ପୂର୍ଣ୍ଣ ଅନୁଦାନ ଦାବିରେ ରାଜ୍ୟର ୪ ହଜାର ବ୍ଲକଗ୍ରାଣ୍ଟ ବିଦ୍ୟାଳୟରେ ପଡିଲା ତାଲା: ଓଷ୍ଟା

ଭୁବନେଶ୍ୱର: ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ପ୍ରତି ସରକାର ବୈମାତୃକ ମନୋଭାବ ପ୍ରଦର୍ଶନ କରୁଥିବା ଅଭିଯୋଗରେ ସୋମବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ୪ହଜାର ବ୍ଲକଗ୍ରାଣ୍ଟ ବିଦ୍ୟାଳୟରେ ତାଲା ପକାଇ ଦିଆଯାଇଛି । ଏଥିରେ ନୂତନ ଅନୁଦାନପ୍ରାପ୍ତ (ବ୍ଲକଗ୍ରାଣ୍ଟ) ପାଉଥିବା ମାଧ୍ୟମିକ, ନିମ୍ନ ମାଧ୍ୟମିକ, ମାଦ୍ରାସା, ସଂସ୍କୃତ ଟୋଲ‌ ଓ ଅନୁଦାନ ଆଶାୟୀ ବିଦ୍ୟାଳୟର ଶିକ୍ଷକ, କର୍ମଚାରୀମାନେ ସାମିଲ ହୋଇଛନ୍ତି । ଏହି ଶିକ୍ଷକ ଓ କର୍ମଚାରୀମାନେ ନିଜ ନିଜ ବିଦ୍ୟାଳୟରେ ତାଲା ପକାଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ […]

teacher1

teacher1

Rakesh Mallick
  • Published: Monday, 10 August 2015
  • Updated: 10 August 2015, 12:32 PM IST

Sports

Latest News

ଭୁବନେଶ୍ୱର: ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ପ୍ରତି ସରକାର ବୈମାତୃକ ମନୋଭାବ ପ୍ରଦର୍ଶନ କରୁଥିବା ଅଭିଯୋଗରେ ସୋମବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ୪ହଜାର ବ୍ଲକଗ୍ରାଣ୍ଟ ବିଦ୍ୟାଳୟରେ ତାଲା ପକାଇ ଦିଆଯାଇଛି । ଏଥିରେ ନୂତନ ଅନୁଦାନପ୍ରାପ୍ତ (ବ୍ଲକଗ୍ରାଣ୍ଟ) ପାଉଥିବା ମାଧ୍ୟମିକ, ନିମ୍ନ ମାଧ୍ୟମିକ, ମାଦ୍ରାସା, ସଂସ୍କୃତ ଟୋଲ‌ ଓ ଅନୁଦାନ ଆଶାୟୀ ବିଦ୍ୟାଳୟର ଶିକ୍ଷକ, କର୍ମଚାରୀମାନେ ସାମିଲ ହୋଇଛନ୍ତି । ଏହି ଶିକ୍ଷକ ଓ କର୍ମଚାରୀମାନେ ନିଜ ନିଜ ବିଦ୍ୟାଳୟରେ ତାଲା ପକାଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ସରକାର ଶିକ୍ଷକଙ୍କ ଦାବି ପୂରଣ ନ କରିଲେ ଆସନ୍ତାକାଲିଠାରୁ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ । ଏହାବାଦ ଆସନ୍ତା ବିଧାନସଭା ଅଧିବେଶନ ବେଳେ ଶିକ୍ଷକମାନେ ଧାରଣା ଦେବା ସହ ବ୍ଲକ ଓ ପଞ୍ଚାୟତସ୍ତରରେ ରାଲି କରିବେ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ଆଜି ପ୍ରେସ ବିବୃତ୍ତିରେ କୁହାଯାଇଛି ।teacherଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ ମୁଖ୍ୟ ଆବାହକ ତଥା ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ପ୍ରେସ ବିବୃତ୍ତିରେ କୁହାଯାଇଛି ଯେ, ୨୦ରୁ ୨୫ ବର୍ଷ ବିନା ଦରମାରେ କାର୍ଯ୍ୟ କରିବା ପରେ ୧୦ ବର୍ଷରୁ ଊର୍ଦ୍ଧ୍ୱ ବ୍ଲକଗ୍ରାଣ୍ଟ ଶିକ୍ଷକ ଭାବେ କାମ କରିବାକୁ ସରକାର କରିଥିବା ନିୟମ ସେମାନଙ୍କ ପ୍ରତି ଅବିଚାର ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ସଂଘ ପକ୍ଷରୁ କୁହାଯାଇଛି, ବହୁ ଶିକ୍ଷକ ଅବସର ନେଇସାରିଥିବା ବେଳେ ଅବଶିଷ୍ଟଙ୍କ ଚାକିରି କାଳ ୪ରୁ ୫ ବର୍ଷ ରହିଛି । ମାତ୍ର ଏପର୍ଯ୍ୟନ୍ତ ଏହି ଶିକ୍ଷକମାନେ ମହଙ୍ଗା ଭତ୍ତା, ବାର୍ଷିକ ଦରମା ବୃଦ୍ଧି, ଚାକିରି ସର୍ତ୍ତାବଳୀ ଓ ନିରାପତ୍ତା, ପ୍ରୋଭିଡେଣ୍ଟ ଫଣ୍ଡ କି ଅବସର କାଳୀନ ସୁବିଧା ପାଇ ନାହାନ୍ତି । ସରକାର ବ୍ଲକଗ୍ରାଣ୍ଟ ଉଠାଇ ପୂର୍ଣ୍ଣ ଅନୁଦାନ ପ୍ରଦାନ ନ କଲେ ଓ ଅନୁଦାନ ଆଶାୟୀ ସବୁବର୍ଗର ଯୋଗ୍ୟ ବିବେଚିତ ବିଦ୍ୟାଳୟର ବିଜ୍ଞପ୍ତି ପ୍ରକାଶ ନ କରିଲେ ଏହି ବିଦ୍ୟାଳୟଗୁଡିକ ଆଉ ଖୋଲିବ ନାହିଁ ବୋଲି ଓଷ୍ଟା ପକ୍ଷରୁ ଚେତାବନୀ ଦିଆଯାଇଛି ।

ଏହି ବିଦ୍ୟାଳୟରେ ପଢୁଥିବା ୪ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ସହ ସରକାର ଖେଳ ଖେଳୁଛନ୍ତି ବୋଲି ଅଭିଯୋଗ କରାଯାଇଛି । ସରକାର ତୁରନ୍ତ ଦାବି ପୂରଣ ନ କଲେ ସଂଘ ପକ୍ଷରୁ ଆସନ୍ତାକାଲି ୧୧ ତାରିଖଠାରୁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକମାନେ ଧାରଣା ଦେବେ ଓ ସମ୍ପୃକ୍ତ ଶିକ୍ଷା ଅଧିକାରୀଙ୍କୁ ବିଦ୍ୟାଳୟର ଚାବି ସହିତ ପ୍ରତିଦିନର ଉପସ୍ଥାନ ହସ୍ତାନ୍ତର କରିବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହାବାଦ ସମସ୍ୟାର ସମାଧାନ କରା ନ ଗଲେ ଶିକ୍ଷକମାନେ ଆସନ୍ତା ବିଧାନସଭା ସମୟରେ ଭୁବନେଶ୍ୱରଠାରେ ଆହୋରାତ୍ର ଧାରଣା ଦେବା ସହିତ ନିଜ ନିଜ ଅଞ୍ଚଳର ବିଧାୟକମାନଙ୍କୁ ବିଧାନସଭା ଭିତରକୁ ଯିବାରୁ ନିବୃତ୍ତ କାରାଯିବ ବୋଲି ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ ସଭାପତି ପ୍ରକାଶ ଚନ୍ଦ୍ର ଜେନା ଏବଂ ଆବାହକ ପ୍ରକାଶ ଚନ୍ଦ୍ର ମହାନ୍ତି ଚେତାବନୀ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos