ଶ୍ରୀଜିଉଙ୍କ ରତ୍ନର ଆକଳନ କରାନଯିବା ନିଷ୍ପତ୍ତିକୁ ସ୍ୱାଗତ

<p>ପୁରୀ(ଓଡ଼ିଶା ରିପୋର୍ଟର): ଛତିଶା ନିଯୋଗର ମତ ଓ ସରକାରଙ୍କ ଅନୁମତି ପରେ ରତ୍ନଭଣ୍ଡାର ଯାଞ୍ଚ ନିଷ୍ପତ୍ତିକୁ ବଡୁ ନିଯୋଗ ଏବଂ ଶ୍ରୀଜଗନ୍ନାଥ ସେବା ସମ୍ମିଳନୀ ସ୍ୱାଗତ କରିଛି। ପୂର୍ବରୁ ଏହି ନିଷ୍ପତ୍ତି ନେବାର ଥିଲା ବୋଲି ବଡୁ ନିଯୋଗ ଏବଂ ଶ୍ରୀଜଗନ୍ନାଥ ସେବା ସମ୍ମିଳନୀର ସଦସ୍ୟ କହିଛନ୍ତି। ଗତକାଲି ରତ୍ନଭଣ୍ଡାର ସବ୍&zwnj; କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ସୂଚନା ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା। ସେ କହିଥିଲେ,&ldquo; ରତ୍ନଭଣ୍ଡାର ସ୍ଥାୟିତ୍ୱ ଓ ସୁରକ୍ଷା ଯାଞ୍ଚ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେବଳ ରତ୍ନଭଣ୍ଡାରର ଛାତ ଓ କାନ୍ଥ ଅବସ୍ଥାର ଯାଞ୍ଚ ହେବ। ରତ୍ନଭଣ୍ଡାର ଗହଣାର ଆକଳନ ହେବ ନାହିଁ। &nbsp;ଏନେଇ କେହି ବିଭ୍ରାନ୍ତର ଶିକାର ହେବା ଉଚିତ୍ ନୁହେଁ।&rdquo;</p> <p>ରତ୍ନଭଣ୍ଡାରକୁ ଯିବା ବେଳେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର ବା ଏସ୍ଓପିର ଅନୁସରଣ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ରତ୍ନଭଣ୍ଡାର ସବ୍&zwnj;କମିଟି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଜିଲ୍ଲାପାଳ, ଏସ୍&zwnj;ପି ଗଜପତିଙ୍କ ସଚିବ, ଏଏସ୍ଆଇ ଅଧିକାରୀ, ଭଣ୍ଡାର ମେକାପ ଓ ଛତିଶା ନିଯୋଗ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। &nbsp;ASIର ୫ ଜଣିଆ ଟିମ୍&zwnj; ରତ୍ନଭଣ୍ଡାରର ଛାତ ଓ ବାହାର ପଟୁ ଯାଞ୍ଚ କରିଛନ୍ତି। ବାହାର ପଟୁ ଠିକଠାକ୍&zwnj; ଥିବା ଜଣା ପଡୁଥିବା ବେଳେ ଭିତରପଟୁ ନ ଦେଖିବା ଯାଏ ସ୍ଥିତି ସଂପର୍କରେ ସେମିତି କିଛି କହି ହେବ ନାହିଁ ବୋଲି ଏଏସ୍&zwnj;ଆଇ ଟିମ ସଦସ୍ୟ କହିଛନ୍ତି।</p>

Ordigital Desk
  • Published: Tuesday, 27 March 2018
  • Updated: 27 March 2018, 01:58 PM IST
<p>ପୁରୀ(ଓଡ଼ିଶା ରିପୋର୍ଟର): ଛତିଶା ନିଯୋଗର ମତ ଓ ସରକାରଙ୍କ ଅନୁମତି ପରେ ରତ୍ନଭଣ୍ଡାର ଯାଞ୍ଚ ନିଷ୍ପତ୍ତିକୁ ବଡୁ ନିଯୋଗ ଏବଂ ଶ୍ରୀଜଗନ୍ନାଥ ସେବା ସମ୍ମିଳନୀ ସ୍ୱାଗତ କରିଛି। ପୂର୍ବରୁ ଏହି ନିଷ୍ପତ୍ତି ନେବାର ଥିଲା ବୋଲି ବଡୁ ନିଯୋଗ ଏବଂ ଶ୍ରୀଜଗନ୍ନାଥ ସେବା ସମ୍ମିଳନୀର ସଦସ୍ୟ କହିଛନ୍ତି। ଗତକାଲି ରତ୍ନଭଣ୍ଡାର ସବ୍&zwnj; କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ସୂଚନା ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା। ସେ କହିଥିଲେ,&ldquo; ରତ୍ନଭଣ୍ଡାର ସ୍ଥାୟିତ୍ୱ ଓ ସୁରକ୍ଷା ଯାଞ୍ଚ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେବଳ ରତ୍ନଭଣ୍ଡାରର ଛାତ ଓ କାନ୍ଥ ଅବସ୍ଥାର ଯାଞ୍ଚ ହେବ। ରତ୍ନଭଣ୍ଡାର ଗହଣାର ଆକଳନ ହେବ ନାହିଁ। &nbsp;ଏନେଇ କେହି ବିଭ୍ରାନ୍ତର ଶିକାର ହେବା ଉଚିତ୍ ନୁହେଁ।&rdquo;</p><p>ରତ୍ନଭଣ୍ଡାରକୁ ଯିବା ବେଳେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର ବା ଏସ୍ଓପିର ଅନୁସରଣ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ରତ୍ନଭଣ୍ଡାର ସବ୍&zwnj;କମିଟି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଜିଲ୍ଲାପାଳ, ଏସ୍&zwnj;ପି ଗଜପତିଙ୍କ ସଚିବ, ଏଏସ୍ଆଇ ଅଧିକାରୀ, ଭଣ୍ଡାର ମେକାପ ଓ ଛତିଶା ନିଯୋଗ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। &nbsp;ASIର ୫ ଜଣିଆ ଟିମ୍&zwnj; ରତ୍ନଭଣ୍ଡାରର ଛାତ ଓ ବାହାର ପଟୁ ଯାଞ୍ଚ କରିଛନ୍ତି। ବାହାର ପଟୁ ଠିକଠାକ୍&zwnj; ଥିବା ଜଣା ପଡୁଥିବା ବେଳେ ଭିତରପଟୁ ନ ଦେଖିବା ଯାଏ ସ୍ଥିତି ସଂପର୍କରେ ସେମିତି କିଛି କହି ହେବ ନାହିଁ ବୋଲି ଏଏସ୍&zwnj;ଆଇ ଟିମ ସଦସ୍ୟ କହିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos