ପୁରୀ ରଥକାଠ ଟ୍ରକ୍‌ ଅଟକାଇଲା ମହାବୀର ସେନା

ନୟାଗଡ଼(ଓଡ଼ିଶା ରିପୋର୍ଟର): ନୟାଗଡ଼-ଦଶପଲ୍ଲା ବନାଞ୍ଚଳରୁ ରଥ ନିର୍ମାଣ ପାଇଁ ପୁରୀକୁ ଏବର୍ଷର ପ୍ରଥମ ରଥକାଠ ପରିବହନ କରାଯାଉଥିବା ବେଳେ ଏହାକୁ ବିରୋଧ କରିଛି ଦଶପଲ୍ଲା ମହାବୀର ସେନା। ଏହାସହ ରଥକାଠ ଗାଡ଼ିକୁ ଅଟକ ରଖିଛନ୍ତି ସଂଗଠନର ସଦସ୍ୟ। ୨ଟି ଟ୍ରକରେ ଏହି ରଥକାଠ ନିଆଯାଉଥିଲା।

ପୁରୀ ଘୋଷଯାତ୍ରାର ରଥର ଗୋଟିଏ ଚକ ପ୍ରଦାନ କରାଯାଉ ବୋଲି ସଂଗଠନ ଦାବି କରିଛି। ଦଶପଲ୍ଲା ଅଞ୍ଚଳରେ ଜଙ୍ଗଲ ଲୋପ ପାଉଥିବା ବେଳେ ନୂତନ ଜଙ୍ଗଲ ସୃଷ୍ଟି କରାଯାଉ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।