ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା: କେବଳ ଓଟିଭି କର୍ମଚାରୀଙ୍କୁ ଗିରଫ କାହିଁକି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଓଟିଭିର ଦୁଇ ଜଣ କର୍ମଚାରୀ ଓ ଦୁଇ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ଗତକାଲି ବିଳମ୍ବିତ ରାତିରେ ଗିରଫ କରିଛି କ୍ରାଇମବ୍ରାଞ୍ଚ। ତେବେ ଏହି ମାମଲାରେ କେବଳ ଓଟିଭି କର୍ମଚାରୀଙ୍କୁ କାହିଁକି ଗିରଫ କରାଗଲା, ତାକୁ ନେଇ ପ୍ରଶ୍ନ ଉଠୁଛି। ଏଠି ପ୍ରଶ୍ନ, ମାମଲାରେ ପୀଡ଼ିତାଙ୍କ ମାଆ ଯେଉଁ ପୁଲିସ ଅଧିକାରୀ ସୁବାସ ମିଶ୍ର ଓ ତାଙ୍କର ଦୁଇଜଣ ପୁଲିସ୍ ସହଯୋଗୀଙ୍କ ନାଁ ନେଇଥିଲେ। ତେବେ […]

otv

otv

Ranjit Kumar Jena
  • Published: Monday, 14 December 2020
  • Updated: 14 December 2020, 08:33 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଓଟିଭିର ଦୁଇ ଜଣ କର୍ମଚାରୀ ଓ ଦୁଇ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ଗତକାଲି ବିଳମ୍ବିତ ରାତିରେ ଗିରଫ କରିଛି କ୍ରାଇମବ୍ରାଞ୍ଚ। ତେବେ ଏହି ମାମଲାରେ କେବଳ ଓଟିଭି କର୍ମଚାରୀଙ୍କୁ କାହିଁକି ଗିରଫ କରାଗଲା, ତାକୁ ନେଇ ପ୍ରଶ୍ନ ଉଠୁଛି। ଏଠି ପ୍ରଶ୍ନ, ମାମଲାରେ ପୀଡ଼ିତାଙ୍କ ମାଆ ଯେଉଁ ପୁଲିସ ଅଧିକାରୀ ସୁବାସ ମିଶ୍ର ଓ ତାଙ୍କର ଦୁଇଜଣ ପୁଲିସ୍ ସହଯୋଗୀଙ୍କ ନାଁ ନେଇଥିଲେ। ତେବେ ଏହି ତିନି ପୁଲିସ୍ କର୍ମଚାରୀଙ୍କୁ ବର୍ତ୍ତମାନ କେଉଁଠି, ତାକୁ ନେଇ ଉଠୁଛି ପ୍ରଶ୍ନ। କାହିଁକି ପୁଲିସ୍ ନିଜ ବିଭାଗର କର୍ମଚାରୀଙ୍କୁ ଏତେ ଦିନ ଯାଏଁ ଚିହ୍ନଟ କି ଜେରା କରିପାରୁନି?

ଗତ ଅଗଷ୍ଟ ୩୦ ତାରିଖରେ ଏହି ଘଟଣାକୁ ନେଇ ମାମଲା ରୁଜୁ ହୋଇଥିଲା। ଯାହା ପରେ ତଦନ୍ତ ମଧ୍ୟ ଆରମ୍ଭ ହୋଇଥିଲା। ତେବେ ସେବେଠାରୁ ଉଭୟ ମହିଳା ଥାନା ଓ କ୍ରାଇମବ୍ରାଞ୍ଚକୁ ସବୁ ପରିସ୍ଥିତିରେ, ସବୁବେଳେ ତଦନ୍ତରେ ଓଟିଭି କର୍ମଚାରୀ ସହଯୋଗ କରି ଆସୁଛନ୍ତି। ସମସ୍ତ ସହଯୋଗ ସତ୍ତ୍ୱେ ହଠାତ୍ ରାତିଅଧିଆ ଓଟିଭି କର୍ମଚାରୀଙ୍କୁ ଗିରଫ କରାଯିବା ପଛର କାରଣ କ'ଣ? ଖାଲି ସେତିକି ନୁହେଁ ପୀଡ଼ିତାଙ୍କ ମା' ତାଙ୍କ ଅଭିଯୋଗରେ ଯେଉଁ ପଡ଼ୋଶୀ ବୃଦ୍ଧା ଓ ଅଭିଯୁକ୍ତ ତାଲିକାର ୧ ନମ୍ବରରେ ଥିବା ପ୍ରଫୁଲ୍ଲ ପାତ୍ରଙ୍କ ନାଁ ନେଇଥିଲେ ସେମାନଙ୍କୁ କାହିଁକି ଗିରଫ କରୁନି ପୁଲିସ୍?

ଅନ୍ୟପକ୍ଷରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସଫେଇ ଦେଇଛନ୍ତି ଯେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ଏହି ମାମଲାରେ ସେମାନଙ୍କ ସଂପୃକ୍ତି ଅଛି କି ନାହିଁ, ତାହା ମଧ୍ୟ ଦେଖୁଛି। ତାସହ ଆହୁରି ମଧ୍ୟ କହିଛନ୍ତି, ଅଭିଯୋଗକାରିଣୀ ବିଳମ୍ବରେ ଅଭିଯୋଗ କରିଥିଲେ। ତେଣୁ ପ୍ରମାଣ ନଷ୍ଟ ହୋଇଯାଇଥିବାର ଆଶଙ୍କା ରହିଛି।

ତେବେ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ ହେଉଛି, ପୀଡ଼ିତା ଓ ତାଙ୍କ ମା'ଙ୍କ ଅଭିଯୋଗକ୍ରମେ ମାମଲାର ମୁଖ୍ୟ ଅଭିଯୁକ୍ତମାନଙ୍କୁ ଛାଡ଼ି ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରି ଆସୁଥିବା ଓଟିଭି କର୍ମଚାରୀଙ୍କୁ କ୍ରାଇମବ୍ରାଞ୍ଚର ଗିରଫଦାରି କାହିଁକି? ହାଇକୋର୍ଟଙ୍କ ଭର୍ତ୍ସନା ଛାଟରୁ ରକ୍ଷା ପାଇଁ ଇଏ ତରବରିଆ କାଯର୍ୟାନୁଷ୍ଠାନ ନୁହେଁ ତ? କାରଣ ଆସନ୍ତା ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ରହିଛି। ପୂର୍ବରୁ ତଦନ୍ତରେ ବିଳମ୍ବ ପାଇଁ ପୂର୍ବରୁ କ୍ଷୁବ୍ଧ ହାଇକୋର୍ଟଙ୍କଠୁ ଯେମିତି ଆଉଥରେ ଭର୍ତ୍ସନା ଶୁଣିବାକୁ ନପଡ଼େ, ସେଥିପାଇଁ ଶୁଣାଣିର ଦୁଇ ଦିନ ପୂର୍ବରୁ ତରବରିଆ ଆକ୍ସନ ନୁହେଁ ତ?

ଗତ ନଭେମ୍ବର ୧୮ରେ ଡିଜିପି କୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଏମିତି ଅନେକ ତଥ୍ୟ ରଖିଛନ୍ତି, ଯାହା ଏଭଳି ଅସମାହିତ ପ୍ରଶ୍ନର ପରୋକ୍ଷରେ ଉତ୍ତର ବି ରଖୁଛି। ଡିଜିପି ଦର୍ଶାଇଥିଲେ- CRPCର ଧାରା ୧୬୧ ଓ ୧୬୪ରେ ପୀଡ଼ିତା ଓ ତାଙ୍କ ମା'ଙ୍କ ବୟାନରେ ତାଳମେଳ ରହୁନାହିଁ କି ପୀଡ଼ିତା ଯେଉଁ ବୟାନ ଦେଇଥିଲେ ସେଥିରୁ କେତେକ ଗୁରୁତ୍ୱପୂର୍ଣ୍ଣ କଥା ମେଳ ଖାଉନାହିଁ। ଏତଲାରେ ଯେଉଁ ଅଭିଯୁକ୍ତମାନଙ୍କ ନାଁ ରହିଛି ସେମାନଙ୍କର ପଲିଗ୍ରାଫ୍ ଟେଷ୍ଟ କରାଯାଇଥିଲା। ହେଲେ ସେମାନେ ଅପରାଧରେ ସଂପୃକ୍ତ ନଥିବା ନେଇ ବୟାନରେ କୌଣସି ଛଳନା ନାହିଁ ତେଣୁ ଡିଜିପିଙ୍କ ସତ୍ୟପାଠରୁ ଓଟିଭି କର୍ମଚାରୀଙ୍କ ବିରୁଦ୍ଧରେ ସେଭଳି କୌଣସି ଠୋସ୍ ପ୍ରମାଣ ନଥିବା ସ୍ପଷ୍ଟ ହେଉଛି। ହେଲେ ହଠାତ୍ କ୍ରାଇମବ୍ରାଞ୍ଚ ହାତରେ ଏମିତି କି ପ୍ରମାଣ ଲାଗିଗଲା ଯେ, ସେମାନଙ୍କୁ ରାତି ଅଧିଆ ଉଠାଇ ନେଲା? ନିଜ ଦୋଷ ଲୁଚାଇବାକୁ ଓଟିଭି କର୍ମଚାରୀଙ୍କୁ ମୋହରା କରାଯିବା ନେଇ ମଧ୍ୟ ପ୍ରଶ୍ନ ଉଠୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story