ଖାଲି ସ୍ୱାମୀ ନୁହେଁ, ପ୍ରେମିକ ବି କହିଛନ୍ତି ବହୁତ କିଛି, କ’ଣ ଲେଖିଛନ୍ତି ପଢନ୍ତୁ...

ଭୁବନେଶ୍ୱର(ଓଡିଶା ରିପୋର୍ଟର): ପତ୍ନୀଙ୍କ ପରକୀୟା ସହି ନ ପାରି ଜୀବନ ହାରିଦେଲେ ସ୍ୱାମୀ। ହେଲେ ଯୋଉ ତଥାକଥିତ ପ୍ରେମ ପାଇଁ ସେ ଏମିତି କଲେ, କ’ଣ ସେ ପ୍ରେମିକ ତାଙ୍କୁ ଭଲ ଦୃଷ୍ଟିରେ ଦେଖୁଥିଲେ? କ’ଣ ତାଙ୍କ ଭିତରେ ସତରେ ଭଲ ପାଇବା ଥିଲା? ଯେଉଁଥିପାଇଁ ଅନୀତା ସ୍ୱାମୀ ସୁହାଗ ଛାଡି ବାରମ୍ବାର ବାଟ ହୁଡୁଥିଲେ? ଏମିତି ଅନେକ ପ୍ରଶ୍ନ ସାଧାରଣ ଲୋକଙ୍କ ମନକୁ ନିଶ୍ଚିତ ଆସୁଥିବ। ସୋସିଆଲ ମିଡିଆରେ କଥା ଏବେ ଦାଣ୍ଡରେ ପଡି ହାଟରେ […]

Santanu

Rakesh Mallick
  • Published: Saturday, 18 November 2017
  • , Updated: 18 November 2017, 10:47 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ପତ୍ନୀଙ୍କ ପରକୀୟା ସହି ନ ପାରି ଜୀବନ ହାରିଦେଲେ ସ୍ୱାମୀ। ହେଲେ ଯୋଉ ତଥାକଥିତ ପ୍ରେମ ପାଇଁ ସେ ଏମିତି କଲେ, କ’ଣ ସେ ପ୍ରେମିକ ତାଙ୍କୁ ଭଲ ଦୃଷ୍ଟିରେ ଦେଖୁଥିଲେ? କ’ଣ ତାଙ୍କ ଭିତରେ ସତରେ ଭଲ ପାଇବା ଥିଲା? ଯେଉଁଥିପାଇଁ ଅନୀତା ସ୍ୱାମୀ ସୁହାଗ ଛାଡି ବାରମ୍ବାର ବାଟ ହୁଡୁଥିଲେ? ଏମିତି ଅନେକ ପ୍ରଶ୍ନ ସାଧାରଣ ଲୋକଙ୍କ ମନକୁ ନିଶ୍ଚିତ ଆସୁଥିବ। ସୋସିଆଲ ମିଡିଆରେ କଥା ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି। ମୃତ ସ୍ୱାମୀ ଓ ତଥାକଥିତ ପ୍ରେମିକଙ୍କ ଫେସ୍‌ବୁକ୍‌ ଫ୍ରୋଫାଇଲ ଅନୀତାଙ୍କ ଚରିତ୍ରକୁ ନେଇ କ’ଣ ସାର୍ଟିଫିକେଟ ଦେଇଛି ଆସନ୍ତୁ ପଢିବା।

 ସ୍ୱାମୀ ଶାନ୍ତନୁଙ୍କ ଫ୍ରୋଫାଇଲରୁ...

“ଏ ....କୁ ଦେଖ ମୋ wife … ପ୍ରଧାନ କଟକରେ ନର୍ସ ଅଛି ।......। ୨ ମାର୍ଚ୍ଚ ୨୦୧୭ରେ ଆମ ବାହାଘର ହୋଇଥିଲା। ମୁଁ ବାଙ୍ଗାଲୋରରେ ରୁହେ। ହେଲେ ଏ ...... ବାହାଘର ଆଗରୁ ଆଉଗୋଟେ ଟୋକାକୁ ଭଲ ପାଉଥିଲା। ସିଏ ଜଗତ୍‌ସିଂହପୁରର । ତା ନାଁ ଅମରେଶ ସ୍ୱାଇଁ । ସେ  ତାକୁ ୮ ବର୍ଷ ହେବ ଭଲ ପାଉଥିଲା। ବାହାଘର ଆଗରୁ …. pregnant ହେଇଯାଇଥିଲା। ଆଉ ସେ ଟୋକା ଯେମିତି ନ ବାହାହେଲା abortion କରିକି ମତେ ମିଛ କହିକି ବାହା କରେଇ ଦେଲେ....ବାହାଘର ପରେ ବି ତା lover ତା ସହ sexual relationship ରଖିଛି। ଆଉ husband-wife ଭିତରେ ଯୋଉ private କଥା ହୁଏ ଏ ଯାଇକି ତା lover କୁ କୁହେ...

ପ୍ରେମିକ ଅମରେଶଙ୍କ ପ୍ରୋଫାଇଲରୁ…

ମୋ girlfriend …. pradhan…  । ୮ ବର୍ଷ ଠାରୁ ମୁଁ  ତାକୁ ଭଲ ପାଉଥିଲି। ତା ଘରଲୋକ ସବୁ ଜାଣିଥିଲେ। ମୁଁ କେତେଥର ତାକୁ ହୋଟେଲ ନେଇକି  ଯାଇଛି। ତା ସହ କେତେ ରାତି କଟେଇଛି। ଆଗରୁ ସେ କୁଅଁରି ମା’ ହୋଇଯାଇଥିଲା। ମୋ ଭାଇ ବାହା ହେଇ ନ ଥିଲା। ମୁଁ ତାକୁ କହିଲି ତୁ abortion କରିଦେ, ଭାଇ ବାହାଘର ସରିଲେ ମୁଁ ବାହା ହେବି।  ହେଲେ ସିଏ ଶୁଣିଲାନି। ବିଷ ଖାଇଦେଲା। କିଛି ଦିନ ପରେ ତା ଘର ଲୋକ ତାକୁ ବାହା କରିଦେଲେ। ମୁଁ ମନା କରିବାରୁ ସେମାନେ ମତେ ବାଡେଇଲେ। ତା ପରେ ବି ଅନିତା ସହ ମୋର sexual relationship ଅଛି। ତା ପେଟରେ ଯୋଉ ପିଲାଟା ସିଏ ବି ମୋରି..। ଏମିତି …. family ମୁଁ ଜାଣି ନ ଥିଲି।

( ପୁରୀ ଗଡଭିଙ୍ଗୁରାର ଯୁବକ ଶାନ୍ତନୁ ପାତ୍ର ସୋସିଆଲ ମିଡିଆରେ ନିଜ ପତ୍ନୀ ଅନୀତାଙ୍କ ଚରିତ୍ରକୁ ଆକ୍ଷେପ କରି ଏକ ଭିଡିଓ ଜାରି କରିବା ପରେ ଆତ୍ମହତ୍ୟା କରିଥିଲେ। ଏହାପରେ ଏହି ଘଟଣାଟି ଚର୍ଚ୍ଚାକୁ ଆସିଥିଲା। ମୃତ୍ୟୁ ପୂର୍ବରୁ ସେ ଫେସ୍‌ବୁକ୍‌ରେ ଏକ ଲମ୍ବା ଲେଖା ପୋଷ୍ଟ କରିଥିଲେ। ଅନ୍ୟପକ୍ଷରେ ରବିବାର ଗିରଫ ହୋଇଥିବା ଅନୀତାଙ୍କ ତଥାକଥିତ ପ୍ରେମିକ ଅମରେଶ ସ୍ୱାଇଁ ମଧ୍ୟ ଫେସ୍‌ବୁକ୍‌ରେ ଏକ ଲମ୍ୱା ପୋଷ୍ଟ ଛାଡିଥିଲେ। ଉପରେ ଦିଆଯାଇଥିବା ଲେଖା ଉଭୟଙ୍କ ପୋଷ୍ଟର କ୍ରିୟଦଂଶ। କିନ୍ତୁ ଲଖାଗୁଡିକ ଏତେ ଅଶାଳୀନ ଯେ, ସେଗୁଡିକ ସିଧାଶଳଖ ଓ ସମ୍ପୂର୍ଣ୍ଣ ଦେବା ଅସମ୍ଭବ। ଏହାକୁ ସମ୍ପାଦିତ କରି କିଛି ଅଂଶ ଆକ୍ଷରିକ ଭାବେ ଦେବାକୁ ଚେଷ୍ଟା କରିଛୁ ।)

Related story