ପୁରୀ: ସମୁଦ୍ରରେ ବୁଡି ଛାତ୍ର ମୃତ

ପୁରୀ: ସମୁଦ୍ରରେ ଗାଧୋଉ ଥିବା ସମୟରେ ଜୁଆରରେ ଭାସି ଛାତ୍ରଙ୍କ ମୃତ୍ୟୁ ହୋଇଛି ।  ମୃତ ଛାତ୍ର ଜଣକ ହେଉଛନ୍ତି ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଯୁକ୍ତ ୩ର ଦ୍ୱିତୀୟ ବର୍ଷ ଛାତ୍ର ଶ୍ରୀଧର ପ୍ରଧାନ। ମୃତ ଶ୍ରୀଧର ନିଜ ଭାଇମାନଙ୍କ ସହିତ ସମୁଦ୍ରରେ ଗାଧୋଉଥିବା ବେଳେ ଭାସି ଯାଇଥିଲେ। ବହୁ ସମୟ ପରେ ଶ୍ରୀଧରଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଛେଦ ଲାଗି ପଠାଇବା ସହିତ ତଦନ୍ତ ଆରମ୍ଭ କରିଛି।