ଡାକ୍ତରଖାନାର ସମସ୍ୟା ନେଇ ଆନ୍ଦୋଳନରତ ସାମାଜିକ କର୍ମୀଙ୍କୁ ପୋଲିସ୍ ଉଠାଇ ନେବା ପ୍ରତିବାଦରେ ରାସ୍ତାରୋକ

ପୁରୀ: ପୁରୀ ଜିଲ୍ଲା ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ପଦବୀ ପୂରଣ ସମେତ ୭ ଦଫା ଦାବି ନେଇ ଆମରଣ ଅନଶନ କରୁଥିବା ସାମାଜିକ କର୍ମୀଙ୍କୁ ପୋଲିସ୍ ଉଠାଇ ନେବା ପ୍ରତିବାଦରେ ଆଜି ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। ଚାରିଛକ ଡାକ୍ତରଖାନାର ସମସ୍ୟାଗୁଡ଼ିକ ସମାଧାନ ଦାବିରେ ଆଜକୁ ୮ ଦିନ ହେଲା ନିମାପଡ଼ା ଅଞ୍ଚଳର ସାମାଜିକ କର୍ମୀ ସନ୍ତୋଷ ପ୍ରଧାନ ଡାକ୍ତରଖାନା ନିକଟରେ ଆମରଣ ଅନଶନରେ ବସିଥିଲେ। ତାଙ୍କୁ ସମର୍ଥନ ଜଣାଇ ଶତାଧିକ ସ୍ଥାନୀୟ ଲୋକ ଏହି […]

roadblock

Rakesh Mallick
  • Published: Friday, 25 November 2016
  • , Updated: 25 November 2016, 05:41 PM IST

ପୁରୀ: ପୁରୀ ଜିଲ୍ଲା ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ପଦବୀ ପୂରଣ ସମେତ ୭ ଦଫା ଦାବି ନେଇ ଆମରଣ ଅନଶନ କରୁଥିବା ସାମାଜିକ କର୍ମୀଙ୍କୁ ପୋଲିସ୍ ଉଠାଇ ନେବା ପ୍ରତିବାଦରେ ଆଜି ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ।

ଚାରିଛକ ଡାକ୍ତରଖାନାର ସମସ୍ୟାଗୁଡ଼ିକ ସମାଧାନ ଦାବିରେ ଆଜକୁ ୮ ଦିନ ହେଲା ନିମାପଡ଼ା ଅଞ୍ଚଳର ସାମାଜିକ କର୍ମୀ ସନ୍ତୋଷ ପ୍ରଧାନ ଡାକ୍ତରଖାନା ନିକଟରେ ଆମରଣ ଅନଶନରେ ବସିଥିଲେ। ତାଙ୍କୁ ସମର୍ଥନ ଜଣାଇ ଶତାଧିକ ସ୍ଥାନୀୟ ଲୋକ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ତେବେ ଆଜି ଭୋରରୁ ପୋଲିସ୍ ସନ୍ତୋଷଙ୍କୁ ବଳପୂର୍ବକ ଧାରଣାସ୍ଥଳରୁ ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା। ଏହାକୁ ବିରୋଧ କରି ସ୍ଥାନୀୟ ଅଞ୍ଚଳବାସୀ ଭୁବନେଶ୍ୱର-କାକଟପୁର ମୁଖ୍ୟ ରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ। ଉପଜିଲ୍ଲାପାଳ ଓ ନିମାପଡ଼ା ଏସ୍‌ଡିପି ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଲୋକଙ୍କ ଦାବି ଅନୁଯାୟୀ ଡାକ୍ତରଖାନାରେ ଦୁଇ ଦିନ ମଧ୍ୟରେ ଡାକ୍ତର ନିଯୁକ୍ତି କରାଯିବ ବୋଲି ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ। ତା’ସହିତ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ସାମାଜିକ କର୍ମୀ ସନ୍ତୋଷଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି ବୋଲି ସେ କହିଥିଲେ।

Related story