ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ଉଚିତ୍: ଧର୍ମେନ୍ଦ୍ର

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ଉଚିତ୍। ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଏହି କଥା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଜଣେ ଭକ୍ତ ହିସାବରେ ଚାହୁଁଛି ରତ୍ନଭଣ୍ଡାର ଖୋଲାଯିବା ଉଚିତ୍। କିନ୍ତୁ ଏହା ସ୍ଥାନୀୟ ପ୍ରଶାସନର ନିଷ୍ପତ୍ତି ଉପରେ ନିର୍ଭର କରେ। ବାଦ ବିବାଦ ନ ହୋଇ ସମସ୍ୟାର ସମାଧାନ ହେବା ଉଚିତ୍ ବୋଲି ସେ କହିଛନ୍ତି। ଏଥିସହ ପୁରୀର ବିକାଶ କାର୍ଯ୍ୟକୁ ଧର୍ମେନ୍ଦ୍ର ପ୍ରଶଂସା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ […]

jay

jay

Manoranjan Sial
  • Published: Tuesday, 31 December 2019
  • Updated: 31 December 2019, 10:22 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ଉଚିତ୍। ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଏହି କଥା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଜଣେ ଭକ୍ତ ହିସାବରେ ଚାହୁଁଛି ରତ୍ନଭଣ୍ଡାର ଖୋଲାଯିବା ଉଚିତ୍। କିନ୍ତୁ ଏହା ସ୍ଥାନୀୟ ପ୍ରଶାସନର ନିଷ୍ପତ୍ତି ଉପରେ ନିର୍ଭର କରେ। ବାଦ ବିବାଦ ନ ହୋଇ ସମସ୍ୟାର ସମାଧାନ ହେବା ଉଚିତ୍ ବୋଲି ସେ କହିଛନ୍ତି। ଏଥିସହ ପୁରୀର ବିକାଶ କାର୍ଯ୍ୟକୁ ଧର୍ମେନ୍ଦ୍ର ପ୍ରଶଂସା କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦୁଇ ଦିନିଆ ପୁରୀ ଗସ୍ତରେ ଯାଇଥିଲେ। ଇଂରାଜୀ ନବବର୍ଷର ପୂର୍ବ ଦିନ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ୨୦୨୦ରେ ଓଡ଼ିଶାର ଉନ୍ନତି ଓ ଦେଶର ପ୍ରଗତି ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଶ୍ରୀ ପ୍ରଧାନ କହିଛନ୍ତି-“ପୁରୀର ରୂପ ବଦଳୁଛି। ଆଗାମୀ ଦିନରେ ସ୍ଥାନୀୟ ସମାଜ ତଥା ପୁରୀ ଅଞ୍ଚଳର ଧର୍ମାଚାର୍ଯ୍ୟଙ୍କ ସହଯୋଗରେ ଶ୍ରୀମନ୍ଦିରର ଆହୁରି ସୌନ୍ଦର୍ଯ୍ୟକରଣ କରାଯିବା ସମସ୍ତଙ୍କ ଦାୟିତ୍ୱ। ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ସୁନ୍ଦରତର କରାଯାଇ ପୁରୀ, କୋଣାର୍କ, ଚିଲିକା, ସାକ୍ଷୀଗୋପାଳ, କାକଟପୁର ମା’ ମଙ୍ଗଳା ଓ ରଘୁରାଜପୁରର ପଟ୍ଟଚିତ୍ର ତଥା ଧାର୍ମିକ ଭାବନା ସହ ଜଡିତ ପର୍ଯ୍ୟଟନ କ୍ଷେତ୍ରକୁ ବଢାଇବା ସମସ୍ତଙ୍କ ଦାୟିତ୍ୱ ରହିଛି।”

ସେ ଆହୁରି କହିଛନ୍ତି-“୨୦୧୯ ମସିହାରେ ବିଶ୍ୱର ସମସ୍ତଙ୍କ ପ୍ରତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ରହିଲା। ଅନୁରୂପ ଭାବେ ୨୦୨୦ ବର୍ଷ ମଧ୍ୟ ମହାପ୍ରଭୁଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହୁ। ୨୦୨୦ରେ ଓଡ଼ିଶା ଅଧିକ ସ୍ୱୟଂସମ୍ପନ୍ନ ହେଉ ଓ ଓଡ଼ିଆଙ୍କ ଜୀବନ ସୁଖମୟ ହେଉ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos