ପୁରୀ: ଶେଷ ପର୍ଯ୍ୟାୟରେ ପହଁଚିଛି ରଥ ନିର୍ମାଣ କାମ

ପୁରୀ:  ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ତିନି ରଥର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନି ଥରରେ ୧୩ ପରସ୍ତ ପୋଟଳ, ପାରାଭାଡି ଓ ଖପୁରୀକୁ ବିଶ୍ୱକର୍ମା ମହାରଣା ନିର୍ମାଣ କରିବା ପରେ ଭୋଇ ସେବାୟତଙ୍କ ସହାୟତାରେ ରଥରେ ଖଞ୍ଜ। ଯାଇଛି । ପରବର୍ତ୍ତୀ କାମ କଳସ ଓ ପାଖୁଡା ନିର୍ମାଣ କରାଯାଉଛି । କତରା, ତାଗ ବାଡିଆ ହୋଇ ତିନି ରଥରେ ପଟା ପଡିବା କାର୍ଯ୍ୟ ଚାଲିଛି । ଶ୍ରୀନହର ସମ୍ମୁଖ ରଥଖଳାରେ […]

ratha

Rakesh Mallick
  • Published: Wednesday, 01 July 2015
  • , Updated: 01 July 2015, 03:44 AM IST

ପୁରୀ:  ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ତିନି ରଥର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନି ଥରରେ ୧୩ ପରସ୍ତ ପୋଟଳ, ପାରାଭାଡି ଓ ଖପୁରୀକୁ ବିଶ୍ୱକର୍ମା ମହାରଣା ନିର୍ମାଣ କରିବା ପରେ ଭୋଇ ସେବାୟତଙ୍କ ସହାୟତାରେ ରଥରେ ଖଞ୍ଜ। ଯାଇଛି । ପରବର୍ତ୍ତୀ କାମ କଳସ ଓ ପାଖୁଡା ନିର୍ମାଣ କରାଯାଉଛି । କତରା, ତାଗ ବାଡିଆ ହୋଇ ତିନି ରଥରେ ପଟା ପଡିବା କାର୍ଯ୍ୟ ଚାଲିଛି । ଶ୍ରୀନହର ସମ୍ମୁଖ ରଥଖଳାରେ ବେଦୀ, ସିଂହାସନ, ଦୁଆର ଘୋଡା, ଚନ୍ଦ୍ରଶାଳୀ, ପ୍ରଭା, କନକମୁଣ୍ଡି ଆଦି ନିର୍ମାଣ କରାଯାଉଛି । ସେପଟେ ରୂପକାର ସେବାୟତ ଦେବଦଳନ ରଥର ସାରଥୀ ଅର୍ଜୁନ, ନନ୍ଦୀଘୋଷ ରଥ ସାରଥୀ ଦାରୁକ, ତାଳଧ୍ୱଜ ରଥ ସାରଥୀ ମାତଳୀ, ୬ଟି ଓଲଟ ଶୁଆ, ୧୨ଟି ଅଶ୍ୱ କାର୍ଯ୍ୟ ଶେଷ କରିବାରେ ଲାଗିପଡିଛନ୍ତି। ବିଶେଷ କରି ସୂକ୍ଷ୍ମାତି ସୂକ୍ଷ୍ମ କାର୍ଯ୍ୟଗୁଡିକ ଏବେ କରାଯାଉଥିବା ରୂପକାର ସେବାୟତ ସୂଚନା ଦେଇଛନ୍ତି।

Related story