ଟ୍ରେନ୍ ପୋଡ଼ି ଘଟଣାର ତଦନ୍ତ ପାଇଁ ପୁରୀରେ ଟ୍ରାନଜିଟ୍ ଅଫିସ ଖୋଲିଲା ଏନଆଇଏ

ପୁରୀ: ନ୍ୟାସନାଲ୍ ଇନଭେଷ୍ଟିଗେସନ ଏଜେନ୍ସି (ଏନ୍ଆଇଏ)ର ଏକ ଟ୍ରାନଜିଟ ଅଫିସ୍ ପୁରୀରେ ଖୋଲାଯାଇଛି। ପୁରୀ ଷ୍ଟେସନରେ ଘଟିଥିବା ସିରିଜ୍ ଟ୍ରେନ୍ ପୋଡ଼ି ଘଟଣାର ତଦନ୍ତ ଭାର ଏନ୍ଆଇଏ ହାତକୁ ନେବା ପରେ ଏହି ଅଫିସ୍ ଖୋଲାଯାଇଛି। ଘଟଣାର ତଦନ୍ତ ପାଇଁ ଆଜି ଦିଲ୍ଲୀରୁ ଏନ୍ଆଇଏର ୨ଜଣ ଅଧିକାରୀ ପୁରୀରେ ପହଞ୍ଚିଛନ୍ତି। ସେମାନଙ୍କୁ ସର୍କିଟ୍ ହାଉସ୍ ପରିସରରେ ୨ଟି ରୁମ୍ ଯୋଗାଇ ଦିଆଯାଇଛି। ଏହାସହ ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି। ଟ୍ରେନ୍ […]

puri-train-born

puri-train-born

Rakesh Mallick
  • Published: Tuesday, 15 December 2015
  • Updated: 15 December 2015, 02:59 PM IST

Sports

Latest News

ପୁରୀ: ନ୍ୟାସନାଲ୍ ଇନଭେଷ୍ଟିଗେସନ ଏଜେନ୍ସି (ଏନ୍ଆଇଏ)ର ଏକ ଟ୍ରାନଜିଟ ଅଫିସ୍ ପୁରୀରେ ଖୋଲାଯାଇଛି। ପୁରୀ ଷ୍ଟେସନରେ ଘଟିଥିବା ସିରିଜ୍ ଟ୍ରେନ୍ ପୋଡ଼ି ଘଟଣାର ତଦନ୍ତ ଭାର ଏନ୍ଆଇଏ ହାତକୁ ନେବା ପରେ ଏହି ଅଫିସ୍ ଖୋଲାଯାଇଛି। ଘଟଣାର ତଦନ୍ତ ପାଇଁ ଆଜି ଦିଲ୍ଲୀରୁ ଏନ୍ଆଇଏର ୨ଜଣ ଅଧିକାରୀ ପୁରୀରେ ପହଞ୍ଚିଛନ୍ତି। ସେମାନଙ୍କୁ ସର୍କିଟ୍ ହାଉସ୍ ପରିସରରେ ୨ଟି ରୁମ୍ ଯୋଗାଇ ଦିଆଯାଇଛି। ଏହାସହ ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି। ଟ୍ରେନ୍ ପୋଡ଼ି ଘଟଣାରେ ଗିରଫ ଅଭିଯୁକ୍ତ ରାମଚନ୍ଦ୍ରନ ସୁବାସର ଆତଙ୍କବାଦୀ ସଂଗଠନ ସହ ଲିଙ୍କ୍ ଜଣାପଡ଼ିବା ପରେ ଏନ୍ଆଇଏ ଏହି ମାମଲାର ଖୋଳତାଡ଼ କରୁଛି।

ସେହିପରି ଟ୍ରେନ ପୋଡ଼ି ଘଟଣା ପରେ ପୁରୀ ଷ୍ଟେସନର ସୁରକ୍ଷାକୁ କିପରି କଡ଼ାକଡ଼ି କରାଯିବ ସେ ନେଇ ଆଜି ପୁରୀ ରେଳ ଷ୍ଟାସନ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଷ୍ଟେସନ ପରିସରରେ ଅଧିକ ସିସିଟିଭି ଲଗାଇବା, ଆଉ ଏକ ଲଗେଜ୍ ସ୍କାନର ସ୍ଥାପନ ଓ ରେଳ ଷ୍ଟେସନ ଚାରିପାଖ ଆବଦ୍ଧ କାମ ଶୀଘ୍ର ସାରିବା ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଛି। ବୈଠକରେ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ, ଆରପିଏଫ୍ ଓ ଜିଆରପି ଅଧିକାରୀଙ୍କ ସମେତ ପରାମର୍ଶ ଦାତା ସଦସ୍ୟମାନେ ଯୋଗ ଦେଇଥିଲେ।

ପୁରୀରୁ ସୁବାସର ମାମଲା ଭୁବନେଶ୍ୱରକୁ ହେବା ପରେ ଆଜି ତାକୁ ଝାରପଡା ଜେଲକୁ ଅଣାଯାଇଛି। ଜେଲକୁ ନିଆଯିବା ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ସୁବାସର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos