ରାମରହିମ୍ ଘଟଣା ପରେ ମୁହଁ ଖୋଲିଲେ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ: କହିଲେ ସରକାର ସତର୍କ ରୁହନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୁରମିତ୍ ରାମରହିମ୍ ସିଂଙ୍କୁ ନେଇ ଦେଶର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଥିବା ବେଳେ ପୁରୀରେ ଥିବା ଡେରା ସଚ୍ଚା ସୌଦା ଆଶ୍ରମରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ପୋଲିସ। ପୁରୀ କୋଣାର୍କ ମେରାଇନ୍ ଡ୍ରାଇଭ ରୋଡରେ ଥିବା ଏହି ଆଶ୍ରମ ଆଗରେ ଆଜି ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଆଶ୍ରମ ଭିତରେ ରହିଥିବା ୧୦ ଅନୁଗାମୀଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି। ଅନ୍ୟପଟେ ରାମ ରହିମ ପ୍ରସଙ୍ଗରେ ମତ ରଖିଛନ୍ତି ପୁରୀ […]

Rakesh Mallick
  • Published: Saturday, 26 August 2017
  • , Updated: 26 August 2017, 11:01 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୁରମିତ୍ ରାମରହିମ୍ ସିଂଙ୍କୁ ନେଇ ଦେଶର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଥିବା ବେଳେ ପୁରୀରେ ଥିବା ଡେରା ସଚ୍ଚା ସୌଦା ଆଶ୍ରମରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ପୋଲିସ। ପୁରୀ କୋଣାର୍କ ମେରାଇନ୍ ଡ୍ରାଇଭ ରୋଡରେ ଥିବା ଏହି ଆଶ୍ରମ ଆଗରେ ଆଜି ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଆଶ୍ରମ ଭିତରେ ରହିଥିବା ୧୦ ଅନୁଗାମୀଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି। ଅନ୍ୟପଟେ ରାମ ରହିମ ପ୍ରସଙ୍ଗରେ ମତ ରଖିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ। ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଶଙ୍କରାଚାର୍ଯ୍ୟ କହିଛନ୍ତି, ରାମରହିମଙ୍କ ଭଳି ବହୁ ବାବାଙ୍କ ନାଁରେ ଏଭଳି ଅଭିଯୋଗ ଆସୁଛି। ତେଣୁ ଏହାର ସତ୍ୟାସତ୍ୟ ବିଚାର କରି କାର୍ଯ୍ୟାନୁଷ୍ଠାନ ନିଆଯାଉ। ସେପଟେ ଦେଶକୁ କଳଙ୍କମୁକ୍ତ କରିବାକୁ ସରକାର ସତର୍କ ରୁହନ୍ତୁ। ସରକାର ଭୋଟବ୍ୟାଙ୍କ ପଲିଟିକ୍ସରୁ ଦୂରେଇ ରହିବାକୁ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଛନ୍ତି।

Related story