର୍ବପର୍ବାଣୀରେ ଶ୍ରୀମନ୍ଦିରରେ କୌଣସି ପ୍ରକାର ବିଶୃଙ୍ଖଳାକୁ ବାରଦାସ୍ତ କରାଯାଇ ପାରିବ ନାହିଁ ବୋଲି କମିଶନ ସୁପାରିଶ କରିଛନ୍ତି। ମହିଳାଙ୍କୁ ଦୁର୍ବ୍ୟବହା କଲେ କାର୍ଯ୍ୟାନୁଷ୍ଠାନ ହେବ। […]

puri_jagannath_temple

Rakesh Mallick
  • Published: Thursday, 20 April 2017
  • , Updated: 20 April 2017, 10:24 PM IST

ଭୁବନେଶ୍ୱର: ଶ୍ରୀମନ୍ଦିର ସଂସ୍କାର କମିଶନ ଆଜି ରାଜ୍ୟ ସରକାରଙ୍କୁ ପ୍ରଥମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି। ଆଇନ୍‌ ମନ୍ତ୍ରୀଙ୍କୁ କମିଶନଙ୍କ ସଚିବ ଏହି ରିପୋର୍ଟ ପ୍ରଦାନ କରିଛନ୍ତି। ସଂସ୍କାର କମିଶନ ଜଷ୍ଟିସ୍‌ ବି.ପି. ଦାସଙ୍କ ସୂଚନା ଅନୁସାରେ ରଥଯାତ୍ରା ବେଳେ ବିଶୃଙ୍ଖଳା ସୃଷ୍ଟି କଲେ କଠୋର କାର୍ଯ୍ୟାନୁଷ୍ଠାନ କରାଯାଇଛି। ତାହା ସହିତ ପର୍ବପର୍ବାଣୀରେ ଶ୍ରୀମନ୍ଦିରରେ କୌଣସି ପ୍ରକାର ବିଶୃଙ୍ଖଳାକୁ ବାରଦାସ୍ତ କରାଯାଇ ପାରିବ ନାହିଁ ବୋଲି କମିଶନ ସୁପାରିଶ କରିଛନ୍ତି। ମହିଳାଙ୍କୁ ଦୁର୍ବ୍ୟବହା କଲେ କାର୍ଯ୍ୟାନୁଷ୍ଠାନ ହେବ। ଏହାଛଡ଼ା ମନ୍ଦିରରେ ଭୋଗର ମାନ ଯାଞ୍ଚ କରିବା ଲାଗି ଜଣେ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିଯୁକ୍ତି ଓ ଶ୍ରୀମନ୍ଦିର ଚାରିପାର୍ଶ୍ୱ ରାସ୍ତା ଚଉଡା କରାଯିବା ସହ ପୁରୀ ସହରରେ ଯଥେଷ୍ଟ ପରିମାଣରେ ସିସିଟିଭି ଲଗାଇବାକୁ କମିଶନ ସୁପାରିଶ କରିଛନ୍ତି।

ଅନ୍ୟପକ୍ଷରେ ଆଜି ଜଗମୋହନ ମରାମତି କାମର ସମୀକ୍ଷା କରିଛନ୍ତି ଖଡଗପୁର ଆଇଆଇଟିର ପୂର୍ବତନ ପ୍ରଫେସର ଏପି ଗୁପ୍ତା। ସମୀକ୍ଷା ପରେ ସେ କହିଛନ୍ତି,“ଜଗମୋହନରେ ୧୧ଟି ଷ୍ଟିଲ୍‌ ଫ୍ରେମ୍‌ ଲାଗି ସାରିଲାଣି। ଆଉ ୫ଟି ଲାଗିବ। ମରାମତି କାର୍ଯ୍ୟ ତଦାରଖ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଠିକ ଅଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।”

Related story