ପୁରୀ ଟ୍ରେନ ପୋଡ଼ି ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ୫ ବର୍ଷ ଜେଲ, ଜରିମାନା

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ଷ୍ଟେନସରେ ଟ୍ରେନ ପୋଡ଼ି ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସୁବାସ ରାମଚନ୍ଦ୍ରନଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ସହ ୭୫ ହଜାର ୫୦୦ ଜରିମାନା କରିଛନ୍ତି କୋର୍ଟ। ଜରିମାନା ଅର୍ଥ ଅନାଦେୟ ହେଲେ ଅଧିକ ୧୦ ମାସ ଜେଲରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ CJM ଇନ୍ଦୁ ଶର୍ମା। ୨୦୧୫ ନଭେମ୍ୱର ୧୨ ତାରିଖ ଅପରାହ୍ଣ ପ୍ରାୟ ୪ଟା ୨୫ରେ ପୁରୀ ରେଳ ଷ୍ଟେସନରେ […]

train

Manoranjan Sial
  • Published: Friday, 16 October 2020
  • , Updated: 16 October 2020, 11:11 PM IST

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ଷ୍ଟେନସରେ ଟ୍ରେନ ପୋଡ଼ି ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସୁବାସ ରାମଚନ୍ଦ୍ରନଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ସହ ୭୫ ହଜାର ୫୦୦ ଜରିମାନା କରିଛନ୍ତି କୋର୍ଟ। ଜରିମାନା ଅର୍ଥ ଅନାଦେୟ ହେଲେ ଅଧିକ ୧୦ ମାସ ଜେଲରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ CJM ଇନ୍ଦୁ ଶର୍ମା।

୨୦୧୫ ନଭେମ୍ୱର ୧୨ ତାରିଖ ଅପରାହ୍ଣ ପ୍ରାୟ ୪ଟା ୨୫ରେ ପୁରୀ ରେଳ ଷ୍ଟେସନରେ ଠିଆ ହୋଇଥିବା ନନ୍ଦନକାନ ଏକ୍ସପ୍ରେସରେ ପ୍ରଥମେ ନିଆଁ ଲାଗିଥିଲା। ପରେ ପରେ ମାତ୍ର ଅଳ୍ପ ସମୟ ଭିତରେ ତିରୁପତି ଓ ପୁରୀ-ହାୱଡ଼ା ଏକ୍ସପ୍ରେସରେ ନିଆଁ ଲାଗିଥିଲା। ତେବେ ଏତେ କମ୍ ସମୟରେ ସୁବାସ୍ ତିନି ତିନିଟି ଟ୍ରେନରେ କେମିତି ନିଆଁ ଲଗାଇଲା। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିଲେ ସୁବାସ ରାମଚନ୍ଦ୍ରନ। ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତକୁ ୫ ବର୍ଷ ଜେଲ ଓ ୭୫ ହଜାର ୫୦୦ ଟଙ୍କା ଜରିମାନା କରିଛନ୍ତି ସିଜେଏମ୍‌।

Related story