ଅବଦୁର ରେହମାନ ବିରୋଧରେ ଦାୟର ଦେଶଦ୍ରୋହ ମାମଲାର ଶୁଣାଣି ଆରମ୍ଭ

କଟକ(ଓଡ଼ିଶା ରିପୋର୍ଟର): ସନ୍ଦିଗ୍ଧ ଅଲକାଏଦା ଆତଙ୍କବାଦୀ ଅବଦୁର ରେହମାନ ବିରୋଧରେ ଦାୟର ଦେଶଦ୍ରୋହ ମାମଲାର ଶୁଣାଣି କଟକ ଜିଲ୍ଲା ଜଜଙ୍କ ଅଦାଲତରେ ଆରମ୍ଭ ହୋଇଛି। ମାମଲାରେ ଆଜି ଦୁଇଜଣ ସାକ୍ଷୀଙ୍କ ସାକ୍ଷ୍ୟଗ୍ରହଣ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ମାତ୍ର ଜଣେ ସାକ୍ଷୀଙ୍କ ସାକ୍ଷ୍ୟଗ୍ରହଣ ହୋଇଛି। ତା’ ନାଁ ସଲିମ୍ ଖାନ୍। ସେ ଅବଦୁଲ ରେହମାନର ଅଲ୍-ହାରାମିନ୍ ଟ୍ରଷ୍ଟର ଜଣେ ସଦସ୍ୟ ଥିଲେ। ଟ୍ରଷ୍ଟର ପରିଚାଳନା ଓ ଆର୍ଥିକ କାରବାର ପ୍ରସଙ୍ଗରେ ତାଙ୍କୁ ଜେରା କରାଯାଇଥିଲା। ଗତବର୍ଷ ଡିସେମ୍ବର […]

reheman-2

Rakesh Mallick
  • Published: Tuesday, 21 November 2017
  • , Updated: 21 November 2017, 06:51 PM IST

କଟକ(ଓଡ଼ିଶା ରିପୋର୍ଟର): ସନ୍ଦିଗ୍ଧ ଅଲକାଏଦା ଆତଙ୍କବାଦୀ ଅବଦୁର ରେହମାନ ବିରୋଧରେ ଦାୟର ଦେଶଦ୍ରୋହ ମାମଲାର ଶୁଣାଣି କଟକ ଜିଲ୍ଲା ଜଜଙ୍କ ଅଦାଲତରେ ଆରମ୍ଭ ହୋଇଛି। ମାମଲାରେ ଆଜି ଦୁଇଜଣ ସାକ୍ଷୀଙ୍କ ସାକ୍ଷ୍ୟଗ୍ରହଣ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ମାତ୍ର ଜଣେ ସାକ୍ଷୀଙ୍କ ସାକ୍ଷ୍ୟଗ୍ରହଣ ହୋଇଛି। ତା’ ନାଁ ସଲିମ୍ ଖାନ୍। ସେ ଅବଦୁଲ ରେହମାନର ଅଲ୍-ହାରାମିନ୍ ଟ୍ରଷ୍ଟର ଜଣେ ସଦସ୍ୟ ଥିଲେ। ଟ୍ରଷ୍ଟର ପରିଚାଳନା ଓ ଆର୍ଥିକ କାରବାର ପ୍ରସଙ୍ଗରେ ତାଙ୍କୁ ଜେରା କରାଯାଇଥିଲା।

ଗତବର୍ଷ ଡିସେମ୍ବର ୧୫ ତାରିଖ ବିଳମ୍ବିତ ରାତିରେ କମିଶନରେଟ୍ ପୋଲିସ୍ ଓ ଦିଲ୍ଲୀ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରି ରେହମାନକୁ ଗିରଫ କରିଥିଲେ। ସେତେବେଳେ ପୋଲିସ ତା’ ପାଖରୁ ମୋବାଇଲ୍, ଟାବଲେଟ୍ ଓ ପାସ୍‌ପୋର୍ଟ ଜବତ କରିଥିଲା। ଫୋନ୍ ଟ୍ରାକିଂରୁ ଦିଲ୍ଲୀ ପୋଲିସ୍ ସୂଚନା ପାଇବା ପରେ କମିଶନରେଟ୍ ପୋଲିସ୍ ସହ ଯୋଗାଯୋଗ କରିଥିଲା।

Related story