ପୁରୀ: ଜଟିଆ ବାବାଜୀ ଛକ ନିକଟରୁ ଶିଶୁର ମୃତଦେହ ଉଦ୍ଧାର

ପୁରୀ: ପୁରୀ ବ୍ରହ୍ମଗିରୀ ରାସ୍ତା ଜଟିଆ ବାବାଜୀ ଛକ ନିକଟରୁ ଗୁରୁବାର ଏକ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି । ମୃତ ଶିଶୁର ବୟସ ୧ରୁ ୨ ମାସ ହେବ। ମୃତ ଶିଶୁଟି ବାଲିରେ ଅଧାପୋତା ଅବସ୍ଥାରେ କିଛି ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଶିଶୁଟିର ପରିଚୟ ମିଳିପାରିନି। କେଉଁ […]

puri

Rakesh Mallick
  • Published: Thursday, 17 December 2015
  • , Updated: 17 December 2015, 06:58 AM IST

ପୁରୀ: ପୁରୀ ବ୍ରହ୍ମଗିରୀ ରାସ୍ତା ଜଟିଆ ବାବାଜୀ ଛକ ନିକଟରୁ ଗୁରୁବାର ଏକ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି । ମୃତ ଶିଶୁର ବୟସ ୧ରୁ ୨ ମାସ ହେବ। ମୃତ ଶିଶୁଟି ବାଲିରେ ଅଧାପୋତା ଅବସ୍ଥାରେ କିଛି ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଶିଶୁଟିର ପରିଚୟ ମିଳିପାରିନି। କେଉଁ ପରିସ୍ଥିତିରେ ମୃତଦେହ ଏଠାକୁ ଆସିଲା ସେ ନେଇ ତଦନ୍ତ ଚାଲୁ ରହିଛି।

Related story