ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା
ଭୁନବେନଶ୍ୱର: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କେନ୍ଦ୍ରରୁ ଆସିଥିବା ଏସପିଜି ଟିମ୍ କଟକ, ଭୁବନେଶ୍ୱର ସମେତ ବରଗଡ଼ ଯାଇ ପୁରା ବନ୍ଦୋବସ୍ତର ସମୀକ୍ଷା କରିଛନ୍ତି। ରାହୁଲଙ୍କ ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ ଏବେ ଓଡ଼ିଶାରେ ଡେରା ପକାଇଛି ଏକ ୧୬ ଜଣିଆ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ୍ ବା ଏସପିଜି । ଏହି ଟିମର କିଛି ସଦସ୍ୟ ଆଜି ସମ୍ୱଲପୁର ଓ ବରଗଡ଼ ଯାଇ ପୁରା ସୁରକ୍ଷା […]
ଭୁନବେନଶ୍ୱର: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କେନ୍ଦ୍ରରୁ ଆସିଥିବା ଏସପିଜି ଟିମ୍ କଟକ, ଭୁବନେଶ୍ୱର ସମେତ ବରଗଡ଼ ଯାଇ ପୁରା ବନ୍ଦୋବସ୍ତର ସମୀକ୍ଷା କରିଛନ୍ତି। ରାହୁଲଙ୍କ ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ ଏବେ ଓଡ଼ିଶାରେ ଡେରା ପକାଇଛି ଏକ ୧୬ ଜଣିଆ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ୍ ବା ଏସପିଜି । ଏହି ଟିମର କିଛି ସଦସ୍ୟ ଆଜି ସମ୍ୱଲପୁର ଓ ବରଗଡ଼ ଯାଇ ପୁରା ସୁରକ୍ଷା ବନ୍ଦୋବସ୍ତର ସମୀକ୍ଷା କରିଛନ୍ତି। ରାହୁଲ୍ ସମ୍ୱଲପୁର ଜମାଦାରପାଲି ଏୟାରଷ୍ଟ୍ରିପରେ ଓହ୍ଲାଇବା ପରେ ସଡ଼କ ପଥରେ ବରଗଡ଼ର ଦେବାହଲ ଯିବେ। ଉଭୟ ଜିଲ୍ଲା ମାଓ ପ୍ରବଣ ହୋଇଥିବାରୁ ରାହୁଲଙ୍କ କାରକେଡ୍ ଯେଉଁ ରୁଟରେ ଯିବ, ତା ଉପରେ ତୀକ୍ଷଣ ନଜର ରଖାଯାଇଛି।
ଦେବାହାଲରେ ରାହୁଲ ମୃତ ଚାଷୀଙ୍କ ପରିବାରକୁ ଭେଟିବା ସହ ଚାଷୀ ବଞ୍ଚାଓ ପଦଯାତ୍ରାରେ ସାମିଲ୍ ହେବେ। ଅତାବିରା ଆସିବା ବାଟରେ ରେଙ୍ଗ।ଲି କ୍ୟାମ୍ପ ଓ ଲାଦେର୍ପାଲିଠାରେ ଅଟକିବାର କାର୍ଯ୍ୟକ୍ରମ ରହିଛି। ଏ ସମ୍ପର୍କରେ ଏସପିଜି ଟିମ୍ ଆଜି ଉତ୍ତରାଞ୍ଚଳ ଡିଆଇଜିଙ୍କ ସହ ଆଲୋଚନା କରିଛି। ୧୧ ତାରିଖ ପୂର୍ବାହ୍ନ ୧୦ଟାରେ ରାହୁଲ କଟକ ଶିଶୁ ଭବନ ଯିବେ। ଶିଶୁଭବନ ଏକ ସଂକୀର୍ଣ୍ଣ ଅଞ୍ଚଳରେ ରହିଛି। ଏହା ନିକଟରେ ହାଇକୋର୍ଟ, ଜିଲ୍ଲାପାଳଙ୍କ ଅଫିସ୍, ଆରଡିସି କାର୍ଯ୍ୟାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ଅଫିସ୍ ରହିଛି। ଏଠାରେ ସବୁବେଳେ ଗହଳି ଲାଗି ରହୁଥିବାରୁ ରାହୁଲଙ୍କ ସୁରକ୍ଷାକୁ ନେଇ ପୋଲିସ୍ ପ୍ରଶାସନ ଅଧିକ ସତର୍କତା ଅବଲମ୍ବନ କରୁଛି । ସେହିପରି ଭୁବନେଶ୍ୱରରେ ରାହୁଲ କିଛି ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଭେଟିବା ସହ ଉତ୍କଳ ମଣ୍ଡପରେ ସାମାଜିକ ନ୍ୟାୟ ସମ୍ପର୍କୀତ କର୍ମଶାଳାରେ ଯୋଗଦେବେ। ଏଥିପାଇଁ ଉତ୍କଳ ମଣ୍ଡପରେ ଆଜିଠାରୁ ସୁରକ୍ଷା ବନ୍ଦୋବସ୍ତ ଆରମ୍ଭ ହୋଇଯାଇଛି। ଏସପିଜି ଟିମ୍ ଆଜି କଂଗ୍ରେସ ଭବନ ଓ ଉତ୍କଳ ମଣ୍ଡପ ଯାଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ସହ ପୋଲିସ୍ କମିଶନରଙ୍କୁ ଭେଟି ଆଲୋଚନା କରିଛନ୍ତି।