ପୁରୀ ଓ କୋରାପୁଟରେ କାର୍ଯ୍ୟକାରୀ ହେବ ସମନ୍ୱିତ ବିପର୍ଯ୍ୟୟ ପରିଚାଳାନା ଯୋଜନା

ପୁରୀ: ବାତ୍ୟା, ବନ୍ୟା, ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟର ସୁପରିଚାଳନା ପାଇଁ ଓଡିଶାର ୨ଟି ଜିଲ୍ଲା ପୁରୀ ଓ କୋରାପୁଟରେ କାର୍ଯ୍ୟକାରୀ ହେବ ସମନ୍ୱିତ ବିପର୍ଯ୍ୟୟ ପରିଚାଳାନା ଯୋଜନା। ଏ ନେଇ ପୁରୀ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ କର୍ମଶାଳାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରତିଷ୍ଠାନ ତରଫରୁ ଏହି ସୂଚନା ଦିଆଯାଇଛି। ବର୍ତ୍ତମାନ ପ୍ରାକୃତିକ ବିପର୍ଯ୍ୟୟର ସୁପରିଚାଳନା କ୍ଷେତ୍ରରେ ସବୁଠାରୁ ବଡ ଚ୍ୟାଲେଞ୍ଜ ସାଜିଛି ଜଳବାୟୁ ପରିବର୍ତ୍ତନ। ତେବେ ଏହି ଜଳବାୟୁ ପରିବର୍ତ୍ତନ […]

puri

Rakesh Mallick
  • Published: Tuesday, 22 September 2015
  • , Updated: 22 September 2015, 02:49 PM IST

ପୁରୀ: ବାତ୍ୟା, ବନ୍ୟା, ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟର ସୁପରିଚାଳନା ପାଇଁ ଓଡିଶାର ୨ଟି ଜିଲ୍ଲା ପୁରୀ ଓ କୋରାପୁଟରେ କାର୍ଯ୍ୟକାରୀ ହେବ ସମନ୍ୱିତ ବିପର୍ଯ୍ୟୟ ପରିଚାଳାନା ଯୋଜନା। ଏ ନେଇ ପୁରୀ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ କର୍ମଶାଳାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରତିଷ୍ଠାନ ତରଫରୁ ଏହି ସୂଚନା ଦିଆଯାଇଛି। ବର୍ତ୍ତମାନ ପ୍ରାକୃତିକ ବିପର୍ଯ୍ୟୟର ସୁପରିଚାଳନା କ୍ଷେତ୍ରରେ ସବୁଠାରୁ ବଡ ଚ୍ୟାଲେଞ୍ଜ ସାଜିଛି ଜଳବାୟୁ ପରିବର୍ତ୍ତନ। ତେବେ ଏହି ଜଳବାୟୁ ପରିବର୍ତ୍ତନ ସତ୍ତ୍ୱେ ବାତ୍ୟା, ବନ୍ୟା, ମରୁଡି ପ୍ରଭୃତି ପ୍ରାକୃତିକ ବିପର୍ଯ୍ୟୟକୁ କିପରି ସଫଳତାର ସହ ସାମ୍ନା କରିହେବ ସେ ନେଇ ଜାତୀୟ ବିପର୍ଯ୍ୟୟ ପରିଚାଳାନ ସଂସ୍ଥା ଦ୍ୱାରା ଏହି ସମନ୍ୱିତ ବିପର୍ଯ୍ୟୟ ପରିଚାଳନା ଯୋଜନା କାର୍ଯ୍ୟକାରୀ ହେଉଛି। ଓଡିଶା ପାଇଁ ପୁରୀରେ ହେବାକୁ ଥିବା ଏହି ପ୍ରକଳ୍ପକୁ ପାଇଲଟ ପ୍ରୋଜେକ୍ଟ ଭାବେ ନିଆଯାଇଛି। ପରେ ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ ହେବ।

Related story