ରାଏବୋଗା ପଞ୍ଚାୟତ ୪୮ ଘଣ୍ଟା ଶଟ୍‌ଡାଉନ୍

ବୀରମିତ୍ରପୁର (ରାକେଶ ସାହୁ): ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକର ରାଏବୋଗା ଗ୍ରାମପଞ୍ଚାୟତକୁ ୪୮ ଘଣ୍ଟା ପାଇଁ ଶଟ୍‌ଡାଉନ୍ ଘୋଷଣା କରାଯାଇଛି। ସରପଞ୍ଚ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଏହି ଶଟ୍‌ଡାଉନ୍ ଘୋଷଣା କରିଛନ୍ତି। ଏବୋଗା ଥାନାର ଜଣେ କାର୍ଯ୍ୟରତ ପୁଲିସ୍ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ଶଟ୍‌ଡାଉନ୍ କରାଯାଇଛି। ଏହି ସମୟରେ ମେଡିକାଲ, ଗ୍ରୋସରୀ ଦୋକାନ ଏବଂ ଦୁଗ୍ଧ ଯୋଗାଣ କେନ୍ଦ୍ର ଛାଡ଼ି ବାକି ସବୁ ଦୋକାନ ବଜାର ବନ୍ଦ ରହିବ। ଶଟ୍‌ଡାଉନ୍ […]

nnnn9999

Tapaswini Nayak
  • Published: Friday, 10 July 2020
  • , Updated: 10 July 2020, 06:14 PM IST

ବୀରମିତ୍ରପୁର (ରାକେଶ ସାହୁ): ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକର ରାଏବୋଗା ଗ୍ରାମପଞ୍ଚାୟତକୁ ୪୮ ଘଣ୍ଟା ପାଇଁ ଶଟ୍‌ଡାଉନ୍ ଘୋଷଣା କରାଯାଇଛି। ସରପଞ୍ଚ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଏହି ଶଟ୍‌ଡାଉନ୍ ଘୋଷଣା କରିଛନ୍ତି।

ଏବୋଗା ଥାନାର ଜଣେ କାର୍ଯ୍ୟରତ ପୁଲିସ୍ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ଶଟ୍‌ଡାଉନ୍ କରାଯାଇଛି। ଏହି ସମୟରେ ମେଡିକାଲ, ଗ୍ରୋସରୀ ଦୋକାନ ଏବଂ ଦୁଗ୍ଧ ଯୋଗାଣ କେନ୍ଦ୍ର ଛାଡ଼ି ବାକି ସବୁ ଦୋକାନ ବଜାର ବନ୍ଦ ରହିବ। ଶଟ୍‌ଡାଉନ୍ ସମୟରେ ଲୋକମାନଙ୍କୁ ଘରୁ ନ ବାହାରିବା ପାଇଁ କୁହାଯାଇଛି। କେହି ବାହାର ଲୋକ ଗାଁ ଭିତରକୁ ନ ଆସିବାକୁ ବାରଣ କରାଯାଇଥିବା ବେଳେ ଗାଁ ଲୋକଙ୍କୁ ମଧ୍ୟ ବାହାରକୁ ଯିବାକୁ ମନା କରାଯାଇଛି।

Related story