ଅହମ୍ମଦାବାଦ ନୁହେଁ, ବୟନ ଶିଳ୍ପ ବିଭାଗ ଦେବ ରଥ କନା

<p>ପୁରୀ (ଓଡ଼ିଶା ରିପୋର୍ଟର): ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ୧୨ ମାସରେ ତେର ଯାତ୍ରା ଅନୁଷ୍ଠିତ ହୋଇଥାଏ। ସେଥିମଧ୍ୟରୁ ଘୋଷଯାତ୍ରା ଅନ୍ୟତମ। ଏହାସହିତ ମହାପ୍ରଭୁ ବିଭିନ୍ନ ବେଶରେ ଆଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ତେବେ ରଥଯାତ୍ରା ସହିତ ବିଭିନ୍ନ ବିଧି ବିଧାନ ନୀତିକାନ୍ତିରେ ଚତୁର୍ଦ୍ଧାମୂରତି ଭିନ୍ନ ଭିନ୍ନ ପ୍ରକାର ବସ୍ତ୍ର ପରିଧାନ କରିଥାନ୍ତି। ହେଲେ ମହାପ୍ରଭୁ ପରିଧାନ କରୁଥିବା ଏହି ସବୁ ବସ୍ତ୍ର ଆଗରୁ ଗୁଜରାଟର ଅହମ୍ମଦାବାଦରୁ ଆସୁଥିଲା। ଏବେ କିନ୍ତୁ ସେହି ସବୁ ବସ୍ତ୍ର ବୟନ ଶିଳ୍ପ ବିଭାଗ ଯୋଗାଇ ଦେବ।&nbsp; ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ବୟନ ଶିଳ୍ପ ବିଭାଗର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।</p> <p>ଶ୍ରୀମନ୍ଦିର ପ୍ରଶାସନ ଓ ବୟନ ଶିଳ୍ପ ମଧ୍ୟରେ ଚୁକ୍ତି ପରେ ରଥ କନା ସହିତ ଦୈନନ୍ଦିନ ସେବାପୂଜା, ଯାନିଯାତ୍ରା ଓ ସ୍ୱତନ୍ତ୍ର ବିଧିବିଧାନରେ ଦରକାର ହେଉଥିବା ମହାପ୍ରଭୁଙ୍କ ସବୁ ଲୁଗା ଦେବ ବୟନ ଶିଳ୍ପ ବିଭାଗ।&nbsp; ଏହି ବ୍ୟବସ୍ଥାକୁ ସେବାୟତମାନେ ସ୍ୱାଗତ କରିଛନ୍ତି । ପ୍ରତିବର୍ଷ ଅହମ୍ମଦାବାଦରୁ ୧୭୦୦ ମିଟର ରଥକନା ଆସିଥାଏ। ଗତବର୍ଷ ହଳଦିଆ ଓ ନାଲି କନାରୁ ରଙ୍ଗ ପୂରାପୁରି ଛାଡ଼ି ଯାଇଥିଲା।&nbsp; ତେଣୁ ରଥକନା ମଧ୍ୟ ବୟନ ଶିଳ୍ପ ବିଭାଗ&nbsp; ଯୋଗାଇ ଦେବା ପାଇଁ ନିଷ୍ପତ୍ତି ହୋଇଛି। ଉପଯୁକ୍ତ ମାନର ବସ୍ତ୍ର ଦିଆଯାଉ ବୋଲି ସେବାୟତମାନେ କହିଛନ୍ତି।&nbsp; ଅନ୍ୟପକ୍ଷରେ ବରଗଡ଼ର ବୁଣାକାର କହିଛନ୍ତି ଯେ, ସେମାନଙ୍କୁ ଦାୟିତ୍ୱ ଦିଆଗଲେ ନିଶ୍ଚିତ ଭାବେ ରଥକନା ଯୋଗାଇ ଦିଆଯିବ।</p>

Ordigital Desk
  • Published: Tuesday, 16 January 2018
  • Updated: 16 January 2018, 09:00 AM IST

Sports

Latest News

<p>ପୁରୀ (ଓଡ଼ିଶା ରିପୋର୍ଟର): ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ୧୨ ମାସରେ ତେର ଯାତ୍ରା ଅନୁଷ୍ଠିତ ହୋଇଥାଏ। ସେଥିମଧ୍ୟରୁ ଘୋଷଯାତ୍ରା ଅନ୍ୟତମ। ଏହାସହିତ ମହାପ୍ରଭୁ ବିଭିନ୍ନ ବେଶରେ ଆଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ତେବେ ରଥଯାତ୍ରା ସହିତ ବିଭିନ୍ନ ବିଧି ବିଧାନ ନୀତିକାନ୍ତିରେ ଚତୁର୍ଦ୍ଧାମୂରତି ଭିନ୍ନ ଭିନ୍ନ ପ୍ରକାର ବସ୍ତ୍ର ପରିଧାନ କରିଥାନ୍ତି। ହେଲେ ମହାପ୍ରଭୁ ପରିଧାନ କରୁଥିବା ଏହି ସବୁ ବସ୍ତ୍ର ଆଗରୁ ଗୁଜରାଟର ଅହମ୍ମଦାବାଦରୁ ଆସୁଥିଲା। ଏବେ କିନ୍ତୁ ସେହି ସବୁ ବସ୍ତ୍ର ବୟନ ଶିଳ୍ପ ବିଭାଗ ଯୋଗାଇ ଦେବ।&nbsp; ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ବୟନ ଶିଳ୍ପ ବିଭାଗର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।</p><p>ଶ୍ରୀମନ୍ଦିର ପ୍ରଶାସନ ଓ ବୟନ ଶିଳ୍ପ ମଧ୍ୟରେ ଚୁକ୍ତି ପରେ ରଥ କନା ସହିତ ଦୈନନ୍ଦିନ ସେବାପୂଜା, ଯାନିଯାତ୍ରା ଓ ସ୍ୱତନ୍ତ୍ର ବିଧିବିଧାନରେ ଦରକାର ହେଉଥିବା ମହାପ୍ରଭୁଙ୍କ ସବୁ ଲୁଗା ଦେବ ବୟନ ଶିଳ୍ପ ବିଭାଗ।&nbsp; ଏହି ବ୍ୟବସ୍ଥାକୁ ସେବାୟତମାନେ ସ୍ୱାଗତ କରିଛନ୍ତି । ପ୍ରତିବର୍ଷ ଅହମ୍ମଦାବାଦରୁ ୧୭୦୦ ମିଟର ରଥକନା ଆସିଥାଏ। ଗତବର୍ଷ ହଳଦିଆ ଓ ନାଲି କନାରୁ ରଙ୍ଗ ପୂରାପୁରି ଛାଡ଼ି ଯାଇଥିଲା।&nbsp; ତେଣୁ ରଥକନା ମଧ୍ୟ ବୟନ ଶିଳ୍ପ ବିଭାଗ&nbsp; ଯୋଗାଇ ଦେବା ପାଇଁ ନିଷ୍ପତ୍ତି ହୋଇଛି। ଉପଯୁକ୍ତ ମାନର ବସ୍ତ୍ର ଦିଆଯାଉ ବୋଲି ସେବାୟତମାନେ କହିଛନ୍ତି।&nbsp; ଅନ୍ୟପକ୍ଷରେ ବରଗଡ଼ର ବୁଣାକାର କହିଛନ୍ତି ଯେ, ସେମାନଙ୍କୁ ଦାୟିତ୍ୱ ଦିଆଗଲେ ନିଶ୍ଚିତ ଭାବେ ରଥକନା ଯୋଗାଇ ଦିଆଯିବ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos