ବାରଣ ସତ୍ତ୍ୱେ ବଳଦେବଙ୍କୁ ଛୁଇଁଲେ ଭକ୍ତ

ପୁରୀ: ଶ୍ରୀଜିଉଙ୍କୁ ସ୍ପର୍ଶ ନ କରିବା ପାଇଁ ପ୍ରଶାସନର କଡା ଚେତାବନୀ ସତ୍ତ୍ୱେ ଆଜି ପହଣ୍ଡିବେଳେ ମହାପ୍ରଭୁ ବଳଭଦ୍ରଙ୍କୁ କିଛି ଭକ୍ତ ଛୁଇଁଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି ଦେବୀ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସମହାପାତ୍ର। କୀର୍ତ୍ତନ ଚକଡ଼ାରେ ବିଶୃଙ୍ଖଳା ହେବା ସହ ସୁରକ୍ଷା ବଳୟ ଭେଦି ଠାକୁରଙ୍କୁ ଭକ୍ତ ଛୁଇଁଥିବା କହିଛନ୍ତି ରାମଚନ୍ଦ୍ର। ତେବେ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା। କୌଣସି  ଭକ୍ତ ଶ୍ରୀଜିଉଙ୍କୁ ଛୁଇଁ ନାହାନ୍ତି […]

ratha2

Rakesh Mallick
  • Published: Sunday, 25 June 2017
  • , Updated: 25 June 2017, 08:21 PM IST

ପୁରୀ: ଶ୍ରୀଜିଉଙ୍କୁ ସ୍ପର୍ଶ ନ କରିବା ପାଇଁ ପ୍ରଶାସନର କଡା ଚେତାବନୀ ସତ୍ତ୍ୱେ ଆଜି ପହଣ୍ଡିବେଳେ ମହାପ୍ରଭୁ ବଳଭଦ୍ରଙ୍କୁ କିଛି ଭକ୍ତ ଛୁଇଁଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି ଦେବୀ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସମହାପାତ୍ର। କୀର୍ତ୍ତନ ଚକଡ଼ାରେ ବିଶୃଙ୍ଖଳା ହେବା ସହ ସୁରକ୍ଷା ବଳୟ ଭେଦି ଠାକୁରଙ୍କୁ ଭକ୍ତ ଛୁଇଁଥିବା କହିଛନ୍ତି ରାମଚନ୍ଦ୍ର। ତେବେ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା। କୌଣସି  ଭକ୍ତ ଶ୍ରୀଜିଉଙ୍କୁ ଛୁଇଁ ନାହାନ୍ତି କିମ୍ବା କିଛି ବିଶୃଙ୍ଖଳା ହୋଇନି ବୋଲି ସେ କହିଛନ୍ତି।

ରଥ ଉପରକୁ ସେବାୟତଙ୍କ କିଛି ପରିବାର ଲୋକ ଚଢିବାକୁ ନେଇ ମଧ୍ୟ ଆପତ୍ତି ଉଠିଥିଲା। ପରେ ମନ୍ଦିର ପ୍ରଶାସନ ସେମାନଙ୍କୁ ଚିହ୍ନଟ କରି ଓହ୍ଲାଇ ଦେଇଥିଲେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା କହିଛନ୍ତି।

Related story