ଲୁଲୁଙ୍କ ସ୍ମୃତିଚାରଣ: ପୁରୀରେ ଛାତ୍ର ଓ ଯୁବ କଂଗ୍ରେସର ବନ୍ଧୁ ମିଳନ

ପୁରୀ: ପୁରୀରେ ଆଜି ଛାତ୍ର ଓ ଯୁବ କଂଗ୍ରେସର ବିଶାଳ ସମାବେଶ ହୋଇଯାଇଛି। କଂଗ୍ରେସର ନବବର୍ଷ ବନ୍ଧୁ ମିଳନ ଓ ଦିବଂଗତ ନେତା ଲୁଲୁ ମହାପାତ୍ରଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ଏଭଳି ସମାବେଶ ଆୟୋଜନ କରାଯାଇଥିଲା। ପ୍ରଭାରୀ ବି.କେ. ହରିପ୍ରସାଦଙ୍କୁ ବିରୋଧ କରିଥିବା ଛାତ୍ର ଓ ଯୁବ କଂଗ୍ରେସର କିଛି ନେତା ଏଥିରେ ସାମିଲ ହୋଇଥିଲେ। ଏଥିରେ ଲୁଲୁ ମହାପାତ୍ରଙ୍କ ଭାଇ ଲଳିତେନ୍ଦୁଙ୍କୁ ଦେଖିବାକୁ ମିଳିଥିଲା। ଏଥିରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ଦେଖିବାକୁ ମିଳି ନ ଥିଲା। […]

puri-lulu mohapatra samabasa

Rakesh Mallick
  • Published: Sunday, 08 January 2017
  • , Updated: 08 January 2017, 10:05 PM IST

ପୁରୀ: ପୁରୀରେ ଆଜି ଛାତ୍ର ଓ ଯୁବ କଂଗ୍ରେସର ବିଶାଳ ସମାବେଶ ହୋଇଯାଇଛି। କଂଗ୍ରେସର ନବବର୍ଷ ବନ୍ଧୁ ମିଳନ ଓ ଦିବଂଗତ ନେତା ଲୁଲୁ ମହାପାତ୍ରଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ଏଭଳି ସମାବେଶ ଆୟୋଜନ କରାଯାଇଥିଲା। ପ୍ରଭାରୀ ବି.କେ. ହରିପ୍ରସାଦଙ୍କୁ ବିରୋଧ କରିଥିବା ଛାତ୍ର ଓ ଯୁବ କଂଗ୍ରେସର କିଛି ନେତା ଏଥିରେ ସାମିଲ ହୋଇଥିଲେ। ଏଥିରେ ଲୁଲୁ ମହାପାତ୍ରଙ୍କ ଭାଇ ଲଳିତେନ୍ଦୁଙ୍କୁ ଦେଖିବାକୁ ମିଳିଥିଲା।

ଏଥିରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ଦେଖିବାକୁ ମିଳି ନ ଥିଲା। ତାଙ୍କ ଅନୁପସ୍ଥିତିରେ ଦଳ ଏହି ବନ୍ଧୁ ମିଳନ ଉତ୍ସବ ଆୟୋଜନ କରିଥିଲା।

ସମାବେଶ ପୂର୍ବରୁ ଛାତ୍ର ଓ ଯୁବ କଂଗ୍ରେସ କର୍ମୀମାନେ ଶୋଭାଯାତ୍ରାରେ ଲଳିତେନ୍ଦୁ ଓ ଅନ୍ୟ ଅତିଥିଙ୍କୁ ଏକ ପଟୁଆରରେ ବଡ଼ଦାଣ୍ଡରୁ ପାଛୋଟି ନେଇଥିଲେ।

ଉତ୍ସବରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଓ ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀ ପ୍ରମୁଖ ଯୋଗଦେଇ ଥିଲେ।

ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି,“ସମାବେଶରେ କିଏ ଅଛି କି ନାହିଁ ଆୟୋଜକଙ୍କୁ ପଚାରନ୍ତୁ। ସଭାପତି ସବୁ ଜିଲ୍ଲା ବୁଲି କଂଗ୍ରେସକୁ ସଙ୍ଗଠିତ କରି ପଞ୍ଚାୟତ ନିର୍ବାଚନ ଲଢ଼ିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି।”

ବିରୋଧୀ ଦଳ ନେତା ତାରାପ୍ରସାଦ ବାହିନୀପତି କହିଛନ୍ତି,“କଂଗ୍ରେସ କେବେ ଦୁର୍ବଳ ଦଳ ନୁହେଁ। ଯୁବ ଓ ଛାତ୍ର କଂଗ୍ରେସ ହେଲେ ଛାମୁଆ ସଙ୍ଗଠନ। ଏମାନେ ଯେତେବେଳେ ଯାହାକୁ ଚାହିଁବେ ଉଠାଇବେ ଓ ପକାଇବେ। ସେମାନେ ଦୁର୍ନୀତି ବିରୋଧରେ ଲଢ଼ୁଛନ୍ତି, ଆଗକୁ ମଧ୍ୟ ଲଢ଼ିବେ।”

Related story