ପୁରୀ: ଜଗମୋହନ ମରାମତି ପାଇଁ ସ୍ଥାନାନ୍ତର ହେବେ ନାହିଁ ଶ୍ରୀଜିଉ

ପୁରୀ: ଶ୍ରୀମନ୍ଦିର ଜଗମୋହନ ମରାମତିକୁ ନେଇ ଶ୍ରୀଜିଉଙ୍କୁ ସ୍ଥାନାନ୍ତର କରିବାର ଆବଶ୍ୟକତା ନାହିଁ। ଶନିବାର ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ବା ଏଏସ୍ଆଇ ସଂରକ୍ଷଣ ବିଭାଗର ଚିଫ୍ ସୁପରିଟେଣ୍ଡିଂ ଇଞ୍ଜିନିୟର ଆର୍.ଏସ୍. ଜାମୁଏଲ ଜଗମୋହନକୁ ଯାଞ୍ଚ କରି ଏହା କହିଛନ୍ତି। କାର୍ତ୍ତିକ ମାସ ପରେ ମରାମତି କାମ ଆରମ୍ଭ ହେବ ବୋଲି ଏଏସଆଇ କାର୍ଯ୍ୟାଳୟରେ ହୋଇଥିବା ବୈଠକ ପରେ ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜଗମୋହନ ମରାମତି ବେଳେ ଶ୍ରୀଜିଉମାନେ ଯଥାସ୍ଥାନରେ ରହିବେ। ପୂଜାର୍ଚ୍ଚନା ଯେମିତି […]

srimandir

Rakesh Mallick
  • Published: Saturday, 19 September 2015
  • , Updated: 19 September 2015, 03:04 PM IST

ପୁରୀ: ଶ୍ରୀମନ୍ଦିର ଜଗମୋହନ ମରାମତିକୁ ନେଇ ଶ୍ରୀଜିଉଙ୍କୁ ସ୍ଥାନାନ୍ତର କରିବାର ଆବଶ୍ୟକତା ନାହିଁ। ଶନିବାର ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ବା ଏଏସ୍ଆଇ ସଂରକ୍ଷଣ ବିଭାଗର ଚିଫ୍ ସୁପରିଟେଣ୍ଡିଂ ଇଞ୍ଜିନିୟର ଆର୍.ଏସ୍. ଜାମୁଏଲ ଜଗମୋହନକୁ ଯାଞ୍ଚ କରି ଏହା କହିଛନ୍ତି। କାର୍ତ୍ତିକ ମାସ ପରେ ମରାମତି କାମ ଆରମ୍ଭ ହେବ ବୋଲି ଏଏସଆଇ କାର୍ଯ୍ୟାଳୟରେ ହୋଇଥିବା ବୈଠକ ପରେ ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜଗମୋହନ ମରାମତି ବେଳେ ଶ୍ରୀଜିଉମାନେ ଯଥାସ୍ଥାନରେ ରହିବେ। ପୂଜାର୍ଚ୍ଚନା ଯେମିତି ହେବା କଥା ସେମିତି ହେବ। ମରାମତି କାମ ପାଇଁ ସେଥିରେ କୌଣସି ବ୍ୟାଘାତ ଘଟିବ ନାହିଁ। କାରଣ ଜଗମୋହନ ମରାମତି ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି।

ସୂଚନାଯୋଗ୍ୟ, ଜଗମୋହନ ପଥର ଝୁଲନ୍ତା ଅବସ୍ଥାରେ ଥିବାରୁ ରଥଯାତ୍ରା ସମୟରେ ଅସ୍ଥାୟୀ ଭାବେ ଲୁହା ବ୍ରାକେଟ୍ ଦିଆଯାଇ ମରାମତି କରାଯାଇଥିଲା।

Related story