ବିପି ଦାସ କମିଶନ ରିପୋର୍ଟକୁ ଅବୈଧ ଘୋଷଣା କଲେ ଶଙ୍କରାଚାର୍ଯ୍ୟ!

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ମଠବାଡ଼ି ଭଙ୍ଗା ଅଭିଯାନ ନେଇ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ଜଗଦଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ କ୍ଷୋଭ ପ୍ରକାଶ କରିଛନ୍ତି। ଶ୍ରୀମନ୍ଦିର ଚୌହଦୀରୁ ୭୫ ମିଟର ଉଚ୍ଛେଦ ଅଭିଯାନ କ୍ରମରେ ବିଭିନ୍ନ ମଠ ଭଙ୍ଗାଯିବା ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଜଗଦଗୁରୁ କହିଛନ୍ତି, “ମଠ ଭଙ୍ଗା ପାଇଁ ଷଡ଼ଯନ୍ତ୍ର କରାଯାଇଛି। ଶ୍ରୀମନ୍ଦିର ଚାରିପଟୁ ଉଚ୍ଛେଦ ବିଶେଷ କରି ମଠ ଭଙ୍ଗାଯିବା ପୂର୍ବରୁ କାହିଁକି ସଂସ୍କାର କମିଶନ ଶଙ୍କରାଚାର୍ଯ୍ୟଙ୍କ ପାଖକୁ ଆସି […]

puri,,,,

Tapaswini Nayak
  • Published: Saturday, 31 August 2019
  • , Updated: 31 August 2019, 02:46 PM IST

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ମଠବାଡ଼ି ଭଙ୍ଗା ଅଭିଯାନ ନେଇ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ଜଗଦଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ କ୍ଷୋଭ ପ୍ରକାଶ କରିଛନ୍ତି। ଶ୍ରୀମନ୍ଦିର ଚୌହଦୀରୁ ୭୫ ମିଟର ଉଚ୍ଛେଦ ଅଭିଯାନ କ୍ରମରେ ବିଭିନ୍ନ ମଠ ଭଙ୍ଗାଯିବା ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଜଗଦଗୁରୁ କହିଛନ୍ତି, “ମଠ ଭଙ୍ଗା ପାଇଁ ଷଡ଼ଯନ୍ତ୍ର କରାଯାଇଛି। ଶ୍ରୀମନ୍ଦିର ଚାରିପଟୁ ଉଚ୍ଛେଦ ବିଶେଷ କରି ମଠ ଭଙ୍ଗାଯିବା ପୂର୍ବରୁ କାହିଁକି ସଂସ୍କାର କମିଶନ ଶଙ୍କରାଚାର୍ଯ୍ୟଙ୍କ ପାଖକୁ ଆସି କାହିଁକି ପରାମର୍ଶ ନେଲେନି? ତାଙ୍କ ପାଖକୁ ଆସିବା ପାଇଁ କେଉଁ ତନ୍ତ୍ର ରୋକିଲା, କିଏ ସେହି ଷଡଯନ୍ତ୍ରକାରୀ, ତାର ଅନୁସନ୍ଧାନ ହେବା ଉଚିତ୍। ଏହାର ବିଧିବଦ୍ଧ ତଦନ୍ତ ହେଉ। ଏକ ଯାଞ୍ଚ ସମିତି ଗଠନ କରାଯାଉ।”

ସେ ଆହୁରି କହିଛନ୍ତି, “ମୋ ବିଶେଷ ଅଧିକାର ବଳରେ କମିଶନଙ୍କ ରିପୋର୍ଟକୁ ଅବୈଧ ଘୋଷଣା କରୁଛି।”

ଶଙ୍କରାଚାର୍ଯ୍ୟଙ୍କ ଆଧ୍ୟାତ୍ମିକ କ୍ଷେତ୍ରରେ କେଉଁ ନିଷ୍ପତ୍ତି ନିଆଯିବ ତାହା କ’ଣ ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀ ନେବେ ବୋଲି କହି ସିଧାସଳଖ ସମାଲୋଚନା କରିଛନ୍ତି ଜଗଦଗୁରୁ।

ସେ ଆହୁରି କହିଛନ୍ତି ଯେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସମ୍ପୂର୍ଣ୍ଣ ଧାର୍ମିକ ବିଧି ବ୍ୟବସ୍ଥା ଅନୁସାରେ ହେବା ଉଚିତ୍। ମଠ ପରିଚାଳନା ସ୍ୱତନ୍ତ୍ର ଭାବେ ହେବା ଉଚିତ୍। ବ୍ରିଟିଶ ଶାସନ କାଳରେ ମଧ୍ୟ ମଠ କାହା ଅଧୀନରେ ନଥିଲା।

ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରିଙ୍କ ପଦକ୍ଷେପକୁ ଶଙ୍କରାଚାର୍ଯ୍ୟ ନିନ୍ଦା କରିଛନ୍ତି। ତେବେ ଶଙ୍କରାଚାର୍ଯ୍ୟଙ୍କ ମନ୍ତବ୍ୟ ନେଇ ମୁଖ୍ୟମନ୍ତ୍ରୀ କିମ୍ବା ଆଇନ ମନ୍ତ୍ରୀ କାହାରି ପ୍ରତିକ୍ରିୟା ମିଳିପାରିନାହିଁ।

Related story