ତଳତଳିଆଙ୍କୁ ବିଦାକଲେ ମୁଖ୍ୟମନ୍ତ୍ରୀ, ବଡ଼ବଡ଼ିଆଙ୍କ ପାଳି କେବେ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାସନର ପଞ୍ଚମ ପାଳିରେ କିଛି ଦୁର୍ନୀତିଖୋର୍ କର୍ମଚାରୀଙ୍କୁ ବହିଷ୍କାର କରି ମୁଖ୍ୟମନ୍ତ୍ରୀ ଦେଇଥିବା ଜିରୋ ଟଲେରାନସ୍ ବାର୍ତ୍ତାରେ କେଁ ପୁରାଇଛନ୍ତି ବିରୋଧୀ। ତଳିଆ କର୍ମଚାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେଇ ମୁଖ୍ୟମନ୍ତ୍ରୀ ଦୁର୍ନୀତି କରୁଥିବା ବଡ଼ବଡ଼ିଆଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଉଭୟ ବିଜେପି ଓ କଂଗ୍ରେସ। ଗତ ୯ ବର୍ଷରେ ଭିଜିଲାନ୍ସ ମାମଲା ଚାଲିଥିବା ୨୨୭ ଓଏଏସ୍ ଓ ୧୧ ଆଇଏଏସ୍ ଅଫିସରଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ବି ପ୍ରଶ୍ନ […]

gbb

Tapas Behera
  • Published: Sunday, 18 August 2019
  • , Updated: 18 August 2019, 09:16 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାସନର ପଞ୍ଚମ ପାଳିରେ କିଛି ଦୁର୍ନୀତିଖୋର୍ କର୍ମଚାରୀଙ୍କୁ ବହିଷ୍କାର କରି ମୁଖ୍ୟମନ୍ତ୍ରୀ ଦେଇଥିବା ଜିରୋ ଟଲେରାନସ୍ ବାର୍ତ୍ତାରେ କେଁ ପୁରାଇଛନ୍ତି ବିରୋଧୀ। ତଳିଆ କର୍ମଚାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେଇ ମୁଖ୍ୟମନ୍ତ୍ରୀ ଦୁର୍ନୀତି କରୁଥିବା ବଡ଼ବଡ଼ିଆଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଉଭୟ ବିଜେପି ଓ କଂଗ୍ରେସ। ଗତ ୯ ବର୍ଷରେ ଭିଜିଲାନ୍ସ ମାମଲା ଚାଲିଥିବା ୨୨୭ ଓଏଏସ୍ ଓ ୧୧ ଆଇଏଏସ୍ ଅଫିସରଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ବି ପ୍ରଶ୍ନ କରିଛନ୍ତି।

ଦୁର୍ନୀତିଖୋର୍ କର୍ମଚାରୀଙ୍କ ପାଇଁ ସତର୍କ ଘଣ୍ଟି! ଦୁର୍ନୀତି କଲେ ଭୋଗିବାକୁ ପଡ଼ିବ ବହିଷ୍କାର ଦଣ୍ଡ। ୧୫ ଜଣ ସରକାରୀ କର୍ମଚାରୀଙ୍କୁ ବହିଷ୍କାର କରି ମୁଖ୍ୟମନ୍ତ୍ରୀ ଏହି ବାର୍ତ୍ତା ଦେଇଛନ୍ତି। ୨ ଜଣ ପୂର୍ବତନ ଅଧିକାରୀଙ୍କ ପେନସନ୍ ବି ବନ୍ଦ କରାଯାଇଛି। ଭିଜିଲାନ୍ସ ବିଭାଗ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ଏହି ୧୫ ଜଣଙ୍କ ଭିତରେ ଅଛନ୍ତି କିଛି ତଳିଆ କର୍ମଚାରୀ। ଦୁର୍ନୀତି ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଜିରୋ ଟଲେରାନ୍ସ ନୀତି ଯୋଗୁ ଏମାନଙ୍କୁ ବହିଷ୍କାର କରାଗଲା ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି। ତେବେ ପ୍ରଶ୍ନ ଉଠୁଛି ବଡ଼ବଡ଼ିଆ ଅଫିସର କ’ଣ ଦୁର୍ନୀତି କରୁ ନାହାନ୍ତି, ନା ଧରାପଡୁନାହାନ୍ତି?

ବିଧାନସଭାରେ ଖୋଦ୍ ମୁଖ୍ୟମନ୍ତ୍ରୀ ଦେଇଥିବା ୯ ବର୍ଷର ରିପୋର୍ଟ ଅନୁଯାୟୀ ଦୁର୍ନୀତି ଅଭିଯୋଗରେ ୧୧ ଆଇଏଏସ ଓ ୨୨୭ ଓଏଏସ୍ ଅଫିସରଙ୍କ ବିରୋଧରେ ମାମଲା ହୋଇଛି। ୪ ଆଇଏଏସଙ୍କ ନାଁରେ ଏବେ ବି ତଦନ୍ତ ଚାଲିଛି। ଆଇଏଏସ୍ ଶ୍ରୀକାନ୍ତ ପୃଷ୍ଟିଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ ହୋଇଛି। ବିଷ୍ଣୁପଦ ସେଠୀଙ୍କ ନାଁରେ ଥିବା ମାମଲାର ଫାଇନାଲ୍ ରିପୋର୍ଟ ହୋଇଥିବା ବେଳେ ୫ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି। କିନ୍ତୁ ବର୍ଷ ବର୍ଷ ଧରି ମାମଲା ବିଚାରାଧୀନ ଅଛି। ସେହିପରି ଭିଜିଲାନ୍ସ ମାମଲା ଥିବା ୨୨୭ ଓଏଏସ ଅଧିକାରୀଙ୍କ ଭିତରୁ ମାତ୍ର ୪ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ କେବଳ ଲୋଇସିଂହାର ପୂର୍ବତନ ତହସିଲଦାର ବିଜୟିନୀ ବିଶ୍ୱାଳଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ୬୮ ଟି ମାମଲାରେ ତଦନ୍ତ ଏଯାଏ ସରିନି। ଅଫିସରଙ୍କ ବିରୋଧରେ ଥିବା ଏସବୁ ଦୁର୍ନୀତି ଅଭିଯୋଗ ତଥ୍ୟକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ।

ଶାସନର ପ୍ରଥମ ଦୁଇ ପାଳିରେ ଦୁର୍ନୀତିର ଛାଇ ପଡିଲେ ନେତାଙ୍କୁ ତୁରନ୍ତ ବିଦା କରୁଥିଲେ ନବୀନ। ତୃତୀୟ ଓ ଚତୁର୍ଥ ପାଳିରେ କୌଣସି ନା କୌଣସି କାରଣରୁ ଗଣ୍ଡା ଗଣ୍ଡା ଦୁର୍ନୀତି ଅଭିଯୋଗ ଥାଇ ବି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପଛାଇଲେ। ଖଣି ଓ ଚିଟ୍‌ଫଣ୍ଡ ଭଳି ମହାଦୁର୍ନୀତିରେ ଅନେକ ନେତା ଓ ଅଫିସରଙ୍କ ସଂପୃକ୍ତି ଅଭିଯୋଗ ଆସିଥିଲେ ମଧ୍ୟ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଲେନାହିଁ। ଏଭଳି ସ୍ଥିତିରେ ତଳିଆ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ ପୂର୍ବତନ ମୁଖ୍ୟ ସଚିବ ସହଦେବ ସାହୁ ପ୍ରଶ୍ନ ଉଠାଇଛନ୍ତି।

ଚତୁର୍ଥ ପାଳିରେ ପିସି କାରବାର ବନ୍ଦ ପାଇଁ ଆହ୍ୱାନ୍‌ ଦେଇଥିଲେ ନବୀନ। ପଞ୍ଚମ ପାଳିରେ ପୁଣି ଦୁର୍ନୀତି ପ୍ରତି ଜିରୋ ଟଲେରାନ୍ସ ନାରା ଦେଇ ସରକାରୀ ଅଫିସରଙ୍କ ପାଇଁ ବଜାଇଥିବା ସତର୍କ ଘଣ୍ଟି କାହା ବେକରେ ଫାଶ ହୋଇ ଝୁଲୁଛି, ଏବେ ତା’ ଉପରେ ନଜର।

Related story