ଘରକୁ ଫେରିଲା ରାଧା

Ordigital Desk
  • Published: Wednesday, 27 December 2017
  • , Updated: 27 December 2017, 01:44 PM IST
<p>ଅନୁଗୋଳ(ଓଡ଼ିଶା ରିପୋର୍ଟର): ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଘରକୁ ଫେରିଛି ରାଧା। ଏବେ ରାଧା ପୂରା ସୁସ୍ଥ ଅଛି। ଏକ ପ୍ରକାର ପୁନର୍ଜନ୍ମ ପାଇ ରାଧା ଘରକୁ ଫେରିଥିବାରୁ ସମସ୍ତେ ବହୁତ ଖୁସି ଅଛନ୍ତି।</p> <p>ଗତ ସୋମବାର ଅନୁଗୋଳ ଜିଲ୍ଲା କିଶୋର ନଗର ବ୍ଲକର ଗୋଲାସର ଗାଁରେ ଏକ ପରିତ୍ୟକ୍ତ ବୋରୱେଲରେ ପଡ଼ି ଯାଇଥିଲା ସନ୍ତୋଷ କୁମାର ସାହୁଙ୍କ ଅଢ଼େଇ ବର୍ଷର ଝିଅ ରାଧା। ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଗ୍ନିଶମ ଓ ଓଡ୍ରାଫ୍ ମିଶି ରାଧାକୁ ଉଦ୍ଧାର କରିଥିଲେ। ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ତାକୁ ଅନୁଗୋଳ ଜିଲ୍ଲା ମୁଖ୍ୟାଳୟରେ ଭର୍ତ୍ତି କରାଯାଇଥିଲା।</p> <p>ଘଟଣାର ତଦନ୍ତ ରିପୋର୍ଟ ଆସିଥିବା ବେଳେ କର୍ତ୍ତବ୍ୟରେ ଅବହେଳା ପାଇଁ ଛତିଶଗଡ଼ର ଗଣେଶ ବୋରୱେଲ ସଂସ୍ଥାକୁ କଳା ତାଲିକାଭୁକ୍ତ କରିବା ସହିତ ବିଭାଗୀୟ ଜେଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ସୁପାରିଶ କରିଛନ୍ତି ଜିଲ୍ଲାପାଳ। ଏହା ସହିତ ରାଧାର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।</p>

Related story