ପୂର୍ଣ୍ଣ ଅନୁଦାନ ନଦେଲେ ଜଣେ ବି ଶିକ୍ଷକ କାର୍ଯ୍ୟରେ ଯୋଗ ଦେବେ ନାହିଁ: ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ

ଭୁବନେଶ୍ୱର:  ପୂର୍ଣ୍ଣ ଅନୁଦାନ ପ୍ରଦାନ ନ କରିବା ପର୍ଯ୍ୟନ୍ତ ଜଣେ ବି ଶିକ୍ଷକ କାର୍ଯ୍ୟରେ ଯୋଗ ଦେବେ ନାହିଁ। ମାସେରୁ ଅଧିକ ଦିନ ଧରି ଆନ୍ଦୋଳନ ଚଳାଇଥିବା ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ (ଏସଏଟିଏଫଓ) ପକ୍ଷରୁ ଆଜି ଦୃଢ଼ ଭାବେ ଏହି କଥା କୁହାଯାଇଛି। ସଂଘ କହିଛି, ୯୧୬ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନେ କାର୍ଯ୍ୟରେ ଯୋଗ ଦେଲେ ବୋଲି ଯାହା କୁହାଯାଉଛି ତାହା ଅମୂଳକ ଓ ଭିତ୍ତିହୀନ। ସେମାନେ କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି। ବ୍ଲକ୍ […]

teacher

Rakesh Mallick
  • Published: Thursday, 10 September 2015
  • , Updated: 10 September 2015, 05:02 PM IST

[caption id="attachment_31514" align="alignleft" width="300"] ଭୁବନେଶ୍ୱରରେ ଆନ୍ଦୋଳନରେ ବସିଥିବା ଶିକ୍ଷକଙ୍କ ଫାଇଲ୍ ଫଟୋ[/caption]

ଭୁବନେଶ୍ୱର:  ପୂର୍ଣ୍ଣ ଅନୁଦାନ ପ୍ରଦାନ ନ କରିବା ପର୍ଯ୍ୟନ୍ତ ଜଣେ ବି ଶିକ୍ଷକ କାର୍ଯ୍ୟରେ ଯୋଗ ଦେବେ ନାହିଁ। ମାସେରୁ ଅଧିକ ଦିନ ଧରି ଆନ୍ଦୋଳନ ଚଳାଇଥିବା ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ (ଏସଏଟିଏଫଓ) ପକ୍ଷରୁ ଆଜି ଦୃଢ଼ ଭାବେ ଏହି କଥା କୁହାଯାଇଛି।

ସଂଘ କହିଛି, ୯୧୬ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନେ କାର୍ଯ୍ୟରେ ଯୋଗ ଦେଲେ ବୋଲି ଯାହା କୁହାଯାଉଛି ତାହା ଅମୂଳକ ଓ ଭିତ୍ତିହୀନ। ସେମାନେ କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି। ବ୍ଲକ୍ ଓ ଜିଲ୍ଲାରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘର ନେତୃତ୍ୱ ନେଉଛନ୍ତି। ସେହିପରି ଦାବି ପୂରଣ ନହେଲେ ଆଗାମୀ ଦିନରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଦେବାକୁ ଥିବା ବୋର୍ଡ ପରୀକ୍ଷା ପାଇଁ ଫର୍ମ ଫିଲପରେ ମଧ୍ୟ ଶିକ୍ଷକମାନେ ସହଯୋଗ କରିବେ ନାହିଁ। ଛାତ୍ରମାନେ ପରୀକ୍ଷା ଦେବାରୁ ବଂଚିତ ହେଲେ ସରକାର ଦାୟୀ ରହିବେ।

ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ ଆବାହକ ପ୍ରକାଶ ଚନ୍ଦ୍ର ମହାନ୍ତି ଏକ ପ୍ରେସ ରିଲିଜ୍ ମାଧ୍ୟମରେ କହିଛନ୍ତି ଯେ ୩୦ ବର୍ଷ ଧରି ଶିକ୍ଷକମାନେ ମାଗଣା ଖଟିବା ପରେ ମଧ୍ୟ ସରକାରଙ୍କର ସାମାନ୍ୟତମ ଅନୁକଂପା ନ ରହିବା ଦୁର୍ଭାଗ୍ୟଜନକ। ଶିକ୍ଷକମାନଙ୍କୁ ସରକାର ଠକିବାକୁ ଉପାୟ ଖୋଜୁଛି। ମନ୍ତ୍ରୀ ସ୍ତରୀୟ କମିଟି ଗଠନ ହେବାର ୨୦ ଦିନରୁ ଅଧିକ ବିତି ଯାଇଥିଲେ ସୁଦ୍ଧା ଶିକ୍ଷକମାନଙ୍କର ଦାବି ପୂରଣ ନହେବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ତେଣୁ ସରକାରଙ୍କ ଉପରୁ ଭରସା ଉଠିଯାଇଛି। ଏବେ ଶିକ୍ଷକମାନେ ଲୋକଙ୍କ ପାଖକୁ ଯାଇ ନିଜ ଦାବି ସଂପର୍କରେ ଅବଗତ କରାଉଛନ୍ତି। ଲୋକେ ଶିକ୍ଷକମାନଙ୍କ ଦୁଃଖ ବୁଝିଲେଣି। ଶିକ୍ଷକମାନଙ୍କ ପ୍ରତି ସରକାର ଅନ୍ୟାୟ କରୁଛନ୍ତି ବୋଲି ସେମାନେ ବୁଝିଲେଣି। ସେପ୍ଟେମ୍ବର ୭ ତାରିଖରୁ ପଂଚାୟତମାନଙ୍କର ପଦଯାତ୍ରା କରୁଛନ୍ତି ଶିକ୍ଷକମାନେ। ଏଥିରେ ସାଧାରଣ ଲୋକଙ୍କର ବିପୁଳ ସମର୍ଥନ ମିଳୁଛି। ଦାବି ପୂରଣ ନହେଲେ ଆସନ୍ତା ୧୫ ତାରିଖଠାରୁ ଅଭିଭାବକ, ପୁରାତନ ଛାତ୍ର, ପରିଚାଳନା କମିଟିର ମିଳିତ ସମନ୍ୱୟ ସମିତି ରାଜ୍ୟର ସମସ୍ତ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅଚଳ କରି ଦେବାକୁ ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ, ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘର ଆହ୍ୱାନ କ୍ରମେ ରାଜ୍ୟର ୪ ହଜାର ନୂତନ ଅନୁଦାନ ପ୍ରାପ୍ତ ଓ ଅନୁଦାନ ପ୍ରତ୍ୟାଶୀ ବିଦ୍ୟାଳୟର ୪୦ ହଜାରରୁ ଅଧିକ ଶିକ୍ଷକ ଓ ଶିକ୍ଷା କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନରେ ବସିଛନ୍ତି।

Related story