ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର, ଆଣ୍ଠୁଗଣ୍ଠି ରୋଗୀଙ୍କୁ ନିଶ୍ଚେତକ ଇଞ୍ଜେକ୍ସନ!

ସୁନ୍ଦରଗଡ଼ /କଟକ (ଓଡ଼ିଶା ରିପୋର୍ଟର): ଆଣ୍ଠୁଗଣ୍ଠି ରୋଗୀଙ୍କୁ ଦିଆଯାଉଛି ଆନାସ୍ଥେସିଆ ଇଞ୍ଜେକ୍ସନ୍! କଥାଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁ ଥିବ। ହେଲେ କଥାଟି ସମ୍ପୂର୍ଣ୍ଣ ସତକଥା। ସ୍ୱାସ୍ଥ୍ୟ ସେବାର ଏପରି ବିକଳ ଚିତ୍ର ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ। ପଡ଼ୋଶୀ ଛତିଶଗଡ଼ ରାଜ୍ୟରୁ ଆସିଥିବା ଜଣେ ତଥାକଥିତ ଆୟୁର୍ବେଦିକ ଡାକ୍ତର ଗାଁ ଗହଳୀରେ ବାସ କରୁଥିବା ଗରିବ ଲୋକଙ୍କୁ ଏମିତି ଚିକିତ୍ସା କରୁଛନ୍ତି। ଏଥିରେ ରୋଗ ଭଲ ହେଉଛି କି ନାହିଁ ଜଣାପଡ଼ୁନି କିନ୍ତୁ ଡାକ୍ତର […]

fake-docter

fake-docter

Manoranjan Sial
  • Published: Saturday, 08 February 2020
  • Updated: 08 February 2020, 08:42 PM IST

Sports

Latest News

ସୁନ୍ଦରଗଡ଼ /କଟକ (ଓଡ଼ିଶା ରିପୋର୍ଟର): ଆଣ୍ଠୁଗଣ୍ଠି ରୋଗୀଙ୍କୁ ଦିଆଯାଉଛି ଆନାସ୍ଥେସିଆ ଇଞ୍ଜେକ୍ସନ୍! କଥାଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁ ଥିବ। ହେଲେ କଥାଟି ସମ୍ପୂର୍ଣ୍ଣ ସତକଥା। ସ୍ୱାସ୍ଥ୍ୟ ସେବାର ଏପରି ବିକଳ ଚିତ୍ର ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ। ପଡ଼ୋଶୀ ଛତିଶଗଡ଼ ରାଜ୍ୟରୁ ଆସିଥିବା ଜଣେ ତଥାକଥିତ ଆୟୁର୍ବେଦିକ ଡାକ୍ତର ଗାଁ ଗହଳୀରେ ବାସ କରୁଥିବା ଗରିବ ଲୋକଙ୍କୁ ଏମିତି ଚିକିତ୍ସା କରୁଛନ୍ତି। ଏଥିରେ ରୋଗ ଭଲ ହେଉଛି କି ନାହିଁ ଜଣାପଡ଼ୁନି କିନ୍ତୁ ଡାକ୍ତର ମହାଶୟ ମାଲାମାଲ୍‌ ହେଉଛନ୍ତି।

ସୁନ୍ଦରଗଡ଼ କିଞ୍ଜିରକେଲା ଥାନା ଅନ୍ତର୍ଗତ ରାଏଡିହି ଗାଁ। ଏଇଠି ଦୁଇ ମାସ ତଳୁ ଖୋଲିଛି ଗୋଟିଏ କ୍ଲିନିକ୍‌। ଛତିଶଗଡ଼ ଖରସିଆରୁ ଆସିଥିବା ପ୍ରକାଶ ରାଠୋର ନାମକ ଜଣେ ଡାକ୍ତର ରୋଗୀଙ୍କୁ ଚିକିତ୍ସା କରୁଛନ୍ତି। କାହାର ଆଣ୍ଠୁରେ ଇଞ୍ଜେକ୍ସନ ଫୋଡୁଛନ୍ତି ତ ଆଉ କାହା ଅଣ୍ଟାରେ। ଯାହାର ଯେଉଁଠି ଦରଜ ହେଉଛି, ତାହାର ସେଇଠି ଫୋଡ଼ା ଯାଉଛି ଇଞ୍ଜେକ୍ସନ। ଆଣ୍ଠୁଗଣ୍ଠି ରୋଗୀଙ୍କୁ ଦିଆଯାଉଛି ଲୋକାଲ୍‌ ଆନାସ୍ଥେଟିକ, ଷ୍ଟିରୟେଡ, ଡାଇକ୍ଲୋଫେନାକ ଭଳି ଇଞ୍ଜେକ୍ସନ। ଏହା ପରେ ତୁରନ୍ତ ଦରଜ କମି ଯାଉଥିବାରୁ ବିଚରା ରୋଗୀ ଭାବୁଛି ରୋଗ ଭଲ ହେଇଗଲା। ଆଉ ଏଥିପାଇଁ ରୋଗୀମାନେ ଡାକ୍ତରବାବୁଙ୍କୁ ଦେଉଛନ୍ତି ମୋଟା ଅଙ୍କର ଅର୍ଥ।

ଇଞ୍ଜେକ୍‌ସନ୍‌ ଦେଇ ରୋଗ ଭଲ କରୁଥିବା ଏହି ଡାକ୍ତର ବାବୁଙ୍କ ଯୋଗ୍ୟତା କଣ? ତାଙ୍କ କହିବା ଅନୁଯାୟୀ ସିଏ କୁଆଡ଼େ ରାୟପୁରରୁ ବିଏଏମ୍ଏସ୍ ଅର୍ଥାତ୍ ଆୟୁର୍ବେଦିକ୍ ଚିକିତ୍ସାରେ ସ୍ନାତକ କରିଛନ୍ତି। ଏକଥାରେ ସତ କେତେ ମିଛ କେତେ, ତାହା ତ ତଦନ୍ତ ସାପେକ୍ଷ, ହେଲେ ସେ କିନ୍ତୁ ଆଣ୍ଠୁଗଣ୍ଠି ରୋଗୀଙ୍କୁ ଅସ୍ତ୍ରୋପଚାର ପୂର୍ବରୁ ବ୍ୟବହୃତ ନିଶ୍ଚେତକ ଦେବାକୁ ଆଦୌ ପଛଉ ନାହାନ୍ତି। ଯାହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ବିଶେଷଜ୍ଞ ଡାକ୍ତର।

ସୁନ୍ଦରଗଡ଼ରେ ରୋଗୀଙ୍କ ଜୀବନ ସହ ନକଲି ଡାକ୍ତରଙ୍କ ଏ ଖେଳର ଇଏ ପ୍ରଥମ ଘଟଣା ନୁହେଁ। ଜାଲ୍ ସାର୍ଟିଫିକେଟ୍ ବଳରେ ଖୋଦ୍ ସ୍ୱାସ୍ଥ୍ୟବିଭାଗକୁ ଚୁନ ମାରି ତିନି ବର୍ଷ କାଳ ଜଣେ ନକଲି ଡାକ୍ତର ରୋଗୀଙ୍କୁ ସେବା ଯୋଗାଇ ଗତ ନଭେମ୍ବରରେ ଗିରଫ ହୋଇଥିଲା।  ଆଉ ପୁଣି ସାମ୍ନାକୁ ଆସିଛି ଏ ଘଟଣା। ତେବେ ବିଏଏମ୍ଏସ୍ ଡିଗ୍ରୀଧାରୀ ଡାକ୍ତରଙ୍କ ପରିଚୟରେ ପ୍ରକାଶ ରାଠୋରଙ୍କ ଏ ଅଦ୍ଭୁତ ଚିକିତ୍ସା ସଂପର୍କରେ ତଦନ୍ତ ହେବ ବୋଲି ସିଡିଏମ୍ଓ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story