ରାତିସାରା ଉଜାଗର ରହିଲେ ମହାପ୍ରଭୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୂର୍ଯ୍ୟପରାଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି କରାଯାଉଛି । ରାତିସାରା ଉଜାଗର ରହିଛନ୍ତି ମହାପ୍ରଭୁ ଜଗନ୍ନାଥ । ଧାଡ଼ିବାନ୍ଧି ହଜାର ହଜାର ଭକ୍ତ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ରାତିସାରା ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବା ବିରଳ ଘଟଣା, ଯାହା ବର୍ଷ ବର୍ଷ ଧରି କେବେ ହୋଇନଥିଲା ବୋଲି ସେବାୟତ କହିଛନ୍ତି । ଜ୍ୟୋତିଷଶାସ୍ତ୍ର ଅନୁସାରେ, ଏହା ଖଣ୍ଡଗ୍ରାସ, କେତୁଗ୍ରସ୍ତ ସୂର୍ଯ୍ୟପରାଗ । ତେଣୁ ଏହାର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ୍ ଗତକାଲି ରାତି […]

puri-1-1

Niharika Rout
  • Published: Thursday, 26 December 2019
  • , Updated: 26 December 2019, 07:42 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୂର୍ଯ୍ୟପରାଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି କରାଯାଉଛି । ରାତିସାରା ଉଜାଗର ରହିଛନ୍ତି ମହାପ୍ରଭୁ ଜଗନ୍ନାଥ । ଧାଡ଼ିବାନ୍ଧି ହଜାର ହଜାର ଭକ୍ତ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ରାତିସାରା ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବା ବିରଳ ଘଟଣା, ଯାହା ବର୍ଷ ବର୍ଷ ଧରି କେବେ ହୋଇନଥିଲା ବୋଲି ସେବାୟତ କହିଛନ୍ତି ।

ଜ୍ୟୋତିଷଶାସ୍ତ୍ର ଅନୁସାରେ, ଏହା ଖଣ୍ଡଗ୍ରାସ, କେତୁଗ୍ରସ୍ତ ସୂର୍ଯ୍ୟପରାଗ । ତେଣୁ ଏହାର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ୍ ଗତକାଲି ରାତି ୮ଟା ୨୦ ଠାରୁ ପାକତ୍ୟାଗ ଓ ଦେବନୀତି ନିଷେଧ ରହିଛି । ଆଜି ସକାଳ ୮ଟା ୨୦ ମିନିଟ୍ ୮ ସେକେଣ୍ଡରେ ନୀତିକାନ୍ତି ଆରମ୍ଭ ହେବ ।

ଆଜି ସୂର୍ଯ୍ୟଙ୍କୁ ପରାଗ ସ୍ପର୍ଶ କରିବା ପରେ ନୀତିକାନ୍ତି ଆରମ୍ଭ ହେବ । ଶ୍ରୀମନ୍ଦିରରେ ଗ୍ରହଣ ମହାସ୍ନାନ ଅନୁଷ୍ଠିତ ହେବ । ପ୍ରାୟ ୧ ଘଣ୍ଟା ଧରି ଚାଲିବ ମହାପ୍ରଭୁଙ୍କ ଏହି ଗ୍ରହଣ ମହାସ୍ନାନ ନୀତି ।  ଏହାପରେ ଗ୍ରହଣ ଖଇକରା ଭୋଗ ଅନୁଷ୍ଠିତ ହେବ ।  ଏହାପରେ ମଙ୍ଗଳ ଆଳତୀ, ମଇଲମ, ତଡ଼ପଲାଗି, ଅବକାଶ, ପହିଲିଭୋଗ, ଗୋପାଳବଲ୍ଲଭ ଓ ସକାଳଧୂପ ଅନୁଷ୍ଠିତ ହେବ।

Related story