ଶ୍ରୀମନ୍ଦିର ସୁରକ୍ଷା ନେଇ କ୍ୟାବିନେଟ୍ ନିଷ୍ପତ୍ତି ପରେ ଘନେଇଲା ବିବାଦ, କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଚେତାବନୀ

ପୁରୀ(ଓଡ଼ିଶା ରିପୋର୍ଟର):ଜଗନ୍ନାଥ ମନ୍ଦିର ଓ ଭକ୍ତଙ୍କ ସୁରକ୍ଷାକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି ପରେ ସେବାୟତ ଓ ମଠବାଡ଼ି ଦାୟିତ୍ୱରେ ଥିବା କର୍ମକର୍ତ୍ତାଙ୍କ ମନରେ ଛନକା ପଶିଯାଇଛି। ଏହା କାର୍ଯ୍ୟକାରୀ ହେଲେ ଶ୍ରୀମନ୍ଦିର ଚାରିପାଖେ ୭୫ ମିଟର ପରିଧି ଭିତରେ ଥିବା ଅନେକ ପୁରୁଣା ମଠ ଓ ଆସ୍ଥାର ସ୍ଥଳ ଲୋପ ପାଇଯିବ। ଏମିତିକି ଗଜପତିଙ୍କ ଶ୍ରୀନଅର ବି ସବୁଦିନ ପାଇଁ ହଜିଯିବ। ସାତପୁରୁଷର ଭିଟାମାଟି ହରାଇବେ ଶହ ଶହ ସେବାୟତ ପରିବାର। ତେଣୁ ଏଭଳି […]

Jagannath-Puri-temple-123

Jagannath-Puri-temple-123

Tapas Behera
  • Published: Saturday, 17 August 2019
  • Updated: 17 August 2019, 07:12 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର):ଜଗନ୍ନାଥ ମନ୍ଦିର ଓ ଭକ୍ତଙ୍କ ସୁରକ୍ଷାକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି ପରେ ସେବାୟତ ଓ ମଠବାଡ଼ି ଦାୟିତ୍ୱରେ ଥିବା କର୍ମକର୍ତ୍ତାଙ୍କ ମନରେ ଛନକା ପଶିଯାଇଛି। ଏହା କାର୍ଯ୍ୟକାରୀ ହେଲେ ଶ୍ରୀମନ୍ଦିର ଚାରିପାଖେ ୭୫ ମିଟର ପରିଧି ଭିତରେ ଥିବା ଅନେକ ପୁରୁଣା ମଠ ଓ ଆସ୍ଥାର ସ୍ଥଳ ଲୋପ ପାଇଯିବ। ଏମିତିକି ଗଜପତିଙ୍କ ଶ୍ରୀନଅର ବି ସବୁଦିନ ପାଇଁ ହଜିଯିବ। ସାତପୁରୁଷର ଭିଟାମାଟି ହରାଇବେ ଶହ ଶହ ସେବାୟତ ପରିବାର। ତେଣୁ ଏଭଳି ଏକତରଫା ନିଷ୍ପତ୍ତି ବିରୋଧରେ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।

ଶ୍ରୀମନ୍ଦିର ଚାରିପାଖେ ୭୫ ମିଟର ପରିଧି ଭିତରେ ଫାଙ୍କା କରିବାକୁ ଶ୍ରୀମନ୍ଦିର ସଂସ୍କାର କମିଶନ ଜଷ୍ଟିସ ବି.ପି. ଦାଶଙ୍କ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟରେ ପ୍ରାସ୍ତାବ ଥିଲା।  ଏହି ସୁପାରିଶକ୍ରମେ ଗତକାଲି ରାଜ୍ୟ କ୍ୟାବିନେଟରେ ଉପରୋକ୍ତ ନିଷ୍ପତ୍ତି ହୋଇଛି । ଏହା କାର୍ଯ୍ୟକାରୀ ହେଲେ ୧୨ଟି ବଡ଼ ବଡ଼ ମଠ ଭଙ୍ଗାଯିବ। ଯାହା ମଧ୍ୟରେ ଅଛି ବହୁଚର୍ଚ୍ଚିତ ଏମ୍ଆର ମଠ, ରାଧାବଲ୍ଲଭ ମଠ ଓ ମହାପ୍ରଭୁଙ୍କୁ ଟାହିଆ ଓ ହାତୀବେଶ ସାମଗ୍ରୀ ଯୋଗାଉଥିବା ରାଘବଦାସ ମଠ ଓ ବଡ଼ଛତା ଭଳି ବହୁ ପୁରାତନ ମଠ। ତେବେ ବିନା ଜନ ଶୁଣାଣିରେ କିଭଳି ରାଜ୍ୟ ସରକାର ରାତାରାତି ଏଭଳି ଏକତରଫା ନିଷ୍ପତ୍ତି ନେଲେ ତାକୁ ନେଇ ଆପତ୍ତି ଉଠାଇଛନ୍ତି ସେବାୟତ ଓ ମୁକ୍ତି ମଣ୍ଡପ ପଣ୍ଡିତ ସଭା।

ତେଣୁ ଦରକାର ପଡ଼ିଲେ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି। ଖାଲି ସେତିକି ନୁହେଁ ଏ ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ଶ୍ରୀମନ୍ଦିରକୁ ଶହ ଶହ ବର୍ଷ ଧରି ସୁରକ୍ଷା ଦେଇ ଆସୁଥିବା ସାତ ସାହି ଯେମିତିକି ବାଲି ସାହି, ହରଚଣ୍ଡି, ମାର୍କେଣ୍ଡେଶ୍ୱର, ଦୋଳମଣ୍ଡପ, ମଣିକର୍ଣ୍ଣିକା, ବାଶେଳି ସାହିର ହଜାର ହଜାର ଲୋକ ବାସହରା ହେବେ। ପୂର୍ବରୁ ନବକଳେବର ସମୟରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୨୫ ଫୁଟ୍ ପର୍ଯ୍ୟନ୍ତ ଜବରଦଖଲ ମୁକ୍ତ କରାଯାଇଥିବାବେଳେ ଏବେ ୭୫ ମିଟର କଥା ଶୁଣି ଚକିତ ହୋଇ ପଡ଼ିଛନ୍ତି ଅଞ୍ଚଳବାସୀ । ତେବେ ଏନେଇ ଜିଲ୍ଲାପାଳ କହିଛନ୍ତି, ଏଭଳି କୌଣସି ନିଷ୍ପତ୍ତି ଜିଲ୍ଲାପ୍ରଶାସନର ହସ୍ତଗତ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story