ଶ୍ରୀଜିଉଙ୍କ ଦର୍ଶନ କଲେ ଶ୍ରୀଶ୍ରୀ ରବିଶଙ୍କର

ପୁରୀ (ଓଡ଼ିଶା ରିପୋର୍ଟର): ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଗତକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଶ୍ରୀଜିଉଙ୍କ ଦର୍ଶନ ପରେ ସେ ଅତ୍ୟନ୍ତ ଶାନ୍ତି ଅନୁଭବ କରିଛନ୍ତି ବୋଲି ସେ କହିଥିଲେ। ଶ୍ରୀମନ୍ଦିରକୁ ସବୁବର୍ଗର ଲୋକ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିପାରୁଥିବାରୁ ଏହାକୁ ପ୍ରଶଂସା କରିଥିଲେ। ଏହାସହ ଶ୍ରୀମନ୍ଦିର ସମ୍ମୁଖ ସୌନ୍ଦର୍ଯ୍ୟକୁ ବେଶ୍ ପ୍ରଶଂସା କରିଥିଲେ। ପୁରୀରେ ଏକ କାର୍ଯ୍ୟକ୍ରମରେ ଯୋଗଦାନ କରିବା ଅବସରରେ ଶ୍ରୀ ଶ୍ରୀ ରବିଶଙ୍କର ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। […]

puri00

Tapaswini Nayak
  • Published: Saturday, 07 March 2020
  • , Updated: 07 March 2020, 08:10 AM IST

ପୁରୀ (ଓଡ଼ିଶା ରିପୋର୍ଟର): ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଗତକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଶ୍ରୀଜିଉଙ୍କ ଦର୍ଶନ ପରେ ସେ ଅତ୍ୟନ୍ତ ଶାନ୍ତି ଅନୁଭବ କରିଛନ୍ତି ବୋଲି ସେ କହିଥିଲେ। ଶ୍ରୀମନ୍ଦିରକୁ ସବୁବର୍ଗର ଲୋକ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିପାରୁଥିବାରୁ ଏହାକୁ ପ୍ରଶଂସା କରିଥିଲେ। ଏହାସହ ଶ୍ରୀମନ୍ଦିର ସମ୍ମୁଖ ସୌନ୍ଦର୍ଯ୍ୟକୁ ବେଶ୍ ପ୍ରଶଂସା କରିଥିଲେ।

ପୁରୀରେ ଏକ କାର୍ଯ୍ୟକ୍ରମରେ ଯୋଗଦାନ କରିବା ଅବସରରେ ଶ୍ରୀ ଶ୍ରୀ ରବିଶଙ୍କର ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଉପ ଜିଲ୍ଲାପାଳ ଓ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କ ସହ ସେ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ।

Related story