ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୨୦୦୧ ବ୍ୟାଚ୍ର ଆଇଏଏସ୍ ଆର୍.ସନ୍ଥଗୋପାଳନଙ୍କୁ ରାଜ୍ୟ ଶ୍ରମ ଓ ଇଏସ୍ଆଇ ବିଭାଗର ସଚିବ ଭାବେ ଅବସ୍ଥାପିତ କରାଯାଇଛି।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ଶ୍ରମ ଓ ଇଏସ୍ଆଇ ବିଭାଗର ପ୍ରମୁଖ ସଚିବ ୧୯୯୫ ବ୍ୟାଚର ଆଇଏଏସ୍ ଚିତ୍ରା ଅରୁମୁଗମ୍ଙ୍କୁ ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି। ଶ୍ରୀମତି ଅରୁମୁଗମ୍ ୨୦୨୦ ଅଗଷ୍ଟ ମାସରୁ ଏହି ବିଭାଗରେ ଦାୟିତ୍ୱରେ ରହିଥିଲେ। ତେବେ ସ୍ୱାସ୍ଥ୍ୟଗତ କାରଣରୁ ଶ୍ରୀମତି ଅରୁମୁଗମଙ୍କ ଅନୁରୋଧରେ ସରକାର ତାଙ୍କୁ ଏହି ନୂଆ ଦାୟିତ୍ୱ ଦେଇଥିବା ଜଣାପଡ଼ିଛି।