ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭଲ କାମ କଲେ ମିଳିବ ଆଗୁଆ ପଦୋନ୍ନତି। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ‘ମୋ ସରକାର କାର୍ଯ୍ୟକ୍ରମ’ ପ୍ରସ୍ତୁତି ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି ।
ଆଜିର ବୈଠକରେ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହୋଇଥିଲେ ୬୩୫ ଥାନାର ଆଇଆଇସିଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ । 5Tରେ ଭଲ କାମ କଲେ IICଙ୍କୁ ଆଗୁଆ ପଦୋନ୍ନତି ମିଳିବ। ଅଭିଯୋଗ ନେଇ ଥାନାକୁ ଆସୁଥିବା ଲୋକଙ୍କୁ କିଭଳି ବ୍ୟବହାର କରାଯିବ ? ମାମଲାର ଅନୁଧ୍ୟାନ କିପରି ହେବ ଏହାସହ ତଦନ୍ତ ପ୍ରକ୍ରିୟାକୁ ନେଇ ଅଭିଯୋଗକାରୀ ପକ୍ଷକୁ ଶୁଣାଯାଉଛି କି ନାହିଁ ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କରିଛନ୍ତି ।
ଏସବୁ ଦିଗରେ ସିଧାସଳଖ ଭାବେ ଲୋକଙ୍କ ଫିଡବ୍ୟାକ୍ ନେବେ ମୁଖ୍ୟମନ୍ତ୍ରୀ । ମୋ ସରକାର କାର୍ଯ୍ୟକାରିତାକୁ ନେଇ IICଙ୍କୁ ଅବଗତ କରାଯାଇଛି । ଅକ୍ଟୋବର ଦୁଇ ତାରିଖରୁ ଆରମ୍ଭ ହେବ ‘ମୋ ସରକାର କାର୍ଯ୍ୟକ୍ରମ’। ପ୍ରଥମ ପର୍ଯ୍ୟାୟରେ ଥାନା ଓ ହସ୍ପିଟାଲ୍ରୁ ନିଆଯିବ ଫିଡବ୍ୟାକ୍ ।