ଅନ୍‌ଲାଇନ୍ ମହାପ୍ରସାଦ ବିକ୍ରି ଓ ନିମନ୍ତ୍ରଣକୁ ନା

ପୁରୀ (ଓଡ଼ିଶା ରିପୋର୍ଟର): ଅନ୍‌ଲାଇନ୍‌ ମହାପ୍ରସାଦ ବିକ୍ରି ଓ ଅନ୍‌ଲାଇନ୍ ନିମନ୍ତ୍ରଣ ପତ୍ର ଗ୍ରହଣ କରିବା ପ୍ରସ୍ତାବକୁ ଗ୍ରହଣ କରିନି ଶ୍ରୀମନ୍ଦିର ପ୍ରଶାସନ। ମନ୍ଦିର ପ୍ରଶାସନ ପକ୍ଷରୁ ଏକ ପ୍ରେସ୍ ବିବୃତିରେ କୁହାଯାଇଛି ଯେ, ଶ୍ରୀମନ୍ଦିର ପ୍ରଶାସନ ଏହାର ସ୍ୱତ୍ୱାଧିକାରୀ ହୋଇଥିବାରୁ କୌଣସି ଅନୁଷ୍ଠାନ ବା ବ୍ୟକ୍ତିବିଶେଷ ଅନ୍‌ଲାଇନ୍‌ରେ ମହାପ୍ରସାଦ ବିକ୍ରି କରିପାରିବେ ନାହିଁ କି ଅନ୍‌ଲାଇନ୍‌ରେ ମହାପ୍ରଭୁଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରି ପାରିବେ ନାହିଁ। ଏଥିରେ ଆହୁରି କୁହାଯାଇଛି ଯେ, ଏଭଳି କାର୍ଯ୍ୟ କରୁଥିବା […]

jaggannath

Jitendra Garnayak
  • Published: Wednesday, 19 December 2018
  • , Updated: 19 December 2018, 08:13 AM IST

ପୁରୀ (ଓଡ଼ିଶା ରିପୋର୍ଟର): ଅନ୍‌ଲାଇନ୍‌ ମହାପ୍ରସାଦ ବିକ୍ରି ଓ ଅନ୍‌ଲାଇନ୍ ନିମନ୍ତ୍ରଣ ପତ୍ର ଗ୍ରହଣ କରିବା ପ୍ରସ୍ତାବକୁ ଗ୍ରହଣ କରିନି ଶ୍ରୀମନ୍ଦିର ପ୍ରଶାସନ।

ମନ୍ଦିର ପ୍ରଶାସନ ପକ୍ଷରୁ ଏକ ପ୍ରେସ୍ ବିବୃତିରେ କୁହାଯାଇଛି ଯେ, ଶ୍ରୀମନ୍ଦିର ପ୍ରଶାସନ ଏହାର ସ୍ୱତ୍ୱାଧିକାରୀ ହୋଇଥିବାରୁ କୌଣସି ଅନୁଷ୍ଠାନ ବା ବ୍ୟକ୍ତିବିଶେଷ ଅନ୍‌ଲାଇନ୍‌ରେ ମହାପ୍ରସାଦ ବିକ୍ରି କରିପାରିବେ ନାହିଁ କି ଅନ୍‌ଲାଇନ୍‌ରେ ମହାପ୍ରଭୁଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରି ପାରିବେ ନାହିଁ।

ଏଥିରେ ଆହୁରି କୁହାଯାଇଛି ଯେ, ଏଭଳି କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ଅନୁମତି ଦିଆଯାଇ ନାହିଁ।

ଯଦି କେହି ଏଭଳି କାମ କରୁଥାଏ, ତେବେ ସଂପୃକ୍ତ ସଂସ୍ଥା ବା ବ୍ୟକ୍ତି ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି।

୪/୫ଟି ସଂସ୍ଥା ଅନ୍‌ଲାଇନ୍‌ରେ ମହାପ୍ରସାଦ ବିକ୍ରି କରୁଥିବା ଓ ମହାପ୍ରଭୁଙ୍କ ନିମନ୍ତ୍ରଣ ଜଣାଇବା ପ୍ରସଙ୍ଗ ଶ୍ରୀମନ୍ଦିର ପ୍ରଶାସନର ଦୃଷ୍ଟିକୁ ଆସିବା ପରେ ନୀତି ପ୍ରଶାସକ ବିଶ୍ୱଜିତ ଦାସ ଏହି ପ୍ରେସ୍‌ ବିବୃତି ଜାରି କରିଛନ୍ତି।

Related story